ମୃତ୍ୟୁ କେତେବେଳେ କେଉଁଠି ଆସିବ ସେକଥା କାହାକୁ ଜଣାନାହିଁ । ମୃତ୍ୟୁ ସତ୍ୟ ଏକଥା ସମସ୍ତଙ୍କୁ ମାନିବାକୁ ପଡିବ । ବାରମ୍ବାର ହଠାତ ମୃତ୍ୟୁ ଖବର ପାଇ ଲୋକେ ଆଚମ୍ବିତ ହୁଅନ୍ତି । ଯାହା ବିଧିର ବିଧାନ ଥାଏ ତାହାହିଁ ହୁଏ ସେକଥା କେହି ବୁଝି ପାରନ୍ତି ନାହିଁ । ସେମିତି ଏକ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ ଜଣାଉଛୁ । ୨୦୨୦ ପରଠାରୁ ହୃଦଘାତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଶାରିରୀକ ଅସୁସ୍ଥତା ହେତୁ ଯୁବପିଢୀ ମଧ୍ୟ ହୃଦଘାତର ଶିକାର ହେଉଥିବା କୁହାଯାଇଛି । ସୋସିଆଲ ମିଡିଆରେ ଅଚାନକ ମୃତ୍ୟୁର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟାଟର ଛକା ମାରିବା ପରେ ପିଚରେ ଟଳି ପଡୁଛନ୍ତି । ପଞ୍ଜାବର ଫିରୋଜପୁରରେ ଏହି ଘଟଣା ଘଟିଛି । ବ୍ୟାଟ୍ସମ୍ୟାନ ହରଜିତ ସିଂ ପିଚରେ ପଂହଚିବା ପରେ ପ୍ରଥମେ ଗାର୍ଡ ନେଇଥିଲେ । ଆଉ ବୋଲର ବୋଲିଂ କରିବା ପରେ ସେ ଛକ୍କା ମାରିଥିଲେ । ଏହି ଛକ୍କା ମାରିବା ପରେ ଅଚାନକ ପିଚରେ ପଡିଯାଇଥିଲେ । ପିଚରେ ପଡିଯିବା ପରେ ସାଥୀ ଖେଳାଳି ତାଙ୍କୁ ସିପିଆର ଦେବାକୁ ଚେଷ୍ଟା କରିଥିଲେ । ହେଲେ ସେଥିରେ କିଛି ଫାଇଦା ହୋଇନଥିଲା । ଯେତେ ଚେଷ୍ଟା କରିବା ପରେ ମଧ୍ୟ ସେ ଉଠିପାରିନଥିଲେ । ପିଚରେ ପଡିଯିବା ପରେ ଅଚାନକ ହାର୍ଟଆଟାକ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଫିରୋଜପୁରରେ ଥିବା ପବ୍ଲିକ ସ୍କୁଲରେ ମ୍ୟାଚ ଚାଲୁଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଘଟଣା ପରେ ସମଗ୍ର ଅଂଚଳରେ ବିଶାଦର ଛାୟା ଖେଳାଇ ଦେଇଛି । ୨୦୨୪ ଜୁନରେ ମୁମ୍ବାଇରେ ସମାନ ଘଟଣା ଘଟିଥିଲା । ଏଥିରେ ଜଣେ ୪୨ ବର୍ଷୀୟା ବ୍ୟକ୍ତି କ୍ରିକେଟ ମ୍ୟାଚ ଖେଳୁଥିବା ବେଳେ ପ୍ରାଣ ହରାଇଥିଲେ ।
BREAKING NEWS
- Jasipur: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଯଶୀପୁରକୁ ଏନଏସି ମାନ୍ୟତା
- ‘ବର୍ଡର ୨’ର ଗୀତକୁ ନେଇ ଏଭଳି କାହିଁକି କହିଲେ ଅନୁ ମଲିକ
- E-KYC Deadline Extended: ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା
- ବିଡିଏ ଉପାଧ୍ୟକ୍ଷଙ୍କ ନୂଆ ପଦକ୍ଷେପ, ପ୍ରତି ମାସରେ ବଣ୍ଟନକାରୀଙ୍କ ପାଇଁ ଅଭିଯୋଗ ଶୁଣାଣି
- ନବବର୍ଷରେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ…
- ନୂଆ ବର୍ଷରେ ଏହି ସବୁ ସ୍ଥାନରେ ପାଳନ ହୁଏ ଅଜବ ପ୍ରଥା
- ପୁରୀ ହେଲା ମହାନଗର ନିଗମ
- ଭାରତଠୁ ୯ ଘଣ୍ଟା ପୂର୍ବରୁ ନୂଆବର୍ଷ ୨୦୨୬କୁ ସ୍ବାଗତ କଲେ ଏହି ଦୁଇ ଦେଶ
- IAIRO to Begin Operations from 1 January:ଏଠାରେ ଖୋଲିବ ଭାରତର ପ୍ରଥମ ଜାତୀୟ AI ଗବେଷଣା ପ୍ରତିଷ୍ଠାନ
- Paradip Beach: ଖୁବଶୀଘ୍ର ପାରାଦୀପ ବେଳାଭୂମି ହେବ ବ୍ଲୁ ଫ୍ଲାଗ୍ ବିଚ୍, ଖର୍ଚ୍ଚ ହେବ ଏତିକି ଟଙ୍କା…
Comments are closed.