କୋରାପୁଟ: ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ ଲାଇନଚ୍ୟୁତ । ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ ଆଜି ଲାଇନଚ୍ୟୁତ ହୋଇଛି। କୋଟାୱାଲସା-ଆରକୁ ଶିବଲିଙ୍ଗପୁରମ୍ ନିକଟରେ ଏହି ଅଘଟଣ ଘଟିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହଠାତ ବଡ ଶବ୍ଦ ହେଲା ଏବଂ ତା ପରେ ଟ୍ରେନଟି ଅଟକି ଯାଇଥିଲା । ଫଳରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।
ଦୁର୍ଘଟଣା ଯୋଗୁ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି । ତେବେ ଟ୍ରେନର ଜେନେରାଲ ସେକେଣ୍ଡ କ୍ଲାସ କୋଚ ୬ ନମ୍ବର ବଗିର ୨ଟି ଚକା ବାହାରି ଯାଇଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନରେ ଯାଉଥିବା ସମସ୍ତ ଯାତ୍ରୀଙ୍କୁ ଅନ୍ୟ ଏକ ଟ୍ରେନରେ ପଠାଯିବାର ବ୍ୟବସ୍ଥା କରାଯାଇଛି।
ଖବର ପାଇ ଡିଆରଏମ୍, ରେଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାସେଞ୍ଜର ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ ସେହି ଟ୍ରାକ୍ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।
BREAKING NEWS
- ଚାଲିଥିଲା ବେଆଇନ ବାଣ ତିଆରି, ବିସ୍ଫୋରଣ ଘଟି ୫ ଆହତ
- ଭାରତୀୟ ବଜାରରେ ଦୂର ହେବ ଛୋଟ ମୂଲ୍ୟ ନୋଟର ଅଭାବ; ବସିବ ସ୍ବତନ୍ତ୍ର ଏଟିଏମ୍
- ବଦଳିବ ଶିକ୍ଷା ବ୍ୟବସ୍ଥା: ଶିକ୍ଷକ ନିଯୁକ୍ତି ନିୟମରେ ହେବ ବଡ଼ ପରିବର୍ତ୍ତନ !
- Puri Temple: ବୁଧବାର ଶ୍ରୀମନ୍ଦିରରେ ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ
- Costa Flaunts OCI Card: “ମୁଁ ବି ଜଣେ ଭାରତୀୟ ପ୍ରବାସୀ ନାଗରିକ,” ପ୍ରଧାନମନ୍ତ୍ରୀ ମୋଦିଙ୍କୁ EU ପରିଷଦର ଅଧ୍ୟକ୍ଷ ଦେଖାଇଲେ ତାଙ୍କର ଭାରତୀୟ ପାସପୋର୍ଟ…
- India-EU Mega FTA: “‘ମଦର ଅଫ ଅଲ୍ ଡିଲ’, ଏକ ନୂତନ ଯୁଗର ଆରମ୍ଭ…”, ୭ଟି ଚୁକ୍ତିନାମା ଆଦାନପ୍ରଦାନ… ଶସ୍ତା ହେବ ୯୦% ରୁ ଅଧିକ ଜିନିଷ…
- ଚଳଚ୍ଚିତ୍ର ‘ଦଣ୍ଡେ ରହେ କାହାଣୀ କହେ: ବାଲୁକା କଳା’ ପାଇଁ ସନ୍ତୋଷ ପଣ୍ଡାଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର…
- ଆମେରିକାରେ ଘରୋଇ ବିମାନ ଦୁର୍ଘଟଣାରେ ୭ ମୃତ, ଜଣେ ଗୁରୁତର
- କ’ଣ ରହିବ ମୋକିମଙ୍କ ନୂଆ ଦଳର ନାଁ; ଦେଲେ ବଡ଼ ସୂଚନା…
- NCC Camp 2026: କାହିଁକି ଗଣତନ୍ତ୍ର ଦିବସର ପରଦିନ NCC କ୍ୟାମ୍ପ ପରିଦର୍ଶନ କରନ୍ତି ପ୍ରଧାନମନ୍ତ୍ରୀ?
Comments are closed.