ବ୍ରହ୍ମପୁର: ଦଶହରା ମାମୁଲ୍(ଚାନ୍ଦା) ମିଳିଲାନି ବୋଲି ଜଳ ଯୋଗାଣ ବନ୍ଦ କରିଦେଲେ ପାଣି ପମ୍ପ ଚାଳକ। ଉତ୍ୟକ୍ତ ଲୋକମାନେ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କରିବା ପରେ ପୁଣି ଥରେ ସ୍ବଭାବିକ ହୋଇଥିଲା ଜଳଯୋଗାଣ। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଶନିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ଜଗନ୍ନାଥପ୍ରସାଦ ବ୍ଲକର ପାଟରାପଲ୍ଲୀ ଏବଂ ଅରଖପଲ୍ଲୀ ଦୁଇ ଗ୍ରାମକୁ ଜଳଯୋଗାଣ ପାଣି ପମ୍ପ ଚାଳକ ଜଳ ଯୋଗାଣ ବନ୍ଦ କରିଦେଇଥିଲେ । କାରଣ ଥିଲା, ସେ ପ୍ରତି ଘରକୁ ଦଶହରା ଚାନ୍ଦା ବାବଦରେ ୫୦ ଟଙ୍କା ଲେଖାଏଁ ଚାନ୍ଦା ମାଗିଥିଲେ । କିଛି ଲୋକ ଚାନ୍ଦା ଦେଇଥିବା ବେଳେ ଅନ୍ୟମାନେ ଏହାକୁ ପ୍ରତିବାଦ କରି ଚାନ୍ଦା ଦେବାକୁ ମନା କରିଥିଲେ । ଏଥିରେ ଉତ୍କ୍ଷୀପ୍ତ ହୋଇ ପାଣି ପମ୍ପ ଚାଳକ ଶନିବାର ସକାଳେ ପମ୍ପ ଚଳାଇନଥିଲେ । ଫଳରେ ପାଣି ଆସିନଥିଲା। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାର ପ୍ରତିବାଦରେ ଉଭୟ ଗାଁର ବହୁ ମହିଳା ଏବଂ ପୁରୁଷ ଏକାଠି ହୋଇଥିଲେ । ମହିଳାମାନେ ହାଣ୍ଡି ମାଠିଆ ଧରି ଗାଁ ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପମ୍ପ ଚାଳକଙ୍କୁ କାର୍ଯ୍ୟରୁ ନିଲମ୍ବନ ପାଇଁ ଦାବି କରିଥିଲେ । ପରେ ପମ୍ପ ଚାଳକ ପୂର୍ବରୁ ନେଇଥିବା ଟଙ୍କା ଫେରାଇବା ସହିତ ପମ୍ପ ଚାଲୁ କରିଥିଲେ । ଜଳଯୋଗାଣ ସ୍ୱାଭାବିକ ହୋଇଥିଲା। ଏହାର ତଦନ୍ତ ସହିତ ପମ୍ପ ଚାଳକଙ୍କୁ ବହିଷ୍କାର କରି ନୂତନ ନିଯୁକ୍ତି ଏବଂ ପରିଚାଳନା ପାଇଁ ଏକ କମିଟି ଗଠନ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ପମ୍ପ ଚାଳକ ଜଣକ କହିଛନ୍ତି ଯେ, ସରକାରୀ ଭାବେ ଦରମା ପାଉନାହାନ୍ତି। ତେବେ ବିଦ୍ୟୁତ ଯନ୍ତ୍ରପାତିରେ ତ୍ରୁଟି ଥିବାରୁ ଜଳଯୋଗାଣ ବନ୍ଦ ଥିବା କହିଛନ୍ତି।
BREAKING NEWS
- କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ: ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ
- ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ତେଜୁଛି ରାଜନୀତି: ପ୍ରେସମିଟ କରି ଗର୍ଜିଲା ବିଜେଡି
- ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ବ୍ୟବସାୟ
- ନିୟମ ଉଲଂଘନ କାରଣରୁ ସିଲ୍ ହେଲା ବାର୍
- ସରକାରୀ କ୍ୱାର୍ଟର ଭଡାରେ ଲଗାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
- ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
- ବ୍ରେକଅପ ପରେ ୟୁପିଆଇରେ ଗାର୍ଲଫ୍ରେଣ୍ଡଙ୍କୁ ହଇରାଣ କରୁଥିଲେ, ୟୁଜର୍ସ କହିଲେ ବ୍ଲକ୍ କରନି…
- ପିଡିଙ୍କୁ ଗିରଫ କରିବାକୁ ଚେତାବନୀ ଦେଲେ ନଗର ଉନ୍ନୟନ ମନ୍ତ୍ରୀ
- ୨୬ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍
- ଭେଙ୍କେଟେଶଙ୍କୁ ୨୩.୭୫ରେ ନେଲା କେକେଆର
Comments are closed.