ବ୍ରହ୍ମପୁର: ଦଶହରା ମାମୁଲ୍(ଚାନ୍ଦା) ମିଳିଲାନି ବୋଲି ଜଳ ଯୋଗାଣ ବନ୍ଦ କରିଦେଲେ ପାଣି ପମ୍ପ ଚାଳକ। ଉତ୍ୟକ୍ତ ଲୋକମାନେ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କରିବା ପରେ ପୁଣି ଥରେ ସ୍ବଭାବିକ ହୋଇଥିଲା ଜଳଯୋଗାଣ। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଶନିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।
ଜଗନ୍ନାଥପ୍ରସାଦ ବ୍ଲକର ପାଟରାପଲ୍ଲୀ ଏବଂ ଅରଖପଲ୍ଲୀ ଦୁଇ ଗ୍ରାମକୁ ଜଳଯୋଗାଣ ପାଣି ପମ୍ପ ଚାଳକ ଜଳ ଯୋଗାଣ ବନ୍ଦ କରିଦେଇଥିଲେ । କାରଣ ଥିଲା, ସେ ପ୍ରତି ଘରକୁ ଦଶହରା ଚାନ୍ଦା ବାବଦରେ ୫୦ ଟଙ୍କା ଲେଖାଏଁ ଚାନ୍ଦା ମାଗିଥିଲେ । କିଛି ଲୋକ ଚାନ୍ଦା ଦେଇଥିବା ବେଳେ ଅନ୍ୟମାନେ ଏହାକୁ ପ୍ରତିବାଦ କରି ଚାନ୍ଦା ଦେବାକୁ ମନା କରିଥିଲେ । ଏଥିରେ ଉତ୍କ୍ଷୀପ୍ତ ହୋଇ ପାଣି ପମ୍ପ ଚାଳକ ଶନିବାର ସକାଳେ ପମ୍ପ ଚଳାଇନଥିଲେ । ଫଳରେ ପାଣି ଆସିନଥିଲା। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାର ପ୍ରତିବାଦରେ ଉଭୟ ଗାଁର ବହୁ ମହିଳା ଏବଂ ପୁରୁଷ ଏକାଠି ହୋଇଥିଲେ । ମହିଳାମାନେ ହାଣ୍ଡି ମାଠିଆ ଧରି ଗାଁ ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପମ୍ପ ଚାଳକଙ୍କୁ କାର୍ଯ୍ୟରୁ ନିଲମ୍ବନ ପାଇଁ ଦାବି କରିଥିଲେ । ପରେ ପମ୍ପ ଚାଳକ ପୂର୍ବରୁ ନେଇଥିବା ଟଙ୍କା ଫେରାଇବା ସହିତ ପମ୍ପ ଚାଲୁ କରିଥିଲେ । ଜଳଯୋଗାଣ ସ୍ୱାଭାବିକ ହୋଇଥିଲା। ଏହାର ତଦନ୍ତ ସହିତ ପମ୍ପ ଚାଳକଙ୍କୁ ବହିଷ୍କାର କରି ନୂତନ ନିଯୁକ୍ତି ଏବଂ ପରିଚାଳନା ପାଇଁ ଏକ କମିଟି ଗଠନ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ପମ୍ପ ଚାଳକ ଜଣକ କହିଛନ୍ତି ଯେ, ସରକାରୀ ଭାବେ ଦରମା ପାଉନାହାନ୍ତି। ତେବେ ବିଦ୍ୟୁତ ଯନ୍ତ୍ରପାତିରେ ତ୍ରୁଟି ଥିବାରୁ ଜଳଯୋଗାଣ ବନ୍ଦ ଥିବା କହିଛନ୍ତି।
BREAKING NEWS
- Imran Khan’s release protest:ଇମ୍ରାନଙ୍କ ମୁକ୍ତି ଦାବିରେ ବିକ୍ଷୋଭ ତୀବ୍ର; ଇସଲାମାବାଦରେ ଧାରା ୧୪୪ ଲାଗୁ, ୨,୦୦୦ କର୍ମୀ ଗିରଫ
- ଲାଞ୍ଚ ନେଇ ଫସିଲେ ଆରଆଇ, ପ୍ରମାଣପତ୍ର ପାଇଁ ୫ ହଜାର…
- ଜିରା ପାଉଡର ନା କୀଟନାଶକ; ଏଭରେଷ୍ଟର ଏହି ଉତ୍ପାଦ ଉପରେ ରୋକ୍ ଲଗାଇଲା FSSAI
- ନାଇଡୁ କମିଶନ ଫାଇଲ୍ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ
- CECଙ୍କୁ ହଟାଇବା ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ
- ଋଷରେ ପ୍ଲେଗ୍ ଆତଙ୍କ; କ୍ବାରେଣ୍ଟାଇନରେ ରହିଲେ ଶତାଧିକ ବ୍ୟକ୍ତି
- ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ; ୧୫ରେ ଛାତ୍ର ସଂସଦ ନିର୍ବାଚନ
- ପିଏନବି ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ, ଜଳିଗଲା ବ୍ୟାପକ କାଗଜପତ୍ର…
- କୋରାପୁଟ ଗସ୍ତରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ କରିବେ ପରିଦର୍ଶନ
- ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତ ଗିରଫ ହେବା ନେଇ ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି

Comments are closed.