Latest Odisha News

BREAKING NEWS

କରୋନା ଲକ୍‌-ଡାଉନ୍‌; ବାହାରେ ଚାଲିଛି ଟେନିସ୍ ଖେଳ, ଭିଡିଓ ଭାଇରାଲ୍ !

ଇଟାଲି: କରୋନାଭାଇରସ୍ ପାଇଁ ଲକ୍‌-ଡାଉନ୍‌, ହେଲେ ବାହାରେ ଲଗାତାର ଚାଲିଛି ଟେନିସ୍ ଖେଳ । ଅନ୍‌ଲାଇନରେ ଏହି ଭିଡିଓଟି ଭାଇରାଲ୍ ହୋଇଥିଲାବେଳେ ଭିୟର୍ସିପ୍ ୮ ମିଲିଅନରୁ ଅଧିକ ରହିଛି ।

ଲକ୍‌-ଡାଉନ୍ ପରେ ଲୋକେ ନିଜକୁ ଏଣ୍ଟରଟେନ୍ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ଖାସ କରି ଲୁଡୋ ଭଳି ଖେଳ ସବୁଠୁ ଅଧିକ ପପୁଲାର ହୋଇଥିଲାବେଳେ ନିକଟରେ ଟେନିସ୍ ଖେଳିବାର ଏକ ଅନନ୍ୟ ଢଙ୍ଗ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଇଟାଲି ଲିଗୁରିଆରେ ଦୁଇ ମହିଳା କୋର୍ଟରେ ନୁହେଁ ବରଂ ଛାତ ଉପରେ ଟେନିସ୍ ଖେଳିବାରେ ଦେଖିବାକୁ ମିଳିଛି । ଏହି ୨୨ ସେକେଣ୍ଡର ଭିଡିଓରେ ଦୁଇ ମହିଳା ଲଗାତାର ସଟ୍ ଏକ୍ସଚେଂଜ କରିଥିଲେ । ତେବେ କିଛି ଲୋକ ଏହାକୁ କ୍ରିଏଟିଭ ବୋଲି କହିଥିଲାବେଳେ ଆଉ କିଛି ବିପଦପୂର୍ଣ୍ଣ ନଜରରେ ଦେଖଛନ୍ତି ।

Leave A Reply

Your email address will not be published.