ମାଲକାନଗିରି: ଅଜଣା ତଥା ରହସ୍ୟମୟ ରୋଗ ପାଇଁ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା । ବିଗତ ୧୫ଦିନରେ କାଲିମେଳା ବ୍ଲକ ଅନ୍ତର୍ଗତ ସୁଧାଖୁଣ୍ଟା ଗାଁରେ ୫ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଡାକ୍ତରୀ ଦଳର ରିପୋର୍ଟ କିନ୍ତୁ କିଛି ଭିନ୍ନ ବୟାନ କରିଛି ।
ସୁଧାଖଣନ୍ଟା ଗାଁରେ ଅଜଣା ରୋଗର ଆତଙ୍କ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହାକୁ ତର୍ଜମା କରିବାକୁ ଯାଇ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗାଁରେ ସମସ୍ତଙ୍କ ଘର ବୁଲିି ଅନୁଧ୍ୟାନ କରିଥିଲା । ହେଲେ ବହୁ ସମୟ ଧରି ଗାଁ ଲୋକଙ୍କ ସହ ଆଲୋଚନା ପରେ ମଧ୍ୟ ଡାକ୍ତରୀ ଦଳ କୌଣସି ଅଜଣା ରୋଗର ସନ୍ଧାନ ପାଇନଥିଲା ।
ଏପରିକି ଶିଶୁ ମୃତ୍ୟୁ ଖବର ଏକ ଗୁଜିବ ବୋଲି ଡାକ୍ତର ଚିନ୍ମୟ ପଣ୍ଡାଙ୍କ ନେତୃତ୍ୱରେ ଗାଁକୁ ଗସ୍ତ କରିଥିବା ଡାକ୍ତରୀ ଦଳ ସୂଚନା ଦେଇଛି । ପୂର୍ବରୁ ୨୦୧୬ରେ ଜାପାନୀ ଏନସେଫାଲାଇଟିସ୍ ରୋଗରେ ପୀଡିତ ହୋଇ ଜିଲ୍ଲାର ଶତାଧିକ ଶିଶୁ ପ୍ରାଣ ହରାଇଥିଲେ । ତେବେ ସ୍ଥାନୀୟ କିଛି ଲୋକଙ୍କ କହିବା ଅନୁଯାୟୀ ବର୍ଷାଦିନେ ଅଜଣା ରୋଗକୁ ନେଇ ଜିଲ୍ଲାର ଉପାନ୍ତ ଅଂଚଳରେ ଏଭଳି ଗୁଜବ ସୃଷ୍ଟି ହୋଇଥାଏ ।
Comments are closed.