Latest Odisha News

ଠେଲା ରିକ୍ସାରେ ଶଯ୍ୟାଶାୟୀ ମା’ଙ୍କୁ ୨୦କିଲୋମିଟର ବୋହି ନେଲେ ପୁଅ

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ। ଶଯ୍ୟାଶାୟୀ ମା’ଙ୍କୁ ଦୀର୍ଘ ୨୦ କିଲୋମିଟର ଠେଲା ରିକ୍ସାରେ ବୋହି ବୋହି ନେଲେ ଚାଷୀ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରିରେ। ଟାଟା ପାୱାର କମ୍ପାନୀର ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରି ଚାଷୀ ଜଣକ ଏପରି କରିଥିବା କଥା ଜଣାପଡ଼ିଛି।

ଏମ.ଭି ୪୧ ଗାଁର ଦିପକ ଦେ ଓ ତାଙ୍କ ପରିବାର ଲୋକ ଟାଟା ପାୱାର କମ୍ପାନୀର ଦୌରାତ୍ମ୍ୟକୁ ପ୍ରତିବାଦ କରି ଜିଲ୍ଲାପାଳ ଅଫିସ ସାମ୍ନାରେ ଧାରଣା ଦେବେ। ସୂଚନା ମୁତାବକ, ଦୀପକଙ୍କ ଘରେ ରୋଗିଣୀ ମା’ ଅଛନ୍ତି। ବିଦ୍ୟୁତ ବିଲ୍ ପୈଠ କରିଥିଲେ ମଧ୍ୟ ଟାଟା ପାୱାର କମ୍ପାନୀ ତାଙ୍କ ଘର, ଚାଷ ଜମିର ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି। ଫଳରେ ଶଯ୍ୟାଶାୟୀ ମା’ ଗରମରେ ଛଟପଟ ହେଉଛନ୍ତି।

ହେଲେ ବିଦ୍ୟୁତ ବିଭାଗ ତାଙ୍କ ପରିବାର ପ୍ରତି ଦୃଷ୍ଟିପାତ ନଦେଇ ଓଲଟା ସେମାନଙ୍କୁ ଦୁର୍ବବ୍ୟହାର କରୁଥିବା ଅଭିଯୋଗ ହୋଇଛି। ତେବେ ବିଦ୍ୟୁତ ବିଭାଗ ତରଫରୁ ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.