
ଏଠାକାର ଆଉ ଏକ ଉଲ୍ଲେଖନୀୟ କୋଠା ହେଉଛି ଝାଙ୍ଗ ଟିଂ (ଝାଙ୍ଗ ଟିଂ) କିମ୍ବା ଝାଙ୍ଗ ହଲ୍ ବାସସ୍ଥାନ, ଯାହା ମିଙ୍ଗ୍ ରାଜବଂଶ ସମୟରେ ନିର୍ମିତ। ଏଠାରେ ମାତ୍ର ଗୋଟିଏ ଘର ଅଛି ଯାହା ୩ ଭାଗରେ ବିଭକ୍ତ । ଏହି ଘରଟି ୧୮୦୦ ବର୍ଗ ମିଟରରୁ ଅଧିକ ପରିବ୍ୟାପ୍ତ ଏବଂ ଏଥିରେ ଛଅଟି ଦୁଆର ଏବଂ ୭୦ ରୁ ଅଧିକ କୋଠରୀ ରହିଛି।

ତେବେ ସେଠାକାର ଲୋକମାନେ କେବଳ ପାଣିରେ ଡ଼ଙ୍ଗା ସାହାର୍ଯ୍ୟରେ ଯାତାୟତ କରନ୍ତି । ଏପରିକି ଗୋଟିଏ ଘର ଭିତରେ ମଧ୍ୟ ସେମାନେ ଡ଼ଙ୍ଗା ସାହାର୍ଯ୍ୟରେ ଯାତାୟତ କରନ୍ତି । ଦିର୍ଘ ଦିନ ଧରି ରହିଆସୁଥିବାରୁ ଏହା ସେମାନଙ୍କର ଅଭ୍ୟାସ ହୋଇରହିଯାଇଛି । ଝାଉଝୁଆଙ୍ଗ ଏକ ଛୋଟ ସହର ଯେଉଁଠାରେ ରିକ୍ସା କିମ୍ବା ପାଦରେ ଚାଲିବା ଦ୍ୱାରା ସହଜରେ ଗୋଟିଏ ଦିନରେ ପରିକ୍ରମା କରାଯାଇପାରିବ। କିଛି ବର୍ଷ ପୂର୍ବେ ସେଠାରେ ସମଗ୍ର ସହରରେ ମୋଟରଚାଳିତ ଯାତାୟାତ କଡ଼ାକଡ଼ି ଭାବରେ ନିଷେଧ କରାଯାଇଥିଲା ମାତ୍ର ଏବେ କିଛି କିଛି ସ୍ଥାନରେ ଯାନବାହାନ ଚଳାଚଳ ହେଉଛି ।
Comments are closed.