ବ୍ରହ୍ମପୁର:ବ୍ରହ୍ମପୁର ସହରରେ ପୂର୍ବରୁ ମହୁଡ଼ା ଠାରେ ଗୋଟିଏ ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଏସଟିପି) ଥିବା ବେଳେ ଶୀତଳାପଲ୍ଲୀ ଠାର ନବନିର୍ମିତ ଦ୍ବିତୀୟ ଏସ୍ଟିପିକୁ ସୋମବାର ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ନିର୍ମାଣଧିନ ଏହି ପ୍ରକଳ୍ପ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୬୦ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ବିଶୋଧନ ପ୍ରକଳ୍ପରେ ସହରରୁ ପ୍ରତିଦିନ ସଂଗ୍ରହ ହେଉଥିବା ଆବର୍ଜନାକୁ ଟ୍ରିଟମେଣ୍ଟ କରାଯାଇ ପାରିବ। ପ୍ରାୟ ଗୋଟିଏ ମାସ ପାଇଁ ପରୀକ୍ଷାମୂଳକ ଭାବେ ଏହାକୁ ଚଲାଯିବ। ଏହାର ପରିଚାଳନା ଦାୟିତ୍ବ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରଦାନ କରାଯାଇଛି। ପ୍ରାରମ୍ଭରେ ସେମାନଙ୍କୁ ତାଲିମ୍ ପ୍ରଦାନ କରାଯିବ। ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଶୀତଳାପଲ୍ଲୀରେ ପ୍ରାୟ ୩ଏକର ପରିମିତ ଜାଗାରେ ନିର୍ମିତ ହୋଇଥିବା ଏହି ପ୍ଲାଣ୍ଟ ହେଉଛି ସହରର ଦ୍ବିତୀୟ। ନିର୍ମାଣ ଦାୟିତ୍ବ ଭୁବନେଶ୍ୱରସ୍ଥିତ ଏକ ଠିକା ସଂସ୍ଥାକୁ ପ୍ରଦାନ କରାଯାଇଥିଲା।
ପ୍ରକଳ୍ପ ତଦାରଖ ନିମନ୍ତେ ଓଡ଼ିଶା ଜଳ ଯୋଗାଣ ଓ ପରିମଳ ପରିଷଦ ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମକୁ ଦିଆଯାଇଥିଲା। ନିଗମ ଯନ୍ତ୍ରୀଙ୍କ ସହ ଠିକାଦାର ଓ ତାଙ୍କର ଟେକ୍ନିକାଲ ଟିମ୍ ଏହି ପ୍ରକଳ୍ପ କାର୍ଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସୋମବାର ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ବିଶୋଧନ ପ୍ରକଳ୍ପକୁ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ନିଗମ ଆୟୁକ୍ତ ଜେ.ସୋନାଲ, ଜିଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ୱି. କୀର୍ତ୍ତିଭାଷନ, ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଉପସ୍ଥିତିରେ ପ୍ରକଳ୍ପର କାର୍ଯ୍ୟକ୍ଷମ ଶୁଭାରମ୍ଭ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନିଗମ ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ପାଢ଼ୀ, ଉପଆୟୁକ୍ତ ବିନୋଦ କୁମାର ବେହେରା ଏବଂ ଆଶୀର୍ବାଦ ପରିଡ଼ାଙ୍କ ସମେତ ବହୁ କର୍ପୋରେଟର ଉପସ୍ଥିତ ଥିଲେ।
BREAKING NEWS
- ସମ୍ୱଲପୁର ବିଶ୍ଵବିଦ୍ୟଳୟ ବ୍ରହ୍ମପୁତ୍ର ହଷ୍ଟେଲ୍ ରୁମ୍ରୁ ଝୁଲନ୍ତା ମୃତଦେହ ଉଦ୍ଧାର
- Trump Immigration Policies: ଟ୍ରମ୍ପଙ୍କ ନୀତି ବିରୋଧରେ ଦେଶବ୍ୟାପୀ ଚାଲିଛି ପ୍ରଦର୍ଶନ
- Vice President To Visit Odisha: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି
- India VS New Zealand T20: ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲା
- Kokrajhar Violence: ଆସାମର କୋକ୍ରାଝାରରେ ହିଂସା: ୩ ଜଣଙ୍କର ମୃତ୍ୟୁ, ଇଣ୍ଟରନେଟ ସେବା ବନ୍ଦ
- Thar Accident: ବୁଲେଟ୍କୁ ଧକ୍କା ଦେଲା ଥର୍: ଜଣେ ମୃତ, ୨ ଗୁରୁତର
- Bomb Threat: ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ
- Digital Arrest:ଡିଜିଟାଲ୍ ଆରେଷ୍ଟ ନାଁରେ ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ; ଯୁବକ ଗିରଫ
- Bangladesh Tensions: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ; ଭାରତ କୂଟନୀତିଜ୍ଞଙ୍କ ପରିବାରକୁ ଫେରି ଆସିବାକୁ କହିଲା
- ଯୁବତୀଙ୍କୁ ଅପହରଣ ଓ ମୁଣ୍ଡଜାମିନ ଘଟଣାରେ ଯୁବକ ଗିରଫ
Comments are closed.