ବ୍ରହ୍ମପୁର: ବ୍ରହ୍ମପୁର ସହରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଆରକେ ହଷ୍ଟେଲ ଭିତରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ଭାବେ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଡିପଙ୍କା ଗ୍ରାମର କୁନାଲ ମଲ୍ଲିକ(୨୦) ା ସେ ଅର୍ଥନୀତି ବିଭାଗ ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଥିଲେ। କୁନାଲଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୋମବାର କୁନାଲ ଶେଷ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେବା ପରେ ହଷ୍ଟେଲ୍କୁ ଫେରିଥିଲେ । ସେହି ରୁମ୍ରେ ବଟନୀ ବିଭାଗର ମଧ୍ୟ ଜଣେ ଛାତ୍ର ରହୁଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ କୁନାଲ ଶୋଇନଥିଲେ । ମଙ୍ଗଳବାର ସକାଳେ ଉଠିନଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ହଷ୍ଟେଲର ଖାଇବା ବେଲ ବାଜିଥିଲା । ତଥାପି ସେ ଉଠିନଥିଲେ । ସାଙ୍ଗମାନେ ଡାକିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ । ସନ୍ଦେହରେ ଏନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । ହଷ୍ଟେଲର ୱାର୍ଡନ ଡ. ଦୀପକ ମିଶ୍ର ପହଞ୍ଚି ତାଙ୍କୁ ତୁରନ୍ତ ଏମ୍କେସିଜି ମେଡ଼ିକାଲକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବରପାଇ ବିଶ୍ବବିଦ୍ୟାଳୟ କୁଳସଚିବ ଆଶୁତୋଷ ସାମଲ ମେଡ଼ିକାଲରେ ପହଞ୍ଚିଥିଲେ । କୁନାଲଙ୍କ ବାପା ଓ ବଡଭାଇ ପହଞ୍ଚିବା ପରେ ଶବ ବ୍ୟବଛେଦ ହୋଇଥିଲା । ତାଙ୍କ ମୃତ୍ୟୁ କିଭଳି ହେଲା, ତାହା ଜଣାପଡ଼ି ନାହିଁ । କୁନାଲଙ୍କ ପିଠିରେ ଲାଲ୍ ରଙ୍ଗର ଚିହ୍ନ ଥିବା ଯୋଗୁ ସନ୍ଦେହ ସୃଷ୍ଟି ହେଉଛି ବୋଲି ବଡଭାଇ ପାଣ ମଲ୍ଲିକ କହିଛନ୍ତି। ସେହିପରି କୁନାଲଙ୍କ ରୁମ୍ ପାଖରେ ରହୁଥିବା ଅନ୍ୟ ଛାତ୍ରଙ୍କ ଭଲ ସଂପର୍କ ନଥିବା ସଂପର୍କୀୟ ଶିଶିର କୁମାର ନାୟକ ଅଭିଯୋଗ ଆଣିଛନ୍ତି। ଘଟଣା ସଂପର୍କରେ ବ୍ରହ୍ମପୁର ଟାଉନ ଥାନା ପୋଲିସରେ ଏକ ମାମଲା ରୁଜୁ ହୋଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଇଲାରାଣୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
BREAKING NEWS
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
- ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
Comments are closed.