ଖୈରପୁଟ :ପୁଣି ମୃତ ଦେହକୁ ଅସମ୍ମାନ । ମେଡିକାଲରୁ ମିଳିଲାନି ଗାଡ଼ି । ଶେଷରେ ବାଇକରେ ବୁହା ହେଇ ଆସିଲା ମୃତ ଦେହ । ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମର ଶୁକ୍ରା ଶିଶା । କାମ କରୁଥିବା ବେଳେ ହଠାତ୍ ତାଙ୍କର ହୃଦଘାତ ହୋଇଯାଇଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିଲା ।
ଖୈରପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସ୍ଥାନୀୟ ଲୋକେ । ହେଲେ କିଛି ସମୟର ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶେଷରେ ମୃତ ଦେହକୁ ଘରକୁ ନେବା ପାଇଁ ମେଡିକାଲ ପକ୍ଷରୁ କୌଣସି ଗାଡି ଯୋଗାଇ ଦିଆଯାଇନଥିଲା । ଲୋକେ ବାଧ୍ୟ ହୋଇ ଏକ ବାଇକ ଯୋଗେ ମୃତ ଦେହ ନିଜ ଗାଁ କଦମଗୁଡାକୁ ନେଇଥିଲେ ସଂସ୍କାର ପାଇଁ ।।
Comments are closed.