Latest Odisha News

BREAKING NEWS

ମହାକାଶରେ ନାଚିଲେ ସୁନୀତା, ଭିଡିଓ ଦେଖିଲେ ଖୁସି ହୋଇଯିବେ

ନୂଆଦିଲ୍ଲୀ: ଏ ସେହି ସମୟ, ଯାହାକୁ ୯ ମାସ ହେଲା ଅପେକ୍ଷା କରିଥିଲେ ସୁନୀତା ୱିଲିୟମସ । ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଲା ସ୍ପେଶ ଏକ୍ସର ମହାକାଶ ଯାନ ‘ଡ୍ରାଗନ’ । ଯେଉଁଥିରେ ପୃଥିବୀକୁ ଫେରିବେ ସୁନୀତା ଓ ତାଙ୍କ ସାଥି ମହାଶଚାରୀ ବଚ୍‌ ୱିଲ୍‌ମର । ଗତ ବର୍ଷ ଜୁନ୍‌ ୫ ତାରିଖରୁ ମହାକାଶ କେନ୍ଦ୍ରରେ ଫସି ରହିଛନ୍ତି ଉଭୟ ମହାକାଶଚାରୀ । ଭାରତୀୟ ସମୟ ଦିନ ୧୧ଟା ୧୫ ମିନିଟରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲା ଡ୍ରାଗନ। ଧୀରେ ଧୀରେ ଖୋଲିଥିଲା ଡ୍ରାଗନର ହ୍ୟାଚ୍ ବା ଡୋର୍। ଆଉ ତାପରେ ଯାହା ଘଟିଲା, ତାହା ଆପଣଙ୍କ ଜାଣିଲେ ଖୁସି ହୋଇଯିବ।

ରିଲିଭର ଟିମକୁ ଦେଖି ଖୁସି ହୋଇଯାଇଥିଲେ ସୁନୀତ । ଏହି ଟିମ୍‌ରେ ଅଛନ୍ତି ୨ ଜଣ ନାସାର ମହାକାଶଚାରୀ, ଜଣେ ଜାପାନିଜ୍ ଓ ଜଣେ ରୁଷୀୟ କସମୋନଟ୍ । ପରମ୍ପରା ଅନୁଯାୟୀ ୪ ଜଣଙ୍କୁ ବେଲ୍ ବଜାଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ସ୍ବାଗତ କରାଯାଇଥିଲା । ଏହା ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ ମହାକାଶଚାରୀମାନେ । ଏପରିକୁ ସୁନୀତା ୱିଲିୟମସଙ୍କୁ ଖୁସିରେ ନାଚୁଥିବାର ମଧ୍ୟ ଦେଖାଯାଇଥିଲା । ସ୍ପେଶ ଏକ୍ସ କ୍ୟାପସୁଲ ପହଞ୍ଚିବା ପରେ ସୁନୀତା କହିଛନ୍ତି, ଏହା ହେଉଛି ଚମତ୍କାର ଦିନ, ଆମର ସାଥୀଙ୍କୁ ପାଖରେ ଦେଖି ଖୁସି ଲାଗୁଛି ।

ମାତ୍ର ୮ ଦିନ ପାଇଁ ଯାଇଥିବା ସୁନୀତଙ୍କ ରହଣୀ ଯେ, ୯ମାସରୁ ଅଧିକ ହେବ ସେ କେବେ ଚିନ୍ତା କରିନଥିଲେ। କାରଣ ତାଙ୍କର ଦାୟିତ୍ବ ଥିଲା ବୋଇଂ କମ୍ପାନୀର ନୂଆ ମହାକାଶ ଯାନକୁ ମହାକାଶ କେନ୍ଦ୍ରକୁ ନେଇ ଯିବା ଓ ସେଠାରୁ ସୁରକ୍ଷିତ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବା । ମାତ୍ର ବୋଇଂ ଷ୍ଟାରଲାଇନର ମହାକାଶଯାନରେ ଅଚାନକ ଦେଖା ଦେଇଥିଲା ତ୍ରୁଟି । ସତ ଚେଷ୍ଟା ସତ୍ତ୍ବେ ଏହି ତ୍ରୁଟିକୁ ସୁଧାରି ପାରିନଥିଲେ ବୋଇଂ କର୍ତ୍ତୃପକ୍ଷ । ସୁନୀତା ଓ ବଚ୍‌ ୱିଲମୋରଙ୍କ ସୁରକ୍ଷା ଦୃଷ୍ଟିରୁ ବୋଇଂ ଷ୍ଟରଲାଇନରକୁ ଖାଲି ଫେରିବାକୁ ପଡ଼ିଥିଲା ।

Comments are closed.