ନୂଆପଡା : ସାରା ରାଜ୍ୟରେ ଏବେ ଜାରି ରହିଛି ପ୍ରବଳ ବର୍ଷା । ଏହାର ପ୍ରଭାବରେ କେତେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରବଳ ବର୍ଷା ପାଇଁ ନୂଆପଡା ଜିଲ୍ଲାରେ ଏକ ପୋଲ ଭାସି ଯାଇଛି । ସୁନାବେଡା-ଗାଡିବେଡା ମଧ୍ୟରେ ଥିବା ପୋଲ ବର୍ଷା ପାଣିରେ ଭାସି ଯାଇଛି । ପୋଲ ଭାସିଯିବାରୁ ବାହ୍ୟ ଜଗତରୁ ୧୦ଟି ଗାଁ ବିଛିନ୍ନ ହୋଇଛି । ସେହିପରି ଚେରେଚୁଆଁ-ଜାମଗାଁ ଘାଟିର ମୁଖ୍ୟ ରାସ୍ତାରେ ପାହାଡରୁ ମାଟି ଅତଡା ଖସିଛି । ଏହାସହ ପ୍ରବଳ ବର୍ଷା ପାଇଁ ବଡବଡ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ରାସ୍ତା ଦୀର୍ଘ ସମୟ ଯାଏଁ ସଫା ହୋଇନଥିବାରୁ ଯାତାୟତ ସମ୍ପୁର୍ଣ୍ଣ ଠପ ହୋଇଯାଇଛି । ଚାଷୀଙ୍କ ଏକର ଏକର ଫସଲ ଏବେ ବର୍ଷା ପାଣିରେ ଭାସୁଛି ।
ଜିଲ୍ଲାରେ ଗୋଟିଏ ପୋଲ ଭାସିଯାଇଥିବା ବେଳେ ଅନ୍ୟ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ପ୍ରବଳ ମାତ୍ରାରେ ବର୍ଷାଜଳ ପ୍ରବାହିତ ହେବାରୁ ଚାରିଆଡେ ଜଳମଗ୍ନ ହୋଇଛି । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ସ୍ପଷ୍ଟ ଲଘୁଚାପର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ଆଉ ଲଘୁଚାପ ହେଲେ ସାରା ରାଜ୍ୟରେ ପୁଣି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
BREAKING NEWS
- ଧୋନୀଙ୍କ ପୋଷ୍ଟରେ ଉତର ରଖିଲେ ଗମ୍ଭୀର
- Cash Snatching: ବ୍ୟାଙ୍କ୍କୁ ଜମା ପାଇଁ ଗଲା ବେଳେ ୨ ଲକ୍ଷ ଝାମ୍ପିନେଲେ ଲୁଟେରା
- ସଚିବାଳୟରେ ଖାଲି ପଡ଼ିଛି ବଡ଼ବାବୁଙ୍କ ପଦବୀ, ଗୃହରେ ଚିନ୍ତାଜନକ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ
- ସମ୍ପତ୍ତି ତାଲିକା ଦାଖଲ କରିବାକୁ ଡରୁଛନ୍ତି ସରକାରୀ କର୍ମଚାରୀ, ଏବେ ସୁଦ୍ଧା ଦେଇନାହାନ୍ତି ୧.୨୫ ଲକ୍ଷରୁ ଅଧିକ..
- ରାଜ୍ୟର ୩ଟି କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ତଦନ୍ତ ପରେ ସ୍ବାଭାବିକ ହେଲା ସମସ୍ତ କାର୍ଯ୍ୟ
- ବିଶ୍ୱରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ନିଆଁ: ବଢିଲା ଖାଇବା ତେଲ ଦର
- Sand Artist Manas Sahoo : ବାଲୁକା ଆନିମେସନରେ ଭାରତୀୟ କ୍ରିକେଟଙ୍କୁ ଅଭିନନ୍ଦନ
- Gold rate falls: ଯୁଦ୍ଧ ମଧ୍ୟରେ ଖସିଲା ସୁନା ଦର, ରୂପା ଦର ସ୍ଥିର
- Saudi Arabia warning to Iran: ସାଉଦି ଆରବର ଶେଷ ଚେତାବନୀ…ଯଦି ଆକ୍ରମଣ ବନ୍ଦ ନହୁଏ, ଇରାନ ‘ସବୁଠାରୁ ବଡ଼ କ୍ଷତି’ ସହିବ
- ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍-ଟ୍ରେଜରୀ
Comments are closed.