ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ବଢ଼ିଲା ବିପଦ । ପୁଣି ଆରମ୍ଭ ହେବ ଭାରତ-ଆଫଗାନିସ୍ତାନ ସମ୍ପର୍କ । ପୁଣି ଥରେ କାବୁଲରେ ନୂଆଦିଲ୍ଲୀ ଖୋଲିବ ଦୂତାବାସ । ଭାରତ ଓ ଆଫଗାନିସ୍ତାନର ଚକ୍ରବ୍ୟୂହରେ ଏଣିକି ଫସିବ ପାକିସ୍ତାନ…ସେଥିପାଇଁ ନୂଆଦିଲ୍ଲୀରେ ଭାରତ ଓ ତାଲିବାନ ମଧ୍ୟରେ ସଫଳ ହୋଇଛି କୂଟନୈତିକ ଆଲୋଚନା…ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ଦୂତାବାସ ଖୋଲିବା ପାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଦୁଇ ଦେଶ…ତାଲିବାନ-ଶାସିତ ଆଫଗାନିସ୍ତାନ ସହ ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତକୁ ଚିହ୍ନିତ କରି, ଭାରତ କାବୁଲରେ ଏହାର ମିଶନକୁ ‘ପୂର୍ଣ୍ଣ ଦୂତାବାସ ମାନ୍ୟତା’ ପ୍ରଦାନ କରିଛି…ଏନେଇ ସୂଚନା ଦେଇଛନ୍ତି ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁତାକି…
ପ୍ରକୃତରେ, ଆମିର ଖାନ ହେଉଛନ୍ତି ପ୍ରଥମ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ, ଯିଏ ତାଲିବାନ ଶାସନ ଅଧୀନରେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି…ଶୁକ୍ରବାର ସକାଳେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆଫଗାନିସ୍ତାନ ପ୍ରତିପକ୍ଷ ଆମିର ଖାନ ମୁତାକିଙ୍କୁ ଭେଟିଥିଲେ, ଯେଉଁ ସମୟରେ ସେ କହିଥିଲେ ଯେ, ଭାରତ ସର୍ବଦା ଆଫଗାନିସ୍ତାନକୁ ସମର୍ଥନ କରିଆସିଛି…
ସେହିପରି ଦୁଇ ଦେଶ ମଧ୍ୟରେ ଏକ ବାଣିଜ୍ୟିକ କାରବାର କମିଟି ଗଠନ କରାଯାଇଛି…ଦୁଇ ଦେଶର କାରବାରକୁ ପୁଣି ଥରେ ଚାଲୁ କରିବାକୁ ସହମତି ପ୍ରକାଶ କରିଛନ୍ତି ଦୁଇ ଦେଶ…ଏହାସହ ଆଫଗାନିସ୍ତାନର ସୀମା ସୁରକ୍ଷା ଦିଗରେ ଭାରତ ପୂର୍ଣ୍ଣ ସହାୟତା କରିବା ପାଇଁ ମଧ୍ୟ ସଂକେତ ଦେଇଛି…ଏହା ହିଁ ପାକିସ୍ତାନ ପାଇଁ ସବୁଠୁ ବଡ଼ ଝଟ୍କା…କାରଣ, ଭାରତ ଓ ଆଫଗାନିସ୍ତାନ ସୀମାରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ପାକିସ୍ତାନ ସରକାର ଓ ସେନା…ଭାରତ ଓ ଆଫଗାନିସ୍ତାନର ସମ୍ପର୍କ ପୁନଃସ୍ଥାପିତ ହେବା ପରେ ପାକିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ମଧ୍ୟ ବଡ଼ ଝଟ୍କା ଲାଗିଛି…
ତେବେ ଆଫଗାନିସ୍ତାରେ ଭାରତ ରାସ୍ତା, ବିଦ୍ୟାଳୟ, ହସ୍ପିଟାଲ ଓ ପାର୍ଲାମେଣ୍ଟ ବିଲ୍ଡିଂ ନିର୍ମାଣ କରିବାରେ ପ୍ରାୟ ୩ ବିଲିୟନ ଡଲାର ନିବେଶ କରିଛି…ଏବେ ଆଫଗାନିସ୍ତାନରେ ଭାରତ ଅଧିକ ନିବେଶ କରିବା ନେଇ ମଧ୍ୟ ଆମନ୍ତ୍ରଣ କରିଛନ୍ତି ତାଲିବାନୀ ବୈଦେଶିକ ମନ୍ତ୍ରୀ ଆମିର ଖାନ… ଏହାରି ଭିତରେ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରିଛି ପାକିସ୍ତାନ…କାବୁଲରେ ତେହେରିକ-ଏ-ତାଲିବାନ ପାକିସ୍ତାନ ଟିଟିପି ଶିବିରଗୁଡ଼ିକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ ବାୟୁସେନା…ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ପ୍ରଥମ ଭାରତ ଗସ୍ତରେ ଥିବା ବେଳେ ପାକିସ୍ତାନ ଆଫଗାନିସ୍ତାନ ଉପରେ କ୍ଷୁବ୍ଧ ହୋଇ ଏହି ଆକ୍ରମଣ କରିଛି…
Comments are closed.