ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ୬୫ ବର୍ଷୀୟା ତ୍ରିବେଣୀ ନାଇକଙ୍କ ହତ୍ୟା ପଛର କାରଣ କହିଛି ପୋଲିସ। ଅଣ୍ଡା ତାରକାରି ରାନ୍ଧିଲେନି ବୋଲି ତାଙ୍କ ପୁଅ ସନାତନ ହିଁ ତାଙ୍କୁ ହତ୍ୟା କରିଥିଲେ। ପୁଅ ସନାତନଙ୍କୁ ପୋଲିସ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ଫୁଙ୍କନଳାକୁ ଜବତ କରିଛି। ଛତ୍ରପୁରରୁ ବୈଷୟିକ ଦଳ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି।
ସୂଚନା ମୁତାବକ ତ୍ରିବେଣୀ କିଛିବର୍ଷ ଧରି ଆନ୍ଧ୍ରପ୍ରଦେଶରେ ଏକ ଚିଙ୍ଗୁଡି ଉତ୍ପାଦନ କାରଖାନାରେ କାମ କରୁଥିଲେ। ପୁଅର ଦୌରାତ୍ମ୍ୟ ସହିନପାରି ସେ ବାଧ୍ୟ ହୋଇ ଘରଦ୍ୱାର ଛାଡି ଆନ୍ଧ୍ରପ୍ରଦେଶ ଚାଲି ଯାଇଥିଲେ । ଏପରିକି ସନାତନର ନିର୍ଯାତନା ସହ୍ୟ କରିନପାରି ତାଙ୍କ ସ୍ତ୍ରୀ ମଧ୍ୟ ବାପ ଘରକୁ ଚାଲିଯାଇଥିଲେ। ଦଶହରା ଓ ଦୀପାବଳି ପାଳନ ନିମନ୍ତେ ତ୍ରିବେଣୀ କିଛିଦିନ ତଳେ ତ୍ରିବେଣୀ ଗାଁକୁ ଆସିଥିଲେ। ଶୁକ୍ରବାର ସନ୍ଧ୍ୟାରେ ସନାତନ ଅଣ୍ଡା ତରକାରୀ ରୋଷେଇ କରିବା ପାଇଁ ମା’ଙ୍କୁ କହି ମଦ ପିଇବାକୁ ବାହାରକୁ ଚାଲି ଯାଇଥିଲା। କିଛି ସମୟପରେ ସନାତନ ଘରକୁ ଫେରି ମା’କୁ ଅଣ୍ଡା ତରକାରୀ ରୋଷେଇ ସମ୍ପର୍କରେ ପଚାରିଥିଲା। କିନ୍ତୁ ମା’ ଅଣ୍ଡା ତରକାରୀ ରୋଷେଇ କରିନଥିବାରୁ ସନାତନ କ୍ରୋଧାନ୍ବିତ ହୋଇ ତାଙ୍କ ମୁଣ୍ଡକୁ ବାରମ୍ବାର ଘରର କାନ୍ଥରେ ବାଡେଇ ଦେଇଥିଲା। ଜନ୍ମଦାତ୍ରୀ ଲହୁଲୁହାଣ ହୋଇ ଆର୍ତ୍ତ ଚିତ୍କାର ଛାଡିଥିଲେ ହେଁ ଦୁର୍ଦାନ୍ତ ପୁଅ ମାଡ ମାରି ଚାଲିଥିଲା। ପୁଅର ଅମାନବୀୟ ମାଡରେ ତ୍ରିେବଣୀଙ୍କ ମୁହଁ ଓ ମୁଣ୍ଡ ରକ୍ତରେ ଜୁଡୁୁବୁଡୁ ହୋଇଯାଇଥିଲା। ଏଣେ ସନାତନର ଗାଳିଗୁଲଜ ଓ ଦୌରାତ୍ମ୍ୟକୁ ଭୟକରି ଗ୍ରାମବାସୀ ପାଖତଡ ମାଡିବା ବଦଳେ ନିରବଦ୍ରଷ୍ଟା ସାଜିଥିଲେ। ପୁଅ କବଳରୁ ବଞ୍ଚାଇବାକୁ ଜନ୍ମଦାତ୍ରୀଜଣକ କାକୁତିମିନତି ହୋଇଥିଲେ ହେଁ କେହି ଆଗଭର ହୋଇନଥିଲେ ବରଂ ଦୁର୍ଦାନ୍ତ ପୁଅ ମାଡ ମାରି ଚାଲିଥିଲା। ପରେ ଘର ଭିତରୁ ଏକ ଫୁଙ୍କନଳା(ରୋଷେଇଶାଳରେ ବ୍ୟବହୃତ ହେଉଥିବା ଲୁହ ପାଇପ୍)ରେ ତ୍ରିବେଣୀଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଫୁଙ୍କନଳାର ଗୋଟିଏ ମାଡରେ ତ୍ରିବେଣୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ରାତି ପ୍ରାୟ ୮ଟା ସମୟରେ ଘଟିଥିଲା। ଶନିବାର ସକାଳେ କୌଣସି ସୁତ୍ରରୁ ଖବର ପାଇ ତାରସିଂ ଥାନା ପୁଲିସ ଗଜାପଦର ଗ୍ରାମରେ ପହଞ୍ଚି ଅଭିଯୁକ୍ତ ସନାତନକୁ କାବୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଥିଲେ। ପୋଲିସ ଏକ ମକଦମା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ପ୍ରକାଶ କରିଛନ୍ତି।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.