Latest Odisha News

ଇଣ୍ଡିଆନ୍ ଅଏଲ୍ କର୍ପୋରେସନରେ ଅଗ୍ନିକାଣ୍ଡ: ୩ ମୃତ, ୩୫ ଗୁରୁତର

ପଶ୍ଚିମବଙ୍ଗ: ଇଣ୍ଡିଆନ ଅଏଲ କର୍ପୋରେସନରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଗୁରୁତର ଥିବା ସୂଚନା । ଏଭଳି ଘଟଣା ଘଟିଛି ପଶ୍ଚିମବଙ୍ଗ ହଲଦିଆଠାରେ । ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଗୁରୁତର ହୋଇଥିବା ଲୋକମାନଙ୍କୁ ଇଣ୍ଡିଆନ ଅଏଲ କର୍ପୋରେସନ ମେଡିକାଲ ଓ କଲିକତା ପୋର୍ଟ ଟ୍ରଷ୍ଟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁସାରେ, ଇଣ୍ଡିଆନ ଅଏଲ କର୍ପୋରେସନ କ୍ୟାମ୍ପରେ ଆଜି ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଗୋଟିଏ ପ୍ଲାଣ୍ଟରେ ସଟଡାଉନ୍ କାମ ଚାଲୁଥିଲା । ଏହି ସମୟରେ ଡ୍ରିଲିଂ କରାଯିବାରୁ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା ।

ଆଇଓସି କ୍ୟାମ୍ପସ ଭିତରକୁ ୧୦ଟି ଦମକଳ ବାହୀନି ଗାଡ଼ି ପଶି ନିଆଁକୁ ଆୟତ୍ତ କରିଥିଲେ । ଗୁରୁତରଙ୍କୁ ଚିକିତ୍ସା ପାଇଁ କଲିକତା ପଠାଯାଇଥିବା ଆଇଓସି ପକ୍ଷରୁ କୁହାଯାଇଛି । ଅଗ୍ନିକାଣ୍ଡ କାହିଁକି ଘଟିଲା ଆଇଓସି ଏବଂ ସ୍ଥାନୀୟ ପକ୍ଷରୁ ତା’ର ତଦନ୍ତ ଚାଲୁଛି ।

Comments are closed.