ସମୟ ଯେତେ ଯାଉଛି ଏମ୍ସରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କ ଅବସ୍ଥା ସେତେ ଖରାପ ହେଉଛି । ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏଫଏମ କଲେଜର ଛାତ୍ରୀଙ୍କସ୍ୱସ୍ଥା ଏବେ ଶଙ୍କଟାପନ୍ନ ରହିଥିବା କୁହାଯାଇଛି । ନିଆରେ ପୋଡିହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଉ ସେ ମେଡିକାଲରେ ଭର୍ତ୍ତି ହେବା ପରେ ଶରୀରର ଅଧିକାଂଶ ଅଙ୍ଗ ପୋଡି ଯାଇଥିବା ସୂଚନା ମିଳିଛି । ଗତକାଲିଠାରୁ ଆଜି ବି ସ୍ଥିତି ସଙ୍ଗୀନ ରହିଛି । ତେଣୁ ଆଗାମୀ ୭୨ ଘଣ୍ଟା ଛାତ୍ରୀଙ୍କ ।ପଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ପୀଡିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତମାନେ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ଗତକାଲିଠାରୁ ଆଜି ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି କୁହାଯାଇ ପାରିବ ନାହିଁ ବୋଲି ଏମ୍ସ ଅଧିକ୍ଷକ କହିଛନ୍ତି । ଆଜି ସକାଳୁ ଟିକିଏ ଟେମ୍ପରେଚର ଆସିଛି । ଆଉ ତାଙ୍କୁ ଆଣ୍ଟିବାୟୋଟିକ୍ସ ଦିଆଯାଉଛି ବୋଲି ସେ କହିଛନ୍ତି । ୩ଦିନ ତଳେ ଏଫଏମ କଲେଜର ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏଭଳି କରିବା ଆଗରୁ ସେ ଶିକ୍ଷାମନ୍ତ୍ରୀ, ସାଂସଦଙ୍କୁ ଜଣାଇଥିଲେ । ତାଙ୍କ ଶରୀରର ଏବେ ୯୫ ପ୍ରତିଶତ ପୋଡିଯାଇଛି । ଅଧିକାଂଶ ଅଙ୍ଗ ବହୁତ କ୍ରିଟିକାଲ ସ୍ଥିତିରେ ଥିବା କୁହାଯାଇଛି । ଛାତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନେ ଲାଗିପଡିଛନ୍ତି । ସେପଟେ ଛାତ୍ରୀଙ୍କ ଏଭଳି ଅବସ୍ଥା ହୋଇଥିବାରୁ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ଛାତ୍ରୀ ଜଣଙ୍କ ଜଣାଇବା ପରେ ମଧ୍ୟ କାହିଁକି ଏମିତି ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ।
BREAKING NEWS
- Venezuela Security Officers: ଭେନେଜୁଏଲାର ୨୪ ସୁରକ୍ଷା ଅଧିକାରୀ ନିହତ!
- US To Buy Venezuela Oil: ଟ୍ରମ୍ପଙ୍କ ବଡ଼ ଘୋଷଣା: ଭେନେଜୁଏଲାର ତେଲ କିଣିବ ଆମେରିକା
- Odisha Cold Wave: ରାଜଧାନୀରେ ହାଡ଼ ଭଙ୍ଗା ଜାଡ଼, ସବୁଠି ପାରଦ ତଳମୁହାଁ
- Bulldozer Action: ମଧ୍ୟରାତ୍ରିରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ, ପଥର ମାଡରେ ୫ ପୋଲିସ କର୍ମଚାରୀ ଆହତ
- Flights Cancelled: କୁହୁଡ଼ି ଯୋଗୁଁ ଦିଲ୍ଲୀରେ ୬ଟି ବିମାନ ଉଡ଼ାଣ ବାତିଲ
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
Comments are closed.