Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ତାବଲିଗି ଜମାତିଙ୍କ ଅଭଦ୍ରାମୀ, ଇସ୍ତଫା ଦେଲେ ୧୦୦ ମହିଳା ସ୍ୱାସ୍ଥ୍ୟକର୍ମୀ !

ଭୁବନେଶ୍ୱର:୨୮ ଅପ୍ରେଲ୍‌, ୨୦୨୦ । ଖବର ଆସିଥଲା ରାଜସ୍ଥାନର ଝଲାୱାର୍ଡ ମେଡିକାଲ କଲେଜ ଓ ହସ୍ପିଟାଲରେ ଚାକିରୀ ଛାଡିଥିଲେ ୧୦୦ ନର୍ସ । ଏହା ପଛରେ କାରଣ ସାଜିଥିଲା ତାବଗିଲିଗି ଜମାତିଙ୍କ ଅଭଦ୍ରାମୀ ।

ଏହି ଖବରକୁ ଲୋକେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ୍ କରିଥିଲେ । ହେଲେ ନ୍ୟୁଜ୍ ନେସନ୍ ଟିଭି ଚ୍ୟାନେଲ ବେଶ ସ୍ପଷ୍ଟ ଭାବେ ୧୦୦ଜଣ ନର୍ସଙ୍କ ଇସ୍ତଫା ଘଟଣାକୁ ପ୍ରସାରଣ କରିଥିଲା ।

ସୋସିଆଲ୍ ମିଡିଆରେ ଏହି ସ୍କ୍ରିନ୍ ସଟ୍‌କୁ ବ୍ୟବହାର କରି ଜମାତି ମାନେ ନର୍ସଙ୍କ ଉପରେ ଛେପ ପକାଇବା ଓ ସାଧାରଣ ଖାଦ୍ୟ ବଦଳରେ ବିରିଆନୀ ଦାବି କରି ୱାର୍ଡ ବୟମାନଙ୍କୁ ଗାଳି ଗୁଲଜ କରୁଥିବା ନେଇ ପ୍ରଚାର ହୋଇଥିଲା ।

ଏହି ଖବର ସାମ୍ନାକୁ ଆସିବା ପରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ୍ ଆରମ୍ଭ କରିଥିଲା ସତ୍ୟର ସନ୍ଧାନ । ଛାନ୍‌ଭିନ୍‌ରୁ ଜଣାପଡିଥିଲା ଟିଭି ଚ୍ୟାନେଲରରେ ନର୍ସ ଚାକିରୀ ଛାଡିବା କଥା ପ୍ରସରାଣ ହୋଇଥିଲେ ବି ଜମାତିଙ୍କୁ ନେଇ କୌଣସି ଖବର ପ୍ରସାରଣ ହୋଇନଥିଲା ।

ନ୍ୟୁଜ ନେସନର ୱେବସାଇଟ୍‌ରେ ଖୋଳତାଡ କରିବା ପରେ ସାମ୍ନାକୁ ଆସିଥିଲା  ଭାଇରାଲ୍ ଖବରର ସତ୍ୟତା । ଏହି ଆର୍ଟିକଲରେ ଜମାତିଙ୍କ ଅଭଦ୍ରାମୀ ନେଇ କୌଣସି ତଥ୍ୟ ନଥିଲା । ତେବେ ଦରମା ଅତ୍ୟଧିକ କମ୍ (ମାତ୍ର ୬ହଜାର) ଥିବାରୁ ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଚାକିରୀ ଛାଡିଥିବା ଘଟଣା ନଜରକୁ ଆସିଥିଲା ।

ନର୍ସମାନେ ଏପରି ବି ଦାବି କରିଥିଲେ ଯେ ଦରକାର ପଡିଲେ ସେମାନେ ମାଗଣାରେ କାମ କରିବେ । ହେଲେ ଏତେ କମ ଦରମାରେ କାମ କରିବା ଅସମ୍ଭବ । ଏପରିକି ସେମାନେ ପିପିଇ କିଟ୍ ପାଇଁ ମଧ୍ୟ ଅଡିବସିଥିଲେ ।

ଅତଏବ ସ୍ପଷ୍ଟ ହୋଇଛି ଯେ ରାଜସ୍ଥାନର ଝଲାୱାର୍ଡ ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ୟାଯୁକ୍ତ ଘଟଣାକୁ ବିଭ୍ରାନ୍ତିକର ଭାବେ ଦର୍ଶାଇ କିଛି ଲୋକ ଏହାକୁ ଅତିରଂଜିତ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ ।

Leave A Reply

Your email address will not be published.