ନୂଆଦିଲ୍ଲୀ: ପୂରା ପରିବାର ସହ ଟିଭିରେ ଫିଲ୍ମ୍ ଦେଖିବା ଅନେକଙ୍କ ପସନ୍ଦ ହୋଇଥାଏ । କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି ତି ଏହି ଫିଲ୍ମ୍ଗୁଡ଼ିକୁ ଦେଖାଇ ଟିଭି ଚ୍ୟାନେଲ୍ କେତେ ଟଙ୍କା ଆୟ କରୁଛି? ଭାରତରେ ଟିଭି ଇଣ୍ଡଷ୍ଟ୍ରି ଗୋଟିଏ ବିଶାଳ ବଜାର, ଫିଲ୍ମ୍ ଦେଖାଇ କୋଟିକୋଟି ଟଙ୍କା ଆୟ କରୁଛୁନ୍ତି। ଚାଲନ୍ତୁ, ଜାଣିବାକୁ ଯାଉ ତିନୋଟି ଫିଲ୍ମ୍ ଦେଖାଇ ଟିଭି ଚ୍ୟାନେଲ୍ କେତେ ଟଙ୍କା ଆୟ କରୁଛି ।
ବିଜ୍ଞାପନରୁ ହୁଏ ବମ୍ପର ଆୟ
ଟେଲିଭିଜନର ଆୟ ଆପଣଙ୍କ ସହ ଜଡ଼ିତ। ଆପଣ ଯେତେ ଦୀର୍ଘ ସମୟ ଗୋଟିଏ ପିକ୍ଚର୍ ଦେଖିବେ, ଚ୍ୟାନେଲ୍’ର ଆୟ ସେତେ ଅଧିକ। ବାସ୍ତବରେ, ଟିଭି ଚ୍ୟାନେଲ୍ଗୁଡ଼ିକର ଆୟ ସର୍ବାଧିକ ବଡ଼ ଉତ୍ସ ହେଉଛି ଏଡଭର୍ଟାଇଜମେଣ୍ଟ ଅର୍ଥାତ ବିଜ୍ଞାପନ। ଏଥିରେ ଅଧିକାଂଶ ଟଙ୍କା ବିଜ୍ଞାପନରୁ ଆସେ। ଫିଲ୍ମ୍ ଟିଭି ଚ୍ୟାନେଲ୍ଗୁଡ଼ିକ ପାଇଁ ସୁନାର ଖଜଣା, କାରଣ ଏହା ଦର୍ଶକଙ୍କୁ ଟିଭି ସହ ବାନ୍ଧି ରଖେ। ଯେତେବେଳେ ଦର୍ଶକ ବଢ଼େ, ଚ୍ୟାନେଲ୍’ର ରେଟିଂ ଅର୍ଥାତ TRP ବଢ଼େ ଏବଂ TRPର ଅର୍ଥ ହେଲା ବିଜ୍ଞାପନଦାତାଙ୍କର ଭିଡ଼। ଅଧିକ TRP ମାନେ ଅଧିକ ଆୟ।
ଫିଲ୍ମ୍ କିପରି ଆସେ?
ଟିଭି ଚ୍ୟାନେଲ୍ ଫିଲ୍ମ୍ଗୁଡ଼ିକୁ ପ୍ରୋଡ୍ୟୁସର୍ସଙ୍କଠାରୁ କ୍ରୟ କରିଥାନ୍ତି। ଫିଲ୍ମଗୁଡ଼ିକ ପ୍ରଥମେ ସିନେମାହଲରେ ରିଲିଜ୍ ହୋଇଥାଏ, ଏହାପରେ OTT ପ୍ଲାଟଫର୍ମ୍ରେ ଯାଏ, ପୁଣି ଟିଭି ଚ୍ୟାନେଲ୍କୁ ବିକ୍ରି କରାଯାଏ। ଆଉ ଏହି ଫିଲ୍ମ୍ଗୁଡ଼ିକୁ ଟିଭି ରାଇଟ୍ସ କୋଟିକୋଟିରେ କ୍ରୟ କରିଥାନ୍ତି। ତିନୋଟି ଫିଲ୍ମ୍ ପାଇଁ ଗୋଟିଏ ଚ୍ୟାନେଲ୍ ୧୫ରୁ ୩୦ କୋଟି ଟଙ୍କା ଖର୍ଚ୍ଚ କରିଥାଏ, ଏହା ଫିଲ୍ମ୍ଗୁଡ଼ିକର ଲୋକପ୍ରିୟତା ଉପରେ ନିର୍ଭର କରେ। କିନ୍ତୁ ଅସଲି ଖେଳ ତା’ପରେ ଆରମ୍ଭ ହୁଏ।
ବିଜ୍ଞାପନରୁ ହୋଇଥାଏ ସର୍ବାଧିକ ଆୟ
ଟିଭି ଚ୍ୟାନେଲ୍ର ସର୍ବାଧିକ ଆୟ ବିଜ୍ଞାପନରୁ ହୋଇଥାଏ। ଗୋଟିଏ ବଡ଼ ଚ୍ୟାନେଲ୍ ଯେପରିକି ସ୍ଟାର ପ୍ଲସ୍, ଜି ଟିଭି କିମ୍ବା ସୋନି, ଯଦି ଫିଲ୍ମ୍’ର TRP ଭଲ ରହେ, ତେବେ ୧୦ ସେକେଣ୍ଡର ବିଜ୍ଞାପନର ରେଟ ୨ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ଗୋଟିଏ ଫିଲ୍ମ୍ ୨.୫ ଘଣ୍ଟାର ହୋଇଥାଏ, ଯେଉଁଥିରେ ୮ରୁ୧୦ ବିଜ୍ଞାପନ ବ୍ରେକ୍ ଆସେ। ଯାହାଫଳରେ ମୋଟ ୨୦ରୁ ୩୦ ମିନିଟ୍ ବିଜ୍ଞାପନ ସମୟ ରହେ। ପ୍ରତ୍ୟେକ ବ୍ରେକ୍ରେ ୫ରୁ୬ ବିଜ୍ଞାପନ ବାଜିଥାଏ। ଏହି ହିସାବରେ ଗୋଟିଏ ଫିଲ୍ମରୁ ୧ରୁ ୨ କୋଟି ଟଙ୍କାର ଆୟ ହୋଇଥାଏ । ତିନୋଟି ଫିଲ୍ମ୍ ପାଇଁ ଏହି ରାଶି ୩ରୁ ୬ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ।
Comments are closed.