Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୫: “ଶୁଣ ପରୀକ୍ଷ ନରନାଥ, କୃଷ୍ଣ ଚରିତ ଭାଗବତ”

ଲେଖକ: ଦୟାନିଧି ତ୍ରିପାଠୀ

ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପରି ମହାନ ଗ୍ରନ୍ଥକୁ ଅନେକ ମନୀଷୀ କହିଛନ୍ତି “ଏହି ଗ୍ରନ୍ଥ ଭାଗବତ ହିଁ ଭଗବାନ ଓ ଶ୍ରୀ ଗୁରୁ ସ୍ୱରୂପ ଅଟନ୍ତି।” କାରଣ ଶ୍ରୀମଦ ଭାଗବତ କେବଳ କୃଷ୍ଣ ଚରିତରେ ପୂର୍ଣ୍ଣ ହୋଇଛି, ତେଣୁ ଯଥାର୍ଥରେ ଶ୍ରୀ ଜଗନ୍ନାଥ ଦାସ କହିଛନ୍ତି “ଶୁଣ ପରୀକ୍ଷ ନରନାଥ, କୃଷ୍ଣ ଚରିତ ଭାଗବତ “। ଯେପରି ମହାନ ଗ୍ରନ୍ଥ ଶ୍ରୀ କୃଷ୍ଣ-ଅର୍ଜୁନଙ୍କ ମଧ୍ୟରେ ସମ୍ବାଦ, ସେହିପରି ଭାଗବତ ଶୁକ ମୁନି ଓ ପରୀକ୍ଷତ ମହାରାଜଙ୍କର ସମ୍ବାଦ।

ଏହା ମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-4-srimad-bhagavatam-is-the-supreme-devotion-and-love-for-god/

ଭାଗବତର ଏପରି କୌଣସି ସ୍କନ୍ଦ ନାହିଁ ଯେଉଁଥିରେ କି ଭଗବାନ ଶ୍ରୀକୃଷ୍ଣଙ୍କ ନାମ, ଲୀଳା ତଥା ଗୁଣାବଳିର ବର୍ଣ୍ଣନା ହୋଇନାହିଁ। ତେଣୁ ନିୟମିତ ଭାଗବତ ପଠନ ଶ୍ରବଣ ଓ ମନନ କଲେ ପ୍ରାଣରେ ଅସରନ୍ତି ଭକ୍ତି ଭାବ ଜାତ ହେବା ସହ ହୃଦୟରେ ଅଫୁରନ୍ତ ଆନନ୍ଦ ଜାତ ହୁଏ। ଏହାର ପ୍ରକୃତ କାରଣ କଣ ଜାଣନ୍ତି, ତାହା ହେଲା ଭାଗବତର ଉତ୍ପତି ହୋଇଛି “ସତ୍ୟଂ ପରଂ ଧୀମହିଂ “ରୁ ଓ ଉପସଂହାର ମଧ୍ୟ ହୋଇଛି ସତ୍ୟଂ-ପରଂ-ଧୀମହିଂରେ। ସଂସ୍କୃତ ଭାଗବତର ପ୍ରଥମ ଶ୍ଳୋକ ଏହି ଶ୍ରୀକୃଷ୍ଣ ରୂପୀ ପରମ ସତ୍ୟଙ୍କୁ ଆରାଧନା କରି ହିଁ ଆରମ୍ଭ ହୋଇଛି।

ଏହି ମାୟା ପୂର୍ଣ୍ଣ ସଂସାରରେ ଶ୍ରୀକୃଷ୍ଣଙ୍କ ବିନା ଆଉ ପରମ ସତ୍ୟ ସ୍ୱରୂପ କିଏ ହୋଇ ପାରନ୍ତି। ଏହି ମନ୍ତ୍ର “ସତ୍ୟଂ-ପରଂ-ଧୀମହିଂ “ରେ ଶ୍ରୀକୃଷ୍ଣଙ୍କ ନାମ ବାସ୍ତବରେ ଉଚ୍ଚାରିତ ହୋଇନଥିଲେ ମଧ୍ୟ ସତ୍ୟ ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଉଦ୍ଦ୍ୟେଶରେ ଯେ ଉଚ୍ଚାରିତ ଏହା ସ୍ୱୀକାର୍ଯ୍ୟ। ସେହିପରି ଶ୍ରୀ ଭାଗବତର ଦ୍ୱାଦଶ ସ୍କନ୍ଦ ୧୯ଶ୍ଳୋକରେ ବା ଶେଷରେ କୁହାଯାଇଛି “ବିଶୋକମମୃତଂ ସତ୍ୟଂ ପରମ ଧୀମହୀ “। ଯାହାର ଅର୍ଥ ହେଲା ହେ ମନ୍ୟୁଷ ସେହି ଶୋକ ନାଶକ ଅମୃତମୟ ପରମ ସତ୍ୟଙ୍କୁ ଧ୍ୟାନ କର।

ଏହି ପରମ ସତ୍ୟ ହିଁ ଈଶ୍ୱର, ଭଗବାନ ଶ୍ରୀକୃଷ୍ଣ। ଭାଗବତର କଥା ମାଧୁରୀକୁ ଅସ୍ୱାଦନ କରିବା ସଙ୍ଗେ ସଙ୍ଗେ ତାହା ମଧ୍ୟରେ ଥିବା ଏଭଳି ସାର ତତ୍ୱ ମାନଙ୍କୁ ଖୋଜିବା ତେବେ ଯାଇ ଭଗବାନଙ୍କୁ ପାଇବା ବା ବୁଝିବା, ଯେଭଳି ମହାତ୍ମା ଗାନ୍ଧୀ ବୁଝିଥିଲେ ଓ କହିଥିଲେ Truth is God। “ଅର୍ଥାତ ସତ୍ୟ ହିଁ ଈଶ୍ୱର, ଆସନ୍ତୁ ତେବେ ଜପିବା ମହା ମନ୍ତ୍ର “ସତ୍ୟଂ-ପରଂ-ଧୀମହିଂ”।

ଜୟ ଜଗନ୍ନାଥ
(ଦ. ତ୍ରୀ. ଉଵାଚ)

Comments are closed.