Latest Odisha News

BREAKING NEWS

ରାଣାର ଖେଳ ଶେଷ, କୁଟନୈତିକ ସ୍ତରରେ ବଡ଼ ବିଜୟ

ନୂଆଦିଲ୍ଲୀ : ରାଣାର ଖେଳ ଶେଷ। କୁଟନୈତିକ ସ୍ତରରେ ବଡ଼ ବିଜୟ । ଆମେରିକାରୁ ପ୍ରତ୍ୟାର୍ପଣ ପରେ ଭାରତରେ ପହଞ୍ଚିଛି, ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରଣା। ତହବୁର ରାଣାକୁ ଭାରତୀୟ ଆଇନ ବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ । ଏକ ସ୍ବତନ୍ତ୍ର ବିମାନରେ ଭାରତୀୟ ସୁରକ୍ଷା ଅଧିକାରୀମାନେ ତହବୁର ରାଣାକୁ ଧରି ନୂଆଦିଲ୍ଲୀର ପାଲମ ଏୟାର ବେସରେ ପହଞ୍ଚିଥିଲେ । ପରେ ତାକୁ ନିଜ ହେପାଜତକୁ ନେଇଛି ଏନଆଇଏ ।

ରାଣାକୁ ଗିରଫ କରାଯିବା ପରେ ତାଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି । ଯେଉଁଠାରେ ତାଙ୍କର ରିମାଣ୍ଡ ପାଇଁ ଆବେଦନ କରିପାରେ ଏନଆଇଏ । ୨୦୦୮ ନଭେମ୍ବର ୨୬ର ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବାର ଆତଙ୍କୀମାନେ ମୁମ୍ବାଇ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲେ । ଏକସଙ୍ଗେ ମୁମ୍ବାଇର ଐତିହାସିକ ତାଜ ହୋଟେଲ, ଟ୍ରାଇଡେଣ୍ଟ, ଓ ନରିମାନ ପଏଣ୍ଟ ଉପରେ ଆକ୍ରମଣ କରିଥିଲେ । ଏଥିରେ ୬ ଜଣ ଆମେରିକାୟଙ୍କ ସମେତ ୧୬୪ ଜଣଙ୍କ ଜୀବନ ଯାଇଥିଲା। ଆମେରିକାର ଏଫବିଆଇ ସହାୟତରେ ସିକାଗୋରୁ ଗିରଫ କରାଯାଇଥିଲା । ୨୦୧୧ରେ ଏନଆଇଏ ତାର ଚାର୍ଜସିଟରେ ତହବୁର ରାଣାକୁ ଅଭିଯୁକ୍ତ ଦର୍ଶାଇଥିଲା । ରାଣା ଆତଙ୍କୀ ସଂଗଠନକୁ ଆର୍ଥିକ ସହାୟତା ଯୋଗାଇଥିଲା । ଏପରିକି ଆକ୍ରମଣ ପୂର୍ବରୁ ଭାରତର ବିଭିନ୍ନ ସହରକୁ ଗସ୍ତ କରି ଗୁପ୍ତ ତଥ୍ୟ ଦଇଥିଲା ।

ଦିଲ୍ଲୀର ଏକ କୋର୍ଟ ପୂର୍ବରୁ 26/11 ମୁମ୍ବାଇ ଆକ୍ରମଣର ଟ୍ରାଏଲ୍ ରେକର୍ଡ ପାଇସାରିଛି ବୋଲି ଏକ କୋର୍ଟ ସୂତ୍ର କହିଛି। ରେକର୍ଡ ପଠାଇବା ପାଇଁ ଜାନୁଆରୀ 28 ତାରିଖରେ ମୁମ୍ବାଇର ଏକ କୋର୍ଟର କର୍ମଚାରୀଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ବିଚାରପତି ବିମଳ କୁମାର ଯାଦବଙ୍କ କୋର୍ଟ ସମ୍ପ୍ରତି ଏହି ରେକର୍ଡଗୁଡ଼ିକ ଗ୍ରହଣ କରିଛନ୍ତି। ଦିଲ୍ଲୀର ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ମୁମ୍ବାଇରୁ ରେକର୍ଡଗୁଡ଼ିକ ପୁନରୁଦ୍ଧାର କରିବା ପାଇଁ ଆବେଦନ ଉପରେ ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି।

Comments are closed.