Latest Odisha News

‘Kapil shrama Show’: କାହିଁକି କପିଲ ଶର୍ମା ଶୋ ରୁ ବାଦ୍ ପଡ଼ିଲେ ସ୍ମୃତି ମନ୍ଧାନା?

ନୂଆଦିଲ୍ଲୀ:  ଘରେ ଘରେ ପରିଚିତ ଏବଂ ବହୁତ ପପୁଲାର ଶୋ ହେଉଛି ‘କପିଲ ଶର୍ମା ଶୋ’ । ଯେଉଁଠିକି ବିଭିନ୍ନ ବର୍ଗର କଳାକାର, ଖେଳାଳି , ଏବଂ ବରିଷ୍ଠ ବ୍ୟକ୍ତି ବିଶେଷ ମଧ୍ୟ ଆସିଛନ୍ତି । ନିକଟରେ ଏହି ଶୋ ର ଏକ ନୂଆ ଏପିସୋଡ଼ର ଟ୍ରେଲର  ପ୍ରକାଶ ପାଇଛି । ଯେଉଁଥିରେ ଭାରତୀୟ ମହିଳା କ୍ରିକେଟର ମାନଙ୍କୁ ନେଇ ଏକ ନୂଆ ଅଧ୍ୟାୟ ହେବ । ତେବେ ଏହି ଟ୍ରୋଲରେ ହରମନପ୍ରୀତ କୌର, ରିଚା ଘୋଷ, ଜେମିମାହ ରଡ୍ରିଗ୍ସ, ଶେଫାଲି ବର୍ମା, ଦୀପ୍ତି ଶର୍ମା, ରେଣୁକା ସିଂହ, ହରଲିନ୍ ଦେଓଲ, ରାଧା ଯାଦବ ଏବଂ ପ୍ରତୀକା ରାୱଲଙ୍କୁ ଦେଖିବାକୁ ମିଳିଛି। ଏପରିକି ମୁଖ୍ୟ ପ୍ରଶିକ୍ଷକ ଅମୋଲ ମଜୁମଦାର ମଧ୍ୟ ଏଥିରେ ସାମିଲ ଅଛନ୍ତି। କିନ୍ତୁ ଏଥିରୁ ବାଦ୍ ପଡ଼ିଛନ୍ତି  ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା । ପୋଷ୍ଟରରେ ସ୍ମୃତିଙ୍କ ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

କାହିଁକି କପିଲ ଶର୍ମା ଶୋ ରୁ ବାଦ୍ ପଡ଼ିଲେ ସ୍ମୃତି ମନ୍ଧାନା । ଟ୍ରେଲରରେ ଅର୍ଚ୍ଚନା ପୁରନ ସିଂହ ଏବଂ ନବଜୋତ ସିଂହ ସିଦ୍ଧୁ ମଧ୍ୟ ନଜର ଆସିଛନ୍ତି। ପ୍ରଶ୍ନ ହେଉଛି, ଯେତେବେଳେ ସମଗ୍ର ଦଳ ସେଠାକୁ ଯାଇଥିଲେ, ସ୍ମୃତି ମନ୍ଧାନା କାହିଁକି ଶୋ’ରେ ଅଂଶଗ୍ରହଣ କଲେ ନାହିଁ? ତାଙ୍କ ଜୀବନରେ କୌଣସି ଦୁଃଖଦ ଘଟଣା କ’ଣ ଏହାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ନିକଟରେ ସେ ମଧ୍ୟ ଏକ ପୋଷ୍ଟ କରି ଲେଖିଥିଲେ ଯେ ସେ କିଛି ଦିନ ଏକା ରହିବାକୁ  ଚାହାଁନ୍ତି ଏହି କାରଣ ପାଇଁ ହୁଏତ ଖେଳାଳି ଏତିରେ ଯୋଗ ଦେଇ ନାହାଁନ୍ତି ବୋଲି ଚର୍ଚ୍ଚା ହେଉଛି । 

ସ୍ମୃତି ମନ୍ଧାନା ସମ୍ପ୍ରତି ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ଏବଂ ଏବେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେବ RCBକୁ ଆଉ ଏକ ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଦେବା। ମନ୍ଧାନା RCBର ଅଧିନାୟକ। ଆସନ୍ତା ବର୍ଷ T20 ବିଶ୍ୱକପ୍ ଜିତିବା ମଧ୍ୟ ମନ୍ଧାଙ୍କ ବକେଟ ତାଲିକାରେ ରହିବ। ବର୍ତ୍ତମାନ, ସ୍ମୃତି ମନ୍ଧାନା ଶ୍ରୀଲଙ୍କା ବିପକ୍ଷ T20 ସିରିଜରେ ଖେଳୁଛନ୍ତି ।

 

Comments are closed.