ବ୍ରହ୍ମପୁର: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗଜାପଦର ଗ୍ରାମରେ ୬୫ ବର୍ଷୀୟା ତ୍ରିବେଣୀ ନାଇକଙ୍କ ହତ୍ୟା ପଛର କାରଣ କହିଛି ପୋଲିସ। ଅଣ୍ଡା ତାରକାରି ରାନ୍ଧିଲେନି ବୋଲି ତାଙ୍କ ପୁଅ ସନାତନ ହିଁ ତାଙ୍କୁ ହତ୍ୟା କରିଥିଲେ। ପୁଅ ସନାତନଙ୍କୁ ପୋଲିସ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ଫୁଙ୍କନଳାକୁ ଜବତ କରିଛି। ଛତ୍ରପୁରରୁ ବୈଷୟିକ ଦଳ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି।
ସୂଚନା ମୁତାବକ ତ୍ରିବେଣୀ କିଛିବର୍ଷ ଧରି ଆନ୍ଧ୍ରପ୍ରଦେଶରେ ଏକ ଚିଙ୍ଗୁଡି ଉତ୍ପାଦନ କାରଖାନାରେ କାମ କରୁଥିଲେ। ପୁଅର ଦୌରାତ୍ମ୍ୟ ସହିନପାରି ସେ ବାଧ୍ୟ ହୋଇ ଘରଦ୍ୱାର ଛାଡି ଆନ୍ଧ୍ରପ୍ରଦେଶ ଚାଲି ଯାଇଥିଲେ । ଏପରିକି ସନାତନର ନିର୍ଯାତନା ସହ୍ୟ କରିନପାରି ତାଙ୍କ ସ୍ତ୍ରୀ ମଧ୍ୟ ବାପ ଘରକୁ ଚାଲିଯାଇଥିଲେ। ଦଶହରା ଓ ଦୀପାବଳି ପାଳନ ନିମନ୍ତେ ତ୍ରିବେଣୀ କିଛିଦିନ ତଳେ ତ୍ରିବେଣୀ ଗାଁକୁ ଆସିଥିଲେ। ଶୁକ୍ରବାର ସନ୍ଧ୍ୟାରେ ସନାତନ ଅଣ୍ଡା ତରକାରୀ ରୋଷେଇ କରିବା ପାଇଁ ମା’ଙ୍କୁ କହି ମଦ ପିଇବାକୁ ବାହାରକୁ ଚାଲି ଯାଇଥିଲା। କିଛି ସମୟପରେ ସନାତନ ଘରକୁ ଫେରି ମା’କୁ ଅଣ୍ଡା ତରକାରୀ ରୋଷେଇ ସମ୍ପର୍କରେ ପଚାରିଥିଲା। କିନ୍ତୁ ମା’ ଅଣ୍ଡା ତରକାରୀ ରୋଷେଇ କରିନଥିବାରୁ ସନାତନ କ୍ରୋଧାନ୍ବିତ ହୋଇ ତାଙ୍କ ମୁଣ୍ଡକୁ ବାରମ୍ବାର ଘରର କାନ୍ଥରେ ବାଡେଇ ଦେଇଥିଲା। ଜନ୍ମଦାତ୍ରୀ ଲହୁଲୁହାଣ ହୋଇ ଆର୍ତ୍ତ ଚିତ୍କାର ଛାଡିଥିଲେ ହେଁ ଦୁର୍ଦାନ୍ତ ପୁଅ ମାଡ ମାରି ଚାଲିଥିଲା। ପୁଅର ଅମାନବୀୟ ମାଡରେ ତ୍ରିେବଣୀଙ୍କ ମୁହଁ ଓ ମୁଣ୍ଡ ରକ୍ତରେ ଜୁଡୁୁବୁଡୁ ହୋଇଯାଇଥିଲା। ଏଣେ ସନାତନର ଗାଳିଗୁଲଜ ଓ ଦୌରାତ୍ମ୍ୟକୁ ଭୟକରି ଗ୍ରାମବାସୀ ପାଖତଡ ମାଡିବା ବଦଳେ ନିରବଦ୍ରଷ୍ଟା ସାଜିଥିଲେ। ପୁଅ କବଳରୁ ବଞ୍ଚାଇବାକୁ ଜନ୍ମଦାତ୍ରୀଜଣକ କାକୁତିମିନତି ହୋଇଥିଲେ ହେଁ କେହି ଆଗଭର ହୋଇନଥିଲେ ବରଂ ଦୁର୍ଦାନ୍ତ ପୁଅ ମାଡ ମାରି ଚାଲିଥିଲା। ପରେ ଘର ଭିତରୁ ଏକ ଫୁଙ୍କନଳା(ରୋଷେଇଶାଳରେ ବ୍ୟବହୃତ ହେଉଥିବା ଲୁହ ପାଇପ୍)ରେ ତ୍ରିବେଣୀଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଫୁଙ୍କନଳାର ଗୋଟିଏ ମାଡରେ ତ୍ରିବେଣୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ରାତି ପ୍ରାୟ ୮ଟା ସମୟରେ ଘଟିଥିଲା। ଶନିବାର ସକାଳେ କୌଣସି ସୁତ୍ରରୁ ଖବର ପାଇ ତାରସିଂ ଥାନା ପୁଲିସ ଗଜାପଦର ଗ୍ରାମରେ ପହଞ୍ଚି ଅଭିଯୁକ୍ତ ସନାତନକୁ କାବୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଥିଲେ। ପୋଲିସ ଏକ ମକଦମା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ପ୍ରକାଶ କରିଛନ୍ତି।
BREAKING NEWS
- ରାହୁଲଙ୍କ ବ୍ୟାଟିଂ ଅର୍ଡରକୁ ନେଇ ଜୋର ଧରିଛି ଚର୍ଚ୍ଚା
- ବଡ଼ ଘୋଷଣା: ପେନସନ୍ ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ
- ରାୟପୁରରୁ ସିଫ୍ଟ ହେଲା ରଣଜୀ ଟ୍ରଫିର ୨ଟି ମ୍ୟାଚ୍; ଜାଣନ୍ତୁ ପ୍ରକୃତ କାରଣ
- ବାଲି ଟ୍ରାକ୍ଟର ଓ ସ୍କୁଟର ମଧ୍ୟରେ ଧକ୍କା;୨ ମୃତ,ଡ୍ରାଇଭର ଫେରାର
- ଶ୍ରୀମନ୍ଦିର ବାହାରେ ଖୋଲାଖୋଲି ବିକ୍ରି ହେଉଛି ମହାପ୍ରସାଦ, ଭକ୍ତ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
- ଜେଲ୍ ଗଲେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ
- ମୁମ୍ବାଇରେ ବିଏମସିର କଡା ନିର୍ଦ୍ଦେଶ, ୨୫ ନଭେମ୍ବର ଯାଏ ସିଧା ଉପରକୁ ଉଠୁଥିବା ବାଣ ବ୍ୟାନ୍
- ‘ଦୀପାବଳି’ କହିବାକୁ ଏତେ କଷ୍ଟ ? ଦୀପାବଳିରେ ଖଡଗେଙ୍କ ଇଦ୍ ଶୁଭେଚ୍ଛା, ବିଜେପି ଖପ୍ପା
- Crude Oil Price:କଞ୍ଚା ତେଲର ମୂଲ୍ୟ ୧୦୦ ଡଲାର ତଳକୁ ଖସିଲା; ଆମେରିକା-ଇରାନ ଚୁକ୍ତିର ଆଶା ଆଶ୍ୱସ୍ତି ଆଣିଛି
- ୨୦୨୪ ବର୍ଷ ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ, ୧୬ ଡାକ୍ତର ସମ୍ମାନିତ
Comments are closed.