Latest Odisha News

ବନ୍ଧାହେଲେ ଜଳେଶ୍ୱର ବିଡିଓ, ଚାକିରି ଜୀବନରେ କମାଇଛନ୍ତି ଆୟ ଠାରୁ ଅଧିକ ୪୫୦% ସମ୍ପତ୍ତି

ଭୁବନେଶ୍ୱର: ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ ଗିରଫ । ଗିରଫ ପରେ ଅଶ୍ୱିନୀଙ୍କୁ ଆଜି ଭିଜିଲାନ୍ସ କୋର୍ଟ ଚାଲାଣ କରିଛି । ଅଶ୍ୱିନୀଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ତେବେ ଅଶ୍ୱିନୀ ଏତେ ସମ୍ପତ୍ତିର ମାଲିକ କେମିତି ହେଲେ ସେନେଇ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି । ଅଶ୍ୱିନୀଙ୍କ ଠାରୁ ଆୟ ଠାରୁ ୪୫୦ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ୧୮ ତାରିଖରେ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । କଟକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଭିଜିଲାନ୍ସର ୬ଟି ଟିମ୍ ରେଡ୍ କରିଥିଲା । ରେଡ୍ ବେଳେ ୫ କୋଟି ଟଙ୍କାର ସମ୍ପତ୍ତି ମିଳିଛି । ଏବେ ତଦନ୍ତ ଜାରି ରହିଥିବା ବେଳେ ବିଡିଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.