Latest Odisha News

BREAKING NEWS

Stray dogs: ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଗଲେ ବାପା-ମା, ବୁଲା କୁକୁର ଦେଲେ ସୁରକ୍ଷା

ନୂଆଦିଲ୍ଲୀ : ନିଷ୍ଠୁର ହୋଇଗଲେ ନିଜ ବାପା-ମା । ଶୀତ ରାତିରେ ନବଜାତ ଶିଶୁକୁ ରାସ୍ତାକଡ଼ରେ ଫୋପାଡ଼ିଦେଲେ । ଛୁଆଟିର କୁଆଁ କୁଆଁ କାନ୍ଦ ଶୁଣି ଧାଇଁ ଆସିଲେ କିଛି ବୁଲାକୁକୁର । ସରା ରାତି  ଶିଶୁଟିର ପାଖରେ ବସି ଦେଲେ ସୁରକ୍ଷା । କେମିତିକା ବାପା-ମାଆ! ଅଲୋଡ଼ା ହେଲା ନବଜାତ ଶିଶୁ । ନିଜେ ଜନ୍ମ କରିଥିବା ଶିଶୁକୁ ରାସ୍ତାକଡ଼ରେ ଫୋପାଡ଼ିଦେଇ ଚାଲିଗଲେ ବାପା ମା । ଶେଷରେ କୁକୁର କଲା ସାହାର୍ଯ୍ୟ । ଶୀତ ରାତିରେ ରାତି ସାରା ରାସ୍ତା କଡ଼ରେ କାନ୍ଦୁଥିଲା ଶିଶୁଟି । ହେଲେ କେହି ତା ଡ଼ାକ ଶୁଣିଲେ ନାହିଁ । ଶେଷରେ କିଛି ବୁଲା କୁକୁର ଦେବତା ସାଜି ଶିଶୁ ପାଖକୁ ଆସି ଉଦ୍ଧାର କଲେ । ଦର୍ଶକ ବନ୍ଧୁ ଏଭଳି ଏକ ଘଟଣା ପଶ୍ଚିମବଙ୍ଗର ନାଦିଆ ଜିଲାରୁ ସାମ୍ନାକୁ ଆସିଛି। ଯେଉଁଠାରେ କେହି ଜଣେ କମ୍ବଳରେ ଗୁଡ଼ାଇ ହୋଇଥିବା ଏକ ନବଜାତ ଶିଶୁକୁ ରାସ୍ତା ଉପରେ ଫିଙ୍ଗି ଦେଇ ଚାଲିଯାଇଥିଲା । ଶିଶୁର କାନ୍ଦିବା ସ୍ବର ଶୁଣି ଧାଇଁ ଆସିଥିଲେ କିଛି ବୁଲା କୁକୁର ଆଉ ରାତି ସାରା ତା ପାଖରେ ବସି ତାକୁ ସୁରକ୍ଷା ଦେଇଥିଲେ ।

ଲୋକମାନେ ପ୍ରାୟତଃ ଅଭିଯୋଗ କରନ୍ତି ଯେ ବୁଲା କୁକୁରମାନେ ବିନା କାରଣରେ ପଥଚାରୀଙ୍କୁ କାମୁଡ଼ିବାକୁ ଗୋଉଡ଼ାନ୍ତି। କିନ୍ତୁ, ନାଦିଆରେ ଠିକ ବିପରୀତ ପରିସ୍ଥିତି ଦେଖାଯାଇଥିଲା। ରାସ୍ତାରେ ପଡ଼ିଥିବା ଶିଶୁ ଟିକୁ ବୁଲା କୁକୁରମାନେ ସାରା ରାତି ଘେରି ରହିଥିଲେ, କାହାକୁ ତାଙ୍କ ପାଖକୁ ଯିବାକୁ ଦେଲେ ନାହିଁ ଏବଂ ସୁରକ୍ଷା ଦେଉଥିଲେ। ଏହି ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହୋଇଯାଇଛି । ଶୀତଦିନ ରାତିରେ, ଯେତେବେଳେ ସମଗ୍ର ରାସ୍ତା ନିସ୍ତବ୍ଧ ଥିଲା, ରେଳବାଇ କଲୋନିର ବାଥରୁମ ସାମ୍ନାରେ ଏକ ନବଜାତ ଶିଶୁ ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା।

ଶିଶୁଟିକୁ ଏକ କମ୍ବଳରେ ଗୁଡ଼ାଯାଇଥିଲା। ପାଖରେ ଏପରି କୌଣସି ସୁରାକ ନଥିଲା ଯାହା ଶିଶୁଟି କେଉଁଠି ଅଛି ତାହା ସୂଚାଇ ପାରିବ। ତେବେ ଏହି ସବୁ ଘଟଣା ଲାଗିଥିବା ସିସିଟିଭି ରେ କଏଦ ହୋଇଛି । ସକାଳ ହେବା ପରେ ଶିଶୁଟିକୁ ପୋଲିସଙ୍କ ଦ୍ବାରା ଉଦ୍ଧାର କରଯାଇଛି ଏବଂ ପୋଲିସ ତଦନ୍ତ ଜାରି ରଖିଛି । ତେବେ ମଣିଷ ଯେଉଁଠି ମଣିଷ ପାଇଁ ଚିନ୍ତା କଲାନି ସେଠି ଗୋଟେ ପଶୁ ନବଜାତ ଶିଶୁଟିର ଏପରି ସାହାର୍ଯ୍ୟ କରି ସୁରକ୍ଷା ଦେବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣା ପରେ ସେଠାରେ କିଛି ଲୋକ ସେହି ବୁଲା କୁକୁର ମାନଙ୍କୁ କଛି ଖାଇବାକୁ ମଧ୍ୟ ଦେଇଛନ୍ତି । ଶିଶୁଟି କିଛି ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା କୁହାଯାଉଛି। ଶିଶୁଟି ସାରା ରାତି ରାସ୍ତାରେ କାନ୍ଦୁଥିଲା, ହେଲେ ସେ ବୁଲା କୁକୁରମାନଙ୍କ ଦ୍ୱାରା ସୁରକ୍ଷିତ ଥିଲା।

 

Leave A Reply

Your email address will not be published.