ବ୍ରହ୍ମପୁର:ଗଞ୍ଜାମ ଜିଲାରେ ବାଲ୍ୟ ବିବାହ ଉପରେ ଅଂକୁଶ ଲଗାଇବା ପାଇଁ ଜିଲା ପ୍ରଶାସନ ଗୋଟିଏ ପରେ ଗୋଟିଏ ଅଭିନବ ପଦକ୍ଷେପ ଗ୍ରହଣ କରୁଛି। ଏହି କ୍ରମରେ ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ସାମିଲ କରାଯାଇଛି। ଅଧାରୁ ପାଠ ଛାଡୁଥିବା ଝିଅମାନେ ବାଲ୍ୟ ବିବାହର ଶିକାର ହୋଇଥାଆନ୍ତି। ତେଣୁ ସେହି ଝିଅମାନଙ୍କୁ ଚିହ୍ନଟ କରିବା ସହିତ ସେମାନେ ବିଦ୍ୟାଳୟକୁ ନିୟମିତ ଯେପରି ଆସିବେ, ସେ ଦିଗରେ କାର୍ଯ୍ୟ କରିବେ। ପ୍ରତି ଶନିବାର ଅଙ୍ଗନବାଡ଼ି କର୍ମୀମାନେ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଲ୍ୟ ବିବାହ ସଂପର୍କରେ ସଚେତନତା ସୃଷ୍ଟି କରିବେ। ଯେଉଁ ଛାତ୍ରୀ ବିଦ୍ୟାଳୟରେ କ୍ରମାଗତ ୧୦ଦିନ ଅନୁପସ୍ଥିତ ରହିବେ, ତାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ଜିଲାରେ ବାଲ୍ୟ ବିବାହକୁ ପ୍ରତ୍ୟାଖ୍ୟାନ କରିଥିବା ଝିଅମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି। ଛତ୍ରପୁରଠାରେ ଜିଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ‘ନିର୍ଭୟାକଢି’, ‘ମୋ ଗେହ୍ଲାଝିଅ’, ଶିଶୁ ଶ୍ରମିକ ଦୂରୀକରଣ ପାଇଁ ଜିଲା ଟାସ୍କ ଫୋର୍ସ କମିଟି ଓ ଜିଲା ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ୍ ପୌରୋହିତ୍ୟ କରିଥିଲେ ।
ବାଲ୍ୟ ବିବାହ ଓ କନ୍ୟାଭୃଣହତ୍ୟା ଭଳି ଦୁଇଟି ସାମାଜିକ ବ୍ୟାଧିକୁ ଜିଲାରୁ ଦୂରେଇ ଦେବା ପାଇଁ ଦୁଇଟି ଅଭିନବ କାର୍ଯ୍ୟକ୍ରମ ‘ନିର୍ଭୟା କଢି’ ଏବଂ ‘ମୋ ଗେହ୍ଲାଝିଅ’ ହାତକୁ ନିଆଯାଇଛି । ଜିଲାରେ ବାଲ୍ୟ ବିବାହ ଦିନକୁ ଦିନ ହ୍ରାସ ପାଉଥିବା ଜିଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ସୂଚନା ରଖିଥିଲେ । ଜାତୀୟ ପରିବାର ସର୍ବେକ୍ଷଣ-୫ (୨୦୨୦-୨୧)ରୁ ଏହି ତଥ୍ୟ ହସ୍ତଗତ ହୋଇଥିବା ସେ କହିଛନ୍ତି। ଜିଲାରେ ବାଲ୍ୟ ବିବାହକୁ ଦୂର କରିବା ପାଇଁ ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ‘ନିର୍ଭୟା କଢି’ କାର୍ୟ୍ୟକ୍ରମ ସଂମ୍ପର୍କରେ ଅବଗତ କରାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। କନ୍ୟାଭୃଣ ହତ୍ୟା ଭଳି କୁତ୍ସିତ ପ୍ରଥାକୁ ଦୂର କରିବା ପାଇଁ ଜିଲାରେ ଚାଲୁଥିବା ‘ମୋ ଗେହ୍ଲାଝିଅ’ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଆଲୋଚନା ହୋଇଥିଲା । ଶିଶୁ ଶ୍ରମିକ ଚିହ୍ନଟ ହେଉଥିବା ପିଲାମାନଙ୍କୁ ଉପଯୁକ୍ତ ଥଇଥାନ ଉପରେ ଗୁରୁତ୍ବ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ର ଜିଲା ପ୍ରକଳ୍ପ ମ୍ୟାନେଜର ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ମିଶନ୍ ଶକ୍ତିର ଜିଲା ପ୍ରକଳ୍ପ ସଂଯୋଜକ ଶାସ୍ବତ ସାହୁଙ୍କ ସମେତ ଅନ୍ୟ ଅଧିକାରୀ ଏବଂ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତା ଉପସ୍ଥିତ ଥିଲେ।
BREAKING NEWS
- ବିଶ୍ୱରେ ପ୍ରଥମ:ଏଆଇ-ସହାୟତାରେ-ପ୍ରଥମ-ମସ୍ତିଷ୍କ-ଅସ୍ତ୍ରୋପଚାର
- ନେପାଳ ବନ୍ୟାରେ ନିଖୋଜ ୨ ଓଡ଼ିଆ, ସହାୟତା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍
- ରାକ୍ଷୀ ପୂର୍ଣ୍ଣିମା; ଆଜି ମହିଳାଙ୍କ ପାଇଁ ମାଗଣା ‘ଆମ ବସ୍’ ସେବା
- ନେପାଳରେ ବନ୍ୟା; ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି, ୧୩୩ ଭାରତୀୟ ନିଖୋଜ…
- ନେପାଳରେ ହଠାତ୍ ବନ୍ୟା ଆସିବାର କାରଣ କଣ ?
- ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ; ୩ ଗିରଫ
- ଦେଶର ୧୧ ହଜାର କିମି ରେଳପଥର ହେବ ସମ୍ପ୍ରସାରଣ: ଯୋଜନାର ରୂପରେଖ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଆପଣ ବହୁତ ହଟ୍ ଓ ବିୟୁଟିଫୁଲ୍’; ରିଆଲିଟି ସୋ’ରେ ମଲ୍ଲିକାଙ୍କୁ ଖୋଲା ପ୍ରଶଂସା କରି ଚର୍ଚ୍ଚାରେ ଲାଲୁଙ୍କ ପୁଅ
- ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ? ଜାଣନ୍ତୁ କ’ଣ ରହିଛି ଆରବିଆଇର ନୂଆ ନିୟମ
- ଚିନି ବନ୍ଦ କଲେ କମିବ କି ଡାଇବେଟିସ୍? ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମେଡିକାଲ୍ ରିସର୍ଚ୍ଚରୁ ଜାଣନ୍ତୁ ସତ୍ୟତା

Comments are closed.