Latest Odisha News

BREAKING NEWS

ବିହାର ଏନଡିଏରେ ହଟଚମଟ, ଜଣାପଡ଼ିଲା ବିଜେପିର ଭିତିରି କଥା !

ନୂଆଦିଲ୍ଲୀ: ବିହାରରେ ଏନଡିଏରେ ଚାଲିଛି କ’ଣ ? ବିଜେପି ଓ ଜେଡିୟୁ ମଧ୍ୟରେ ଠିକଠାକ୍ ଚାଲିଛି ତ ? ଏବେ ବିହାର ଏନଡିଏରେ କନ୍ଦଳ ଥିବା ନେଇ ଚର୍ଚ୍ଚା ସାମ୍ନାକୁ ଆସିଛ । କୁହାଯାଉଛି ବିଜେପି ଓ ଜେଡିୟୁ ମଧ୍ୟରେ ଫାଟ ଦେଖାଦେଇଛି । ନିକଟରେ ପାଳିତ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ । ଆଉ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା । ହେଲେ ସେଠାରେ ସେ ଯାହା କହିଥିଲେ, ଜେଡିୟୁକୁ ବାଧିଛି ବୋଲି ସମୀକ୍ଷକମାନେ କିଛନ୍ତି । ବିଜୟ କୁମାର କହିଛନ୍ତି । ସେ କହିଥିଲେ ଯେ ବିହାରରେ ବିଜେପି ସରକାର ଗଠନ ହେଲେ ହିଁ ଅଟଳ ବିହାରୀ ବାଜପେୟୀଙ୍କୁ ମିଳିବ ପ୍ରକୃତ ଶ୍ରଦ୍ଧାଞ୍ଜଳି । ଏବେ ଏହି ବୟାନକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।

୧୯୮୫ରୁ ପ୍ରତ୍ୟକ୍ଷ ବିଧାନସଭା ନିର୍ବାଚନ ଲଢ଼ି ନାହାନ୍ତି ନୀତୀଶ କୁମାର । କିନ୍ତୁ ଅନେକ ବର୍ଷ ବିହାର ଶାସନର ମୁଖ୍ୟ ହୋଇ ଅଛନ୍ତି । ସଂଖ୍ୟା ଥାଉ ବା ନଥାଉ, ଗତକିଛି ବିର୍ଷ ହେବ ନୀତୀଶ କୁମାର ହିଁ ବିହାର ଏବଂ ବିହାର ହିଁ ନୀତୀଶ କୁମାର ବୋଲି ସମସ୍ତେ ଦେଖି ଆସୁଛନ୍ତି । କିନ୍ତୁ ଏବେ ୨୦୨୫ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ନେତା ବିଜୟ ସିହ୍ନାଙ୍କ ମନ୍ତବ୍ୟ, ଭିନ୍ନ ଦିଗକୁ ଇସାରା କରୁଛି । ଜେଡିୟୁ ମୁଖ୍ୟଙ୍କ ନାଁ ନନେଇ ବିଜେପି ପାଇଁ ସେ ବାଜା ବଜାଇଛନ୍ତି । ହେଲେ ଦିନେ ଯାଇନି, ନିଜ ମନ୍ତବ୍ୟ ଉପରେ ସଫେଇ ଦେଇଛନ୍ତି ।

ଆମ୍ବେଦକରଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅକଳରେ ବିଜେପି । କଂଗ୍ରେସ ଓ ଅନ୍ୟ ବିରୋଧୀ, ବିଜେପି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ବେଳେ ପ୍ରସଙ୍ଗ ଟ୍ରିଭିଆଲାଇଜ୍ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଲାଇଛି ବିଜେପି । କିନ୍ତୁ ଏଭଳି ସମୟରେ ବିଜୟ ସିହ୍ନାଙ୍କ ମନ୍ତବ୍ୟ ବିହାରରେ ବିଜେପି ପାଇଁ ବୁମେରାଂ ହେବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ବାଜପେୟୀଙ୍କ ପ୍ରତିମୂର୍ତ୍ତିସ୍ଥଳରେ ବିଜୟ ସିହ୍ନା ଯାହା କହିଲେ, ପରେ ତାର ସମ୍ପୂର୍ଣ୍ଣ ଓଟଲା କହିବାକୁ ବାଧ୍ୟ ହେଲେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

ଲୋକସଭା ନିର୍ବାଚନରେ ମ୍ୟାଜିକ୍ ନମ୍ବର ଛୁଇଁବାରେ ସକ୍ଷମ ହୋଇନି ବିଜେପି । ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ଓ ନୀତୀଶ କୁମାରଙ୍କ ଜେଡିୟୁ ସହଯୋଗରେ କେନ୍ଦ୍ରରେ ଏନଡିଏ ସରକାର କ୍ଷମତାସୀନ ହୋଇଛି । ପୁଣି ଗତ କିଛିଦିନ ହେବ ନୀତୀଶ କୁମାର ନିରବ ରହିଛନ୍ତି । ଏବେ ସେ ବିହାରରେ ପ୍ରଗତି ଯାତ୍ରା ଜାରି ରଖିଛନ୍ତି । କିଛିଦିନ ପୂର୍ବେ ଏମିତି ଏକ ହିନ୍ଦୁ ସ୍ବାଭିମାନ ଯାତ୍ରା କରିଥିଲେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ । ଗିରିରାଜଙ୍କ ଯାତ୍ରାର ଟାଇଟଲ, ଅଧା ଉଦ୍ଦେଶ୍ୟ ସ୍ପଷ୍ଟ କରୁଥିବା ବେଳେ ନୀତୀଶ କୁମାରଙ୍କ ପ୍ରଗତି ଯାତ୍ରାର ଉଦ୍ଦେଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ସ୍ପଷ୍ଟ । ନିର୍ବାଚନ ପୂର୍ବରୁ ଏମିତି ଯାତ୍ରା କରି ନୀତୀଶ କୁମାର ତାଙ୍କ ସପକ୍ଷରେ ଜନ ସମର୍ଥନ ସାଉଁଟିବାକୁ ଚେଷ୍ଟା କରୁଥିବା କୁହାଯାଉଛି । ଏଭଳି ସ୍ଥିତିରେ ବିଜୟ ସିହ୍ନାଙ୍କ ମନ୍ତବ୍ୟ ପରିସ୍ଥିତି ବିଗାଡ଼ି ଦେବା ଆଶଙ୍କା କରାଯିବା ପରେ ସାନି କ୍ଲାରିଫିକେସନ୍ ଦେବାକୁ ତାଙ୍କୁ ବାଧ୍ୟ କରାଯାଇଥିବା କୁହାଯାଉଛି ।

ଅନ୍ୟପଟେ ବିହାର ରାଜନୀତିରେ ନୀତୀଶ କୁମାରଙ୍କ ଇମେଜ୍ ଭିନ୍ନ ରହିଛି । ବିହାରରେ ସେ ଧର୍ମନିରପେକ୍ଷତାର ପ୍ରତୀକ କହିଲେ ଭୁଲ ହେବନି । ତେବେ ନୀତୀଶଙ୍କ ଇମେଜକୁ କାଉଣ୍ଟର କରିବାକୁ ହିନ୍ଦୁ ସ୍ବାଭିମାନ ଯାତ୍ରା କରିଥିବା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ । ନୀତୀଶ କୁାମରଙ୍କୁ ଭାରତ ରତ୍ନ ପୁରସ୍କାର ମିଳିବା ଦରକାର ବୋଲି କହି, ବିହାର ରାଜନୀତିରେ ଭିନ୍ନ ଏକ ପରିସ୍ଥିତି ସୃଷ୍ଟି କରି ଦେଇଛନ୍ତି ।

Leave A Reply

Your email address will not be published.