Latest Odisha News

BREAKING NEWS

ସୋନିଆ ଓ ରାହୁଲଙ୍କ ନାଁରେ ଚାର୍ଜସିଟ୍‌, ପୁଣି ଖୋଲିଲା ନ୍ୟାସନାଲ ହେରାଲଡ ଫାଇଲ

ନୂଆଦିଲ୍ଲୀ:ପୁଣି ଖୋଲିଲା ନ୍ୟାସନାଲ ହେରାଲଡ ଦୁର୍ନୀତି ଫାଇଲ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଚାର୍ଜସିଟ୍ ଫାଇଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି । ଚାର୍ଜସିଟରେ ଅନ୍ୟତମ କଂଗ୍ରେସ ନେତା ସାମ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଇଛି ଇଡି । ଆଉ ଏହି ଘଟଣାରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଏହା ଇଡିର ଏକ ଷଡ଼ଯନ୍ତ୍ର । ଏପ୍ରିଲ ମାସରେ ଏହି ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା ଇଡି ଏବଂ ଏହି ଚାର୍ଜସିଟକୁ ବିଚାରକୁ ନିଆଯିବ କି ନାହିଁ, ସ୍ପୋଶାଲ ଜଜ୍ ବିଶାଲ ଗଙ୍ଗ ଏହାର ତର୍ଜମା କରିଥିଲେ ।

ଏପ୍ରିଲ ୨୫ରେ ଏହାର ପରବର୍ତ୍ତୀ ଶୁଣାଣି ହେବ । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ନ୍ୟାସନାଲ ହେରାଲଡର ସଂପତ୍ତି ଜବତ କରିବା ଏବଂ ସୋନିଆ-ରାହୁଲଙ୍କ ସହିତ ଅନ୍ୟ କିଛି ନେତାଙ୍କ ନାଁରେ ଚାର୍ଜସିଟ୍ ଫାଇଲ କରିବା ଦର୍ଶାଉଛି ଏହା କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରାୟୋଜିତ ଷଡ଼ଯନ୍ତ୍ର । ମୋଦି ଓ ଶାହଙ୍କ ଇଂଗିତରେ ଏସବୁ କାଣ୍ଡ କରାଯାଉଛି। କଂଗ୍ରେସର ଏହାର ଦୃଢ଼ ପ୍ରତିବାଦ କରିବ । ଦୁଇ ଦିନ ତଳେ ସୋନିଆ ଓ ରାହୁଲ ସଂପୃକ୍ତ ଥିବା କଂପାନୀ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍-AJLର ୭୦୦ କୋଟି ଟଙ୍କା ସଂପତ୍ତି ଆଟାଚ୍ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା ଇଡି। ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌରେ ଏହି କଂପାନୀର ପ୍ରମୁଖ ସଂପତ୍ତି ରହିଛି । ଯେଉଁଥିରେ ଦିଲ୍ଲୀର ବାହାଦୁର ଶାହ ଜାଫର ମାର୍ଗରେ ନ୍ୟାସନାଲ ହେରାଲଡ ଅଫିସ ମଧ୍ୟ ରହିଛି । ନ୍ୟାସନାଲ ହେରାଲଡର ପବ୍ଲିସର ହେଉଛି ଏଜେଏଲ୍ କଂପାନୀ ।

ଏଜେଏଲ୍ କଂପାନୀ ଏବେ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ମାଲିକାନାରେ ରହିଛି । ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ୍ ଲିମିଟେଡରେ ଉଭୟ ସୋନିଆ ଓ ରାହୁଲଙ୍କ ୩୮ ପ୍ରତିଶତ ଲେଖାଏଁ ଅଂଶଧନ ରହିଛି । ଇଡି ପକ୍ଷରୁ କୁହାଯାଇଛି ଯେ ଏଜେଏଲ୍ ମନି ଲଣ୍ଡ୍ରିଂ ମାମଲାରେ ଏହି ଚାର୍ଜସିଟ୍ ଫାଇଲ କରାଯାଇଛି । ସେପଟେ ଆଜି ହରିୟାଣା ଶିଖୋପୁରରେ ଏକ ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରା ଇଡି ଅଫିସରେ ହାଜର ହୋଇଥିଲେ ।

Comments are closed.