Latest Odisha News

ବାହାଘର କାର୍ଡ ଭିତରେ ଥିଲା ଏମିତି ଜିନିଷ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଯେତେବେଳେ  କୌଣସି ବ୍ୟକ୍ତିଙ୍କ ଘରେ ବିବାହ ସ୍ଥିର ହୁଏ, ପ୍ରଥମେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ବିବାହ କାର୍ଡ ଛାପାଯାଇଥାଏ । କିଛି ଲୋକ ଶସ୍ତା ବିବାହ କାର୍ଡ କରିବାକୁ ପସନ୍ଦ କରନ୍ତି, ତ ଆଉ କେତେକ ଲୋକ କାର୍ଡରେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ବିବାହ କାର୍ଡରେ କିଛି ଅନନ୍ୟ ଜିନିଷ ମଧ୍ୟ ଯୋଡା ଯାଇଥାଏ ଯାହା ଦ୍ୱାରା ଅତିଥିମାନେ କାର୍ଡ ଖୋଲିବା ପରେ ଖୁସି ହେବେ । ତେବେ ଏମିତି ଏକ ବିବାହ କାର୍ଡର ଭିଡିଓ ଭାଇରାଲ ହେଉଛି ।

ଏହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ବ୍ୟକ୍ତିଙ୍କ ଘରକୁ ଏକ ବିବାହ କାର୍ଡ ଆସିଥିଲା, ସେ ଏହାକୁ ଖୋଲିବା ପାଇଁ କ୍ୟାମେରା ଅନ୍ କରିଦେଲେ ପରେ ସେ କାର୍ଡ ଖୋଲିବା ମାତ୍ରେ ଲୋକମାନେ ବହୁତ ଆଗ୍ରହ ପ୍ରକାଶ କଲେ  । ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ଯେ ବିବାହ କାର୍ଡ ଭିତରେ କ’ଣ ଅଛି? କାର୍ଡ ଖୋଲିବା ପରେ, ପ୍ରଥମେ ତିନୋଟି ପତ୍ର ଦେଖାଗଲା, ଯେଉଁଥିରେ ବର ଓକନ୍ୟା ନାମ, ବିବାହ ସ୍ଥାନ ଏବଂ ସମ୍ପର୍କୀୟଙ୍କ ନାମ ଇତ୍ୟାଦି ଲେଖାଯାଇଥାଏ ।

ବ୍ୟକ୍ତି କାର୍ଡ ଭିତରେ ରଖାଯାଇଥିବା ତିନୋଟି ପତ୍ର କାଢିବା ମାତ୍ରେ ଯାହା ଦେଖିଲେ ବିଶ୍ୱାସ କରିପାରିନଥିଲେ । ବିବାହ କାର୍ଡ ଭିତରେ ଏକ ଛୋଟ ବୋତଲ ମଦ ରଖାଯାଇଥିଲା ଏବଂ ଏହା ସହିତ ଡ୍ରାଏ ଫ୍ରୁଟସ୍ ମଧ୍ୟ ରଖାଯାଇଥିଲା । ଭିଡିଓ ଇନଷ୍ଟାଗ୍ରାମରେ school.days__ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଏପର୍ଯ୍ୟନ୍ତ 23 ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଥିବାବେଳେ ଅନେକ ଲୋକ ମଧ୍ୟ ସେମାନଙ୍କ ମତାମତ ଦେଇଛନ୍ତି।

Comments are closed.