Latest Odisha News

BREAKING NEWS

୩୦ ଫୁଟର ରାସ୍ତା ନଥିଲେ ଘର କରିବାକୁ ମିଳିବନି ଅନୁମତି

ଭୁବନେଶ୍ୱର: ୨୦୧୭ ପରେ ସହରାଞ୍ଚଳରେ ଆପଣ ଜମି କିଣିଛନ୍ତି କି ? ଯଦି ହଁ ତାହେଲେ ଆପଣ ଘର କରି ପାରିବେ ନାହିଁ । ଯଦି ଘର କରିବା କଥା ଭାବୁଛନ୍ତି ତା ହେଲେ ପ୍ରଥମେ ଜାଗା ଆଗରେ ୩୦ ଫୁଟର ରାସ୍ତା ଅଛି କି ନାହିଁ ଦେଖି ନିଅନ୍ତୁ । ଯଦି ଅଛି ତାହେଲେ ବିଲ୍ଡିଂ ପ୍ଲାନକୁ ଅନୁମତି ମିଳିବ ।

ଓଡ଼ିଶା ନଗର ଉନ୍ନୟନ କର୍ତ୍ତୃପକ୍ଷ ୨୦୧୭ ପରେ ଜମି କିଣିଥିବା ଲୋକଙ୍କ ପାଇଁ ଏଭଳି କଠୋର ସର୍ତ୍ତ ଲାଗୁ କରିଛନ୍ତି । ୩୦ ଫୁଟର ରାସ୍ତା ନଥିଲେ ବିଲ୍ଡିଂ ପ୍ଲାନକୁ ଅନୁମତି ମିଳିବ ନାହିଁ । ରାଜ୍ୟ ସରକାର, ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ବିଲ୍ଡିଂ ଷ୍ଟାଣ୍ଡାର୍ଡ ସଂଶୋଧିତ ନିୟମ ୨୦୨୨ ପାଇଁ ପ୍ରସ୍ତାବ ଆଣିଛନ୍ତି । ଏହି ପ୍ରସ୍ତାବ ଆଇନରେ ପରିଣତ ହେଲେ ସହରାଞ୍ଚଳରେ ଘର କରିବାକୁ ଆଶାୟୀମାନେ ଅଧିକ ଖର୍ଚ୍ଚାନ୍ତ ହେବେ ।

୩୦ ଫୁଟ୍ ରାସ୍ତା ନଥିବା ସ୍ଥାନରେ ଜମି କିଣିଥିଲେ ଅଧା ଜାଗା ଛାଡ଼ିବାକୁ ହେବ । ତେବେ ଅଧା ଜମି ସମ୍ପୂର୍ଣ୍ଣ ଭାବେ ମାଗଣାରେ ଦେବାକୁ ପଡ଼଼ିବ । ଏହାଛଡ଼ା ଜମିର ୧୫ ପ୍ରତିଶତ ବେଞ୍ଚମାର୍କ ଫି କମ୍ପାଉଣ୍ଡ ଫି ଆକାରରେ ଦେବାକୁ ପଡ଼ିବ । ଏଭଳି ପ୍ରସ୍ତାବ ପରେ ସହରାଞ୍ଚଳରେ ଘର କରିବାକୁ ଆଶା ବାନ୍ଧିଥିବା ଓ ଜମି କିଣି ପକାଇ ରଖିଥିବା ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି ।

Leave A Reply

Your email address will not be published.