ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଏକ ଏଭଳି ଦେଶ, ଯେଉଁଠାରେ ଜେଲ୍ ନାହିଁ, ଚୋରି ନାହିଁ, ମାରପିଟ ନାହିଁ, କେବଳ ଶାନ୍ତି ଓ ନିରାପତ୍ତାର ବାତାବରଣ। ଏଭଳି ଏକ ଦେଶ ପୃଥିବୀରେ ରହିଛି। ଏହା ଏତେ ଛୋଟ ଯେ, ଆପଣ ଏହାକୁ ପାଦରେ ବୁଲି ସାରିପାରିବେ, କିନ୍ତୁ ନ୍ୟାୟ ଓ ଆଇନର ବ୍ୟବସ୍ଥା ଏତେ କଡା ଯେ ଅପରାଧ ପ୍ରାୟ ହିଁ ନାହାନ୍ତି। ଏହି କାରଣରୁ ଭାଟିକାନ୍ ସିଟିକୁ ବିଶ୍ୱର ସବୁଠାରୁ ନିରାପଦ ଓ ଅପରାଧମୁକ୍ତ ଦେଶ ଭାବେ ଗଣାଯାଏ।
ଭାଟିକାନ୍ ସିଟି ବିଶ୍ୱର ସବୁଠାରୁ ଛୋଟ ସ୍ୱାଧୀନ ରାଷ୍ଟ୍ର। ଏହାର ଆୟତନ କେବଳ ୦.୪୪ ବର୍ଗ କିଲୋମିଟର ଏବଂ ଜନସଂଖ୍ୟା ମାତ୍ର ୮୦୦ରୁ ୯୦୦ ଜଣ। ଏତେ ଛୋଟ ଆୟତନ ଓ ନିୟନ୍ତ୍ରିତ ଜନସଂଖ୍ୟା ଥାଇ ମଧ୍ୟ ଏହା ଅପରାଧମୁକ୍ତ ରେକର୍ଡ ପାଇଁ ବିଶ୍ୱବିଖ୍ୟାତ।
ଅପରାଧ ଓ ଜେଲ୍ ନଥିବାର ରହସ୍ୟ
ଭାଟିକାନ୍ ସିଟିରେ କୌଣସି ସ୍ଥାୟୀ ଜେଲ୍ ନାହିଁ। ଏଠାରେ କେବଳ କିଛି ପ୍ରି-ଟ୍ରାଏଲ୍ ଡିଟେନସନ୍ ସେଲ୍ ରହିଛି, ଯାହା ଅତି ସଂକ୍ଷିପ୍ତ ସମୟ ପାଇଁ ବ୍ୟବହାର ହୁଏ। ଯଦି କେହି ଅପରାଧ କରେ କିମ୍ବା ସନ୍ଦେହରେ ଧରାପଡ଼େ, ତାକୁ ସିଧାସଳଖ ଇଟାଲୀର ଜେଲ୍କୁ ପଠାଇ ଦିଆଯାଏ। ଏହି ବ୍ୟବସ୍ଥା ସମ୍ଭବ ହେଉଛି କାରଣ ଭାଟିକାନ୍ର ଜନସଂଖ୍ୟା ଅତି ନଗଣ୍ୟ ଏବଂ ଅଧିକାଂଶ ଧାର୍ମିକ ସମ୍ପ୍ରଦାୟର ଲୋକ। ନିୟନ୍ତ୍ରିତ ପ୍ରବେଶ ଓ କଡା ସୁରକ୍ଷା ଯୋଗୁଁଅପରାଧ ହେବା ପୂର୍ବରୁ ହିଁ ରୋକାଯାଏ।
ଭାଟିକାନ୍ର ଧାର୍ମିକ ସଂସ୍କୃତି ଓ ଅନୁଶାସନ ଅପରାଧ ରୋକିବାରେ ବଡ଼ ଭୂମିକା ନିର୍ବାହ କରେ। ଏଠାକାର ଲୋକେ ମୁଖ୍ୟତଃ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରହନ୍ତି ଏବଂ ସାମାଜିକ ନିୟମ କଡ଼ାରେ ପାଳନ କରନ୍ତି। ତେଣୁ ଚୋରି ଭଳି ଛୋଟ ଅପରାଧ ମଧ୍ୟ ଅତ୍ୟନ୍ତ ବିରଳ। ଯଦି କ୍ୱଚିତ୍ କୌଣସି ଛୋଟ ଅପରାଧ ଘଟେ, ଦୋଷୀଙ୍କୁ ଇଟାଲୀର ନ୍ୟାୟ ବ୍ୟବସ୍ଥାକୁ ହସ୍ତାନ୍ତର କରାଯାଏ। ଏହାଦ୍ୱାରା ଆଇନର ଶାସନ ବଜାୟ ରହେ ଏବଂ ନିଜ ଦେଶରେ ଜେଲ୍ର ଆବଶ୍ୟକତା ପଡ଼େ ନାହିଁ।
ଭାଟିକାନ୍ରେ ସୁଇସ୍ ଗାର୍ଡ ଓ ଅନ୍ୟାନ୍ୟ ସୁରକ୍ଷା କର୍ମୀଙ୍କ କଡା ସୁରକ୍ଷା ବ୍ୟବସ୍ଥା ରହିଛି। ଯେକୌଣସି ଅସ୍ୱାଭାବିକ ଗତିବିଧିକୁ ସେମାନେ ତୁରନ୍ତ ନିୟନ୍ତ୍ରଣ କରିଦିଅନ୍ତି। ଛୋଟ ଆୟତନ, ନିୟନ୍ତ୍ରିତ ଜନସଂଖ୍ୟା, ଧାର୍ମିକ ଅନୁଶାସନ ଓ କଡା ସୁରକ୍ଷା, ଏସବୁ ମିଶି ଭାଟିକାନ୍ ସିଟିକୁ ବିଶ୍ୱର ଏକମାତ୍ର ଅପରାଧମୁକ୍ତ ଦେଶର ମାନ୍ୟତା ଦେଇଛି।
Comments are closed.