Latest Odisha News

BREAKING NEWS

ଜଙ୍ଗଲ ଭିତରେ କାହାର ଏ ନରକଙ୍କାଳ ?

ବାଙ୍କୀ: ଜଙ୍ଗଲ ଭିତରେ ପଡିଛି ମଣିଷ ଖପୁରୀ ଓ କଙ୍କାଳ  । କାହାର ଏକ ଖପୁରୀ, କଙ୍କାଳ ? ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ଗୟଳବାଙ୍କ ନିକଟସ୍ଥ ଜାରିଆ ଜଙ୍ଗଲକୁ କେମିତି ଆସିଲା ?

ଆଜି ପାଟ୍ରୋଲିଂ ବେଳେ ପୋଲିସ ଜଙ୍ଗଲରୁ ଉଦ୍ଧାର କରିଛି ଏହି ଖପୁରି ଓ ନରକଙ୍କାଳ । ପରୀକ୍ଷା ପାଇଁ ଏହାକୁ କଟକ ପଠାଯାଇଛି । ତେବେ ଏହା କାହାର ଏ ନେଇ କିଛି ସ୍ପଷ୍ଟ ଜଣା ପଡୁନି ।  ଏହା ୫ ମାସ ତଳେ ନିଖୋଜ ଥିବା ନନ୍ଦକିଶୋର ବେହେରାଙ୍କର ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ନନ୍ଦ କିଶାେରଙ୍କ  ପୁତୁରାଙ୍କ କହିବା ଅନୁଯାୟୀ, କଙ୍କାଳ ପାଖରୁ ମିଳିଥିବା ସାର୍ଟଟି ନନ୍ଦ କିଶୋରଙ୍କର  । ସାର୍ଟ ପକେଟରୁ ମଧ୍ୟ  କିଛି କାଗଜପତ୍ର ଭିତରେ ଟଙ୍କା ଥିବା ଜଣାଯାଇଛି । ଏସବୁକୁ ଦେଖିବା ପରେ ଏହା ନନ୍ଦକିଶୋରଙ୍କର ବୋଲି ପରିବାର ଲୋକେ ଅନୁମାନ କରୁଛନ୍ତି ।

ଏଠି ମନେପକେଇ ଦେବାକୁ ଚାହିଁବୁ, ନନ୍ଦ କିଶୋର ବେହେରାଙ୍କ ଘର କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସାନମୁଣ୍ଡଳୀ ଗାଁରେ ଏବଂ ସେ ଜଣେ ବ୍ୟବସାୟୀ  ।   ସେ ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ଅଞ୍ଚଳ ବିିଭିନ୍ନ ଗାଁରେ ବୁଲି ବୁଲି ବ୍ୟବସାୟ କରନ୍ତି। ହେଲେ ଅଗଷ୍ଟ ୨୮ ତାରିଖରେ ବ୍ୟବସାୟ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ।  ପରିବାର ପକ୍ଷରୁ  ଏନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ  ହୋଇଥିଲା ।  ପରେ ଅଭୟାରଣ୍ୟ ଅଞ୍ଚଳରୁ ନନ୍ଦ ମଉସାଙ୍କ ମୋପେଟ୍‌ ମିଳିଥିଲା। ନନ୍ଦ ମଉସାଙ୍କୁ ଅଜଗର ଗିଳି ଦେଇଥିବା ଆଲୋଚନା ହେଉଥିଲା ।
 ତେବେ ଆଜି ବନ କର୍ମଚାରୀମାନେ  ପାଟ୍ରୋଲିଂ  ବେଳେ ଗୋଟିଏ ମଣିଷ ଖପୁରୀ ଓ କଙ୍କାଳ ଦେଖିବାକୁ ପାଇଥିଲେ। ଆଉ କଙ୍କାଳ ପାଖରେ ସାର୍ଟ ପଡ଼ିଥିଲେ।  । ଡ଼ମପଡା ତହସିଲଦାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଜଙ୍ଗଲରୁ କଙ୍କାଳ ଉଦ୍ଧାର କରା ଯାଇଥିଲା।   ପରିବାର ଲୋକେ ନନ୍ଦକିଶୋରଙ୍କ ସାର୍ଟଟିକୁ ଚିହ୍ନିଥିଲେ।   ଅଭୟାରଣ୍ୟରୁ ମିଳିଥିବା ହାଡ଼ କଙ୍କାଳକୁ କଟକ ଏଫ୍‌ଏମ୍‌ଟିକୁ ପରୀକ୍ଷା ପାଇଁ ପଠାଇ ଦିଆଯାଇଥିବା ବାଙ୍କୀ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି।

 

Comments are closed.