ବ୍ରହ୍ମପୁର:ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ୍ ସଂପର୍କିତ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଇଜଣଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। ସେମାନେ ହେଲେ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁଶିଲ କୁମାର ପଟ୍ଟନାୟକ ଏବଂ ଆସିକା ସ୍ଥିତ ଜୟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ କୁମାର ମହାନ୍ତି। ଉଭୟଙ୍କୁ ଧରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଆସିକା ସ୍ଥିତ ଜୟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଲ୍ୟାବ ଆଟେଣ୍ଡାଣ୍ଟ କାଳୀଚରଣ ପାଣିଗ୍ରାହୀ ଗତ ମେ’ ୨୨ ତାରିଖରେ ଅବସର ନେଇଥିଲେ । ପେନସନ୍ ପାଇବା ପାଇଁ ଆବେଦନ କରିଥିଲେ । ତାଙ୍କ ଆବେଦନ ପତ୍ର ବିଦ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପଙ୍କ ଜରିଆରେ ଜିଲା ଶିକ୍ଷାଧିକାରୀଙ୍କ ସୁଶିଲଙ୍କ ନିକଟରେ ପହଞ୍ଚିଥିଲା। ତେବେ ପେନସନ୍ କାଗଜପତ୍ର କରାଇ ଦେବା ପାଇଁ କାଳୀଚରଣଙ୍କୁ ଉଭୟ ପ୍ରଦୀପ ଏବଂ ସୁଶିଲ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏସଂପର୍କରେ କାଳୀଚରଣ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଗୁରୁବାର ସନ୍ଧ୍ୟାରେ ବ୍ରହ୍ମପୁର ଗିରି ରୋଡ ସ୍ଥିତ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଟଙ୍କା ଦେବାକୁ ଯୋଜନା ହୋଇଥିଲା । ସନ୍ଧ୍ୟା ସାଢ଼େ ୬ଟାରେ କାଳୀଚରଣ ପହଞ୍ଚି ୧୦ ହଜାର ଟଙ୍କା ଦେଇଥିଲେ । ସେଥିରୁ ପ୍ରଦୀପ ନିଜ ପାଖରେ ୩ ହଜାର ଟଙ୍କା ରଖିଥିବା ବେଳେ ବଳକା ୭ହଜାର ଟଙ୍କା ସୁଶିଲଙ୍କୁ ଦେଇଥିଲେ । ଠିକ୍ ଏହି ସମୟରେ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ବିଭାଗର ଅଧିକାରୀମାନେ କାବୁ କରିନେଇଥିଲେ । ଲାଞ୍ଚ ଟଙ୍କା ଏବଂ ପେନସନ କାଗଜପତ୍ରକୁ ମଧ୍ୟ ଜବତ କରାଯାଇଛି । ଉଭୟଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇ ତଦନ୍ତ ଚାଲିଥିବା ଏସ୍ପି ଗଣେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
BREAKING NEWS
- ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ
- ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…
- ସ୍ମାର୍ଟ ମିଟରର ସଠିକତା ପରଖିବାକୁ ଉପଭୋକ୍ତାଙ୍କୁ ଟିପିସିଓଡିଏଲ୍ର ଆହ୍ୱାନ; ୨୦ଟି ଗ୍ରାହକ ସେବା କେନ୍ଦ୍ରରେ…
- ବିବାହ କରିବେ କି ଧନୁଷ ଓ ମୃଣାଲ ଠାକୁର; ‘ଭାଲେଣ୍ଟାଇନ୍ସ ଡେ’ରେ…
- ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା
- ସିଦ୍ଧାର୍ଥଙ୍କ ଜନ୍ମ ଦିନରେ ରିିଲିଜ ହେଲା ବନର ଫାଷ୍ଟ ଲୁକ
- ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସରାପଙ୍କ ପରଲୋକ
- ତଡା ଖାଇବେ ନନ୍ ପରଫର୍ମିଂ କଲେଜ ଶିକ୍ଷକ
- କୋହଲିଙ୍କ ର୍ୟାଙ୍କିଙ୍ଗ ନେଇ ହୋଇଥିବା ତ୍ରୁଟି ମାନିଲା ଆଇସିସି
- Water Route Attack against India: ଲସ୍କର ଏବେ ଜଳପଥରେ ଆକ୍ରମଣ ପାଇଁ ହେଉଛି ପ୍ରସ୍ତୁତ; ହାଇଆଲର୍ଟରେ ସୁରକ୍ଷା ଏଜେନ୍ସି
Comments are closed.