ବ୍ରହ୍ମପୁର: ବ୍ରହ୍ମପୁର ସହରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଆରକେ ହଷ୍ଟେଲ ଭିତରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ଭାବେ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଡିପଙ୍କା ଗ୍ରାମର କୁନାଲ ମଲ୍ଲିକ(୨୦) ା ସେ ଅର୍ଥନୀତି ବିଭାଗ ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଥିଲେ। କୁନାଲଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୋମବାର କୁନାଲ ଶେଷ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେବା ପରେ ହଷ୍ଟେଲ୍କୁ ଫେରିଥିଲେ । ସେହି ରୁମ୍ରେ ବଟନୀ ବିଭାଗର ମଧ୍ୟ ଜଣେ ଛାତ୍ର ରହୁଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ କୁନାଲ ଶୋଇନଥିଲେ । ମଙ୍ଗଳବାର ସକାଳେ ଉଠିନଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ହଷ୍ଟେଲର ଖାଇବା ବେଲ ବାଜିଥିଲା । ତଥାପି ସେ ଉଠିନଥିଲେ । ସାଙ୍ଗମାନେ ଡାକିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ । ସନ୍ଦେହରେ ଏନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । ହଷ୍ଟେଲର ୱାର୍ଡନ ଡ. ଦୀପକ ମିଶ୍ର ପହଞ୍ଚି ତାଙ୍କୁ ତୁରନ୍ତ ଏମ୍କେସିଜି ମେଡ଼ିକାଲକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବରପାଇ ବିଶ୍ବବିଦ୍ୟାଳୟ କୁଳସଚିବ ଆଶୁତୋଷ ସାମଲ ମେଡ଼ିକାଲରେ ପହଞ୍ଚିଥିଲେ । କୁନାଲଙ୍କ ବାପା ଓ ବଡଭାଇ ପହଞ୍ଚିବା ପରେ ଶବ ବ୍ୟବଛେଦ ହୋଇଥିଲା । ତାଙ୍କ ମୃତ୍ୟୁ କିଭଳି ହେଲା, ତାହା ଜଣାପଡ଼ି ନାହିଁ । କୁନାଲଙ୍କ ପିଠିରେ ଲାଲ୍ ରଙ୍ଗର ଚିହ୍ନ ଥିବା ଯୋଗୁ ସନ୍ଦେହ ସୃଷ୍ଟି ହେଉଛି ବୋଲି ବଡଭାଇ ପାଣ ମଲ୍ଲିକ କହିଛନ୍ତି। ସେହିପରି କୁନାଲଙ୍କ ରୁମ୍ ପାଖରେ ରହୁଥିବା ଅନ୍ୟ ଛାତ୍ରଙ୍କ ଭଲ ସଂପର୍କ ନଥିବା ସଂପର୍କୀୟ ଶିଶିର କୁମାର ନାୟକ ଅଭିଯୋଗ ଆଣିଛନ୍ତି। ଘଟଣା ସଂପର୍କରେ ବ୍ରହ୍ମପୁର ଟାଉନ ଥାନା ପୋଲିସରେ ଏକ ମାମଲା ରୁଜୁ ହୋଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଇଲାରାଣୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
BREAKING NEWS
- ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ
- ବିଜେପି ସମର୍ଥିତ ସରପଞ୍ଚ ସମିତି ସଭ୍ୟଙ୍କୁ ମନମୋହନ ଦେଲେ ଟାସ୍କ, ୬ ମାସ ଭିତରେ ଅଧୁରା କାମ ସାର…
- Keonjhar bank robbery case: କେନ୍ଦୁଝର ବ୍ୟାଙ୍କ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ
- Mahanadi Tribunal: ଫେବୃଆରୀ ୭କୁ ଓଡ଼ିଶା ଶୁଣାଣି ଘୁଞ୍ଚାଇବାକୁ ମନାକଲେ ମହାନଦୀ ଟ୍ରିବ୍ୟୁନାଲ
- India’s Own Space Station: ମହାକାଶରେ ଭାରତର ନିଜ ଘର!, କାମ ଆରମ୍ଭ କଲା ISRO…
- Mokim Supporters Resign: କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ୪୧ଜଣ ମୋକିମଙ୍କ ସମର୍ଥକ
- Budget 2026: MSMEକୁ ମିଳିବ କି ଆୟକର ଛାଡ଼? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ…ବଜେଟ୍ ରୁ କ’ଣ ରହିଛି ଆଶା?
- Border 2 Tribute To Dharmendra:ବଢୁଛି ‘ବର୍ଡର ୨’ କ୍ରେଜ୍, ପ୍ରବୀଣ ଅଭିନେତା ଧର୍ମେନ୍ଦ୍ରଙ୍କୁ ଏମିତି ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୁଅ ସନ୍ନି, ଫ୍ୟନ୍ସ ବି କହିଲେ…
- ଗଣତନ୍ତ୍ର ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ପଞ୍ଜାବରୁ ୪ ଆତଙ୍କବାଦୀ ଗିରଫ
- ‘ବନ୍ଦେ ମାତରମ୍’ ଏହି ସମ୍ମାନ ଦେବା ପାଇଁ ମୋଦି ସରକାରଙ୍କ ଯୋଜନା
Comments are closed.