ନୂଆଦିଲ୍ଲୀ: ପୁଣି ବ୍ରିକ୍ସ ଦେଶ ସମୂହଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ । ଡଲାରର ବିକଳ୍ପ ଚିନ୍ତା କଲେ, କିମ୍ବା ବିକଳ୍ପ ଆପଣାଇଲେ, ଶହେ ପ୍ରତିଶତ କର ଲାଗୁ ପାଇଁ ପ୍ରସ୍ତୁତ ରହିବାକୁ ଚେତାଇ ଦେଇଛନ୍ତି ଟ୍ରମ୍ପ । ବ୍ରିକ୍ସ ଦେଶ ସମୂହଙ୍କ ଉପରେ ନଜର ରଖାଯାଇଛି । ଯଦି ସେମାନେ ଡଲାରର ବିକଳ୍ପ ସୃଷ୍ଟି କରନ୍ତି କିମ୍ବା ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ ଦିଅନ୍ତି, ତେବେ ବ୍ରିକ୍ସ ଦେଶସମୂହର ଉତ୍ପାଦ ଉପରେ ଶତ ପ୍ରତିଶତ କର ଲାଗୁ ହେବା ନିଶ୍ଚିତ ।
ବ୍ରିକ୍ସ ବାଦ୍ ଅନ୍ୟ ଯେଉଁ ଦେଶ, ବ୍ରିକ୍ସ ଦ୍ବାରା ସୃଷ୍ଟି କିମ୍ବା ସମର୍ଥିତ ମୁଦ୍ରାକୁ ସମର୍ଥନ କରିବ, ସେ ଦେଶ ଉପରେ ଶହେ ପ୍ରତିଶତ କର ଲାଗୁ କରାଯିବ । ସୋସିଆଲ୍ ସାଇଟରେ ଏହା ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ବ୍ରିକ୍ସର ବିକଳ୍ପ ଚିନ୍ତା କଲେ, ଆମେରିକା ନୁହେଁ ଅନ୍ୟ କୌଣସି ଦେଶ ସହ ବ୍ରିକ୍ସ ଦେଶସମୂହ କାରବାର କରନ୍ତୁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଗତବର୍ଷ ରୁଷିଆର କାଜାନରେ ବ୍ରିକ୍ସ ସମ୍ମିଳନୀ ବେଳେ ସଦସ୍ୟ ରାଷ୍ଟ୍ରମାନେ ଡଲାରର ବିକଳ୍ପ ବାବଦରେ ଆଲୋଚନା କରିଥିଲେ । ଯାହା ଉପରେ ଏଥରକୁ ମିଶାଇ ୩ ଥର ଏମିତ ଧମକ ଦେଇ ସାରିଲେଣି ସେ । ସେପଟେ ଡଲାରର ବିକଳ୍ପ ଏଯାଏଁ କେହି ଚିନ୍ତା କରି ନାହାନ୍ତି । ଟ୍ରମ୍ପଙ୍କ ଏଭଳି ଧମକ କିଛି କାମକୁ ନୁହେଁ ବୋଲି କହିଛନ୍ତି କଂଗ୍ରେସ ନେତା ଶଶି ଥରୁର ।
Comments are closed.