ବ୍ରହ୍ମପୁର: ବ୍ରହ୍ମପୁର ସହରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଆରକେ ହଷ୍ଟେଲ ଭିତରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ଭାବେ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଡିପଙ୍କା ଗ୍ରାମର କୁନାଲ ମଲ୍ଲିକ(୨୦) ା ସେ ଅର୍ଥନୀତି ବିଭାଗ ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଥିଲେ। କୁନାଲଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୋମବାର କୁନାଲ ଶେଷ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେବା ପରେ ହଷ୍ଟେଲ୍କୁ ଫେରିଥିଲେ । ସେହି ରୁମ୍ରେ ବଟନୀ ବିଭାଗର ମଧ୍ୟ ଜଣେ ଛାତ୍ର ରହୁଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ କୁନାଲ ଶୋଇନଥିଲେ । ମଙ୍ଗଳବାର ସକାଳେ ଉଠିନଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ହଷ୍ଟେଲର ଖାଇବା ବେଲ ବାଜିଥିଲା । ତଥାପି ସେ ଉଠିନଥିଲେ । ସାଙ୍ଗମାନେ ଡାକିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ । ସନ୍ଦେହରେ ଏନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । ହଷ୍ଟେଲର ୱାର୍ଡନ ଡ. ଦୀପକ ମିଶ୍ର ପହଞ୍ଚି ତାଙ୍କୁ ତୁରନ୍ତ ଏମ୍କେସିଜି ମେଡ଼ିକାଲକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବରପାଇ ବିଶ୍ବବିଦ୍ୟାଳୟ କୁଳସଚିବ ଆଶୁତୋଷ ସାମଲ ମେଡ଼ିକାଲରେ ପହଞ୍ଚିଥିଲେ । କୁନାଲଙ୍କ ବାପା ଓ ବଡଭାଇ ପହଞ୍ଚିବା ପରେ ଶବ ବ୍ୟବଛେଦ ହୋଇଥିଲା । ତାଙ୍କ ମୃତ୍ୟୁ କିଭଳି ହେଲା, ତାହା ଜଣାପଡ଼ି ନାହିଁ । କୁନାଲଙ୍କ ପିଠିରେ ଲାଲ୍ ରଙ୍ଗର ଚିହ୍ନ ଥିବା ଯୋଗୁ ସନ୍ଦେହ ସୃଷ୍ଟି ହେଉଛି ବୋଲି ବଡଭାଇ ପାଣ ମଲ୍ଲିକ କହିଛନ୍ତି। ସେହିପରି କୁନାଲଙ୍କ ରୁମ୍ ପାଖରେ ରହୁଥିବା ଅନ୍ୟ ଛାତ୍ରଙ୍କ ଭଲ ସଂପର୍କ ନଥିବା ସଂପର୍କୀୟ ଶିଶିର କୁମାର ନାୟକ ଅଭିଯୋଗ ଆଣିଛନ୍ତି। ଘଟଣା ସଂପର୍କରେ ବ୍ରହ୍ମପୁର ଟାଉନ ଥାନା ପୋଲିସରେ ଏକ ମାମଲା ରୁଜୁ ହୋଇଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବିଶ୍ବବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଇଲାରାଣୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
BREAKING NEWS
- ‘ପଞ୍ଚାୟତ ସିଜିନ୍-୫’କୁ ଅପେକ୍ଷା କରିଥିବା ଦର୍ଶକଙ୍କୁ ନିରାଶ କଲେ ନିର୍ମାତା…
- ‘ସାହିତ୍ୟ ଓ ଆମେ’ ବିଷୟକୁ ନେଇ ସାହିତ୍ୟ ଚର୍ଚ୍ଚା, ଟେକନୋଲୋଜିର ବ୍ୟବହାର ସହ ବହି ପଢ଼ିବାକୁ ପରାମର୍ଶ
- ଗମ୍ଭୀରଙ୍କ ବୟାନକୁ ନେଇ ଜୋର ଧରିଲା ଚର୍ଚ୍ଚା, ଟାର୍ଗେଟରେ ରୋହିତ-କୋହଲି କି ?
- ଅଖିଳ ଭାରତୀୟ ଆଦିବାସୀ ଲେଖକ ସମ୍ମିଳନୀ ଉଦଘାଟିତ;ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ଭାଷାର ଲେଖକଙ୍କ ଅଂଶଗ୍ରହଣ
- ରାଜ୍ୟସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମାଲକାନଗିରିକୁ ୧୬୧ କୋଟିର ପ୍ରକଳ୍ପ ଭେଟି
- ୪୯ ବର୍ଷ ପରେ ବି ପ୍ରଥମ ବ୍ୟାଟ୍କୁ ସାଇତି ରଖିଛନ୍ତି ସଚିନ ତେନ୍ଦୁଲକର; ଡେବ୍ୟୁ ଦିନରେ ପିଲାଦିନର ସ୍ମୃତି କଲେ ତାଜା
- AI ସାହାଯ୍ୟରେ ନିଖୋଜ ମହିଳା ଅଢ଼େଇ ବର୍ଷ ପରେ ପରିବାରକୁ ଭେଟିଲେ
- ନ୍ୟୁଜିଲାଣ୍ଡ ବିପକ୍ଷ ୫ମ ଦିନିକିଆରେ ଭାରତର ଦମଦାର ବିଜୟ; ୩-୧ରେ ସିରିଜ୍ କବ୍ଜା କଲା ଟିମ୍ ଇଣ୍ଡିଆ
- ଟେକ୍ଅଫ୍ ପରେ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ପୁଣେରେ ଜରୁରୀ ଅବତରଣ
- ୪୯ ବର୍ଷ ପୂର୍ବ ଯାତ୍ରା ଆରମ୍ଭ…ପୃଥିବୀଠାରୁ ୨୬ ଅରବ କିମି ଦୂରରେ ପହଞ୍ଚିବ Voyager-1, ମାନବ ଇତିହାସରେ କେବେ ଯାଇନଥିଲା ଏତେ ଦୂରତା!
Comments are closed.