Latest Odisha News

ଶ୍ରୀ ଭାଗବତ ସାର ୬: ଶ୍ରୀମଦ ଭାଗବତ ହେଉଛି ସବୁଠାରୁ ସରଳ ପ୍ରେମ ପ୍ରଧାନ ଓ ଭକ୍ତିର ମାର୍ଗ

ଲେଖକ: ଦୟାନିଧି ତ୍ରିପାଠୀ

ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ କେବଳ ଭଗବାନ ସ୍ୱରୂପ ବା ଶ୍ରୀଗୁରୁ ସ୍ୱରୂପ ଗ୍ରନ୍ଥ ନୁହେଁ, ଏହା ପ୍ରକୃତରେ ପ୍ରେମ ପ୍ରଧାନ ଗ୍ରନ୍ଥ ସନାତନ ଧର୍ମ ଧାରରେ ବେଦ ଓ ଉପନିଷଦର ଯେପରି ପ୍ରାଧାନ୍ୟ ରହିଛି ସେହିପରି ଶ୍ରୀମଦ ଭାଗବତ ର ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି। କୁହାଯାଏ ବେଦ ହେଉଛି କର୍ମ ପ୍ରଧାନ ଯଥା -ତ୍ରୀଗୁଣ୍ୟ ବିଷୟା ବେଦା, ଯେଉଁଥିରେ ଯାଗ ଯଜ୍ଞ, ମନ୍ତ୍ର ତନ୍ତ୍ର ଆଦି ବିଭିନ୍ନ କର୍ମର ପ୍ରାଧାନ୍ୟ ଅଛି ଓ ଏହିସବୁ ମାର୍ଗକୁ ଆପଣାର କରି ମନ୍ୟୁଷ ଧର୍ମ, ଅର୍ଥ, କାମ, ମୋକ୍ଷ ପରି ଚତୃବର୍ଗ ଲାଭ କରିବାର ସାଧନା କରିଥାଏ।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-5-srimad-bhagavata-is-filled-only-with-the-life-stories-of-krishna/

ସେହିପରି ଉପନିଷଦ ହେଉଛି ଜ୍ଞାନ ପ୍ରଧାନ ବା ଜ୍ଞାନ ମାର୍ଗ ଉପରୋକ୍ତ ପ୍ରାପ୍ତିର ପଥ। ଏହି ମାର୍ଗରେ ଏତେ ସହଜ ନୁହେଁ କାରଣ ଏହା ଅତ୍ୟନ୍ତ ଦୁର୍ଗମ ଓ କେବଳ ବିଦ୍ୱାନ ମାନେ ଏହି ମାର୍ଗରେ ଅଗ୍ରସର ହୋଇ ପାରିବେ, ଏହା କ୍ଷୁର ଧାର ପରି ଅତିଶୟ ତୀକ୍ଷ୍ଣ। ତେଣୁ ଶାସ୍ତ୍ର କହେ “କ୍ଷୁରସ୍ୟ ଧାରା ନିଶିତା ଦୂରତ୍ୟୟା  ଦୁର୍ଗପଥ ତତ କବୟୋ ବଦନ୍ତି” । ସେହି ଦୃଷ୍ଟିରେ ବିଚାର କଲେ ଶ୍ରୀମଦ ଭାଗବତ ହେଉଛି ସବୁଠାରୁ ସରଳ ପ୍ରେମ ପ୍ରଧାନ ତଥା ଭକ୍ତିର ମାର୍ଗ। ଏଥିରେ କୌଣସି ସାଧନା ଆବଶ୍ୟକ ନଥାଏ। କେବଳ ନିଷ୍କାମ ଭକ୍ତି ହିଁ ଏହାର ମୂଳ ଉତ୍ସ। କୌଣସି ବିଶେଷ କର୍ମ ବା ବିଦ୍ୟାର ଆବଶ୍ୟକ ନଥାଇ ଜଣେ ସାଧାରଣ ମଣିଷ ଭଗବତ ପ୍ରାପ୍ତିର ଅତ୍ୟନ୍ତ ସରଳ ଓ ସୁଗମ ଉପାୟ ହେଉଛନ୍ତି ଶ୍ରୀମଦ ଭାଗବତ

ଚତୃବର୍ଗ ଠାରୁ ଢେର ଅଧିକ ଜଣେ ସାଧାରଣ ବ୍ୟକ୍ତିର ଆବଶ୍ୟକ ଧନ ଜନ, ଗୋପଲଷ୍ମୀ, ବିଦ୍ୟା, ଯଶ ମିଳିବା ସହିତ ଭାଗବତ ଆମକୁ ଆତ୍ମ ସ୍ୱରୂପ ଲାଭର ମାର୍ଗ ଦର୍ଶନ କରାଇ ଥାଏ। ଏହି ଗ୍ରନ୍ଥ ଭାଗବତ ପ୍ରେମର ପ୍ରକୃତ ବାଟ ଆମକୁ ଦେଖାଇ ଥାଏ ଯାହା ଆମକୁ ନିଷ୍କାମ ଭକ୍ତି ଆଡ଼କୁ ଅଗ୍ରସର କରାଏ । ଏହି ପଥ ଏତେ ସୁଗମ ଯେ ଏଥିରେ ଧାଇଁ ଧାଇଁ ଗଲେ ବି ପଡିଯିବାର ଭୟ ନଥାଏ କିନ୍ତୁ ବେଦ ଓ ଉପନିଷଦକୁ ଆମେ ଧିରେ ଧିରେ ହିଁ ଆପଣାର କରିପାରିବା। ଭାଗବତର ପଥ ଏତେ ସରଳ ଓ ପ୍ରେମମୟ ଯେ ଥରେ ସେଥିରେ ମଜ୍ଜି ଗଲେ ଭଗବାନ ପ୍ରାପ୍ତି ସୁନିଶ୍ଚିତ।

ଯଥାର୍ଥରେ ଶାସ୍ତ୍ର କହେ “ଯେ ବୈ ଭଗବତା ପ୍ରୋକ୍ତା ଉପାୟା
ହ୍ୟାତ୍ମଲବ୍ଧୟେ, ଅଞ୍ଜ ପୁଂସାଂ
ଅବିଦୂଷା ବିଦ୍ଧି ଭାଗବତାନ ହି ତାନ”

ତେଣୁ ସତ୍ୟ ଓ ପ୍ରେମ ଉପରେ ପର୍ଯ୍ୟବେଷିତ ଏହି ମହାନ ଗ୍ରନ୍ଥ ଶ୍ରୀମଦ ଭାଗବତଙ୍କୁ ପ୍ରଣାମ

ଜୟ ଜଗନ୍ନାଥ
(ଦ. ତ୍ରୀ. ଉଵାଚ )

Comments are closed.