Latest Odisha News

ଶ୍ରୀମନ୍ଦିର ସେବାୟତଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତ ମାନଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ସୂଚନା ଅନୁଯାୟୀ, ମୋଟ ୨୪୬୩ ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଛି। କୋଭିଡର ପ୍ରଥମ ଲହରରେ ମଧ୍ୟ ସେବାୟତ ପରିବାରଙ୍କୁ ୪ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ଦିଆଯାଇ ଥିଲା।

ତେବେ ଗତ ବର୍ଷ ର ୫ କିସ୍ତି ଓ ଦ୍ୱିତୀୟ ଲହର ର ପ୍ରଥମ ଆର୍ଥିକ ସହାୟତା କିସ୍ତି କୁ ମିଶାଇ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି। ଏଥି ସହିତ ଗତ ଏପ୍ରିଲ ମାସରୁ ସେବାୟତ ଙ୍କୁ ଡବଲ ପାଳିଆ ପୁରସ୍କାର ଦିଆଯାଉଛି।

ଉଲ୍ଲେଖଯୋଗ୍ୟ, କୋଭିଡ କଟକଣା ଲାଗୁ ପରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି। ଏଣୁ ସେବାୟତ ମାନେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ଏଣୁ ତାଙ୍କୁ ଆର୍ଥିକ ସହାୟତା ଦିଆଯାଇ ଥିବା ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି।

Comments are closed.