Latest Odisha News

BREAKING NEWS

ଜାଣନ୍ତୁ କ’ଣ ଏହି Dark Web? ଇଣ୍ଟରନେଟରେ ସର୍ଚ୍ଚ କଲେ…

ନୂଆଦିଲ୍ଲୀ:  ଆପଣ ହୁଏତ ଅନେକ ଥର ଇଣ୍ଟରନେଟ ବ୍ୟବହାର କରିଛନ୍ତି, ଗୁଗୁଲରେ ସର୍ଚ୍ଚ କରିଛନ୍ତି, ସୋସିଆଲ ମିଡିଆ ବ୍ରାଉଜ କରିଛନ୍ତି, YouTube ଦେଖୁଛନ୍ତି କିମ୍ବା ଅନଲାଇନରେ ସପିଂ ମଧ୍ୟ କିଣାକିଣି କରୁଛନ୍ତି। କିନ୍ତୁ ଏସବୁ ହେଉଛି ସରଫେସ ୱେବ ନାମରେ ପରିଚିତ ଯାହା ଇଣ୍ଟରନେଟର ଏକ ଅଂଶ। ଏହା ତଳେ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ଅପହଞ୍ଚ ଏକ ଦୁନିଆ ଅଛି। ଏହି ଦୁନିଆ ହେଉଛି ଡାର୍କ ୱେବଭାବେ ପରିଚିତ। ଅନେକ ଲୋକ ଭୁଲରେ ବିଶ୍ୱାସ କରନ୍ତି ଯେ ଡାର୍କ ୱେବ କେବଳ ଏକ ବ୍ୟକ୍ତିଗତ ଇଣ୍ଟରନେଟ, କିନ୍ତୁ ସତ ଜାଣିଲେ ଆପଣ ବି ତାଜୁବ ହେବେ।

ଡାର୍କ ୱେବ କ’ଣ?
ଡାର୍କ ୱେବ ହେଉଛି ଇଣ୍ଟରନେଟର ଏକ ଅଂଶ ଯାହାକୁ Chrome, Firefox, କିମ୍ବା Safari ପରି ବ୍ରାଉଜର ସହିତ ଆକ୍ସେସ କରାଯାଇପାରିବ ନାହିଁ। ଏହାକୁ ଆକ୍ସେସ କରିବା ପାଇଁ Tor Browser, I2P, କିମ୍ବା Freenet ପରି ବିଶେଷ ବ୍ରାଉଜର ବ୍ୟବହାର କରାଯାଏ। ଏହି ଅଂଶରେ ଥିବା ୱେବସାଇଟ “.onion” ପରି ଅନନ୍ୟ ଡୋମେନ ବ୍ୟବହାର କରେ, ଯାହା ନିୟମିତ ଇଣ୍ଟରନେଟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଡାର୍କ ୱେବର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ଏବଂ ବିପଦ ହେଉଛି ପରିଚୟ ଲୁକ୍କାୟିତ ରହିଥାଏ। ଯେଉଁମାନେ ଡାର୍କ ୱେବର କାମ କରନ୍ତିି।

ସରଫେସ ୱେବ, ଡିପ ୱେବ ଏବଂ ଡାର୍କ ୱେବ ମଧ୍ୟରେ କ’ଣ ପାର୍ଥକ୍ୟ ଅଛି?
ସରଫେସ ୱେବ
ଏହା ଇଣ୍ଟରନେଟର ସେହି ଅଂଶ ଯାହାକୁ ଆମେ ପ୍ରତିଦିନ ଦେଖୁ ଏବଂ ବ୍ୟବହାର କରୁ। ଏଥିରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ, ଇନଷ୍ଟାଗ୍ରାମ, ନ୍ୟୁଜ ୱେବ୍ସାଇଟ, ଇ-କମର୍ସ ସାଇଟ ଅନ୍ତର୍ଭୁକ୍ତ, ଯାହା ସବୁ ସର୍ଚ୍ଚ ଇଞ୍ଜିନରେ ଦେଖାଯାଏ।

ଡିପ ୱେବ
ଏହା ଇଣ୍ଟରନେଟର ସେହି ଅଂଶ ଯାହାକୁ ସର୍ଚ୍ଚ ଇଞ୍ଜିନ ଦେଖାଇ ପାରିବ ନାହିଁ କାରଣ ଏହା ପାସୱାର୍ଡ କିମ୍ବା ଲଗଇନ ପଛରେ ଲୁଚି ରହିଛି। ଯେପରିକି ବ୍ୟାଙ୍କ ଆକାଉଣ୍ଟ, ଇମେଲ, ମେଡିକାଲ ରେକର୍ଡ ଏବଂ ବ୍ୟକ୍ତିଗତ ଡାଟାବେସ। ଡିପ ୱେବ ସମ୍ପୂର୍ଣ୍ଣ ନିରାପଦ ଏବଂ ଆଇନଗତ।

ଡାର୍କ ୱେବ
ଏହା ଡିପ ୱେବର ଏକ ଛୋଟ ଅଂଶ, କିନ୍ତୁ ସବୁଠାରୁ ବିପଜ୍ଜନକ। ଏଥିରେ ଏପରି ବିଷୟବସ୍ତୁ ଏବଂ କାର୍ଯ୍ୟକଳାପ ରହିଛି ଯାହା ଆଇନଗତ ଭାବରେ ଅନୁମତିପ୍ରାପ୍ତ ନୁହେଁ। ଏହା କେବଳ ଟୋର୍‌ ଭଳି ବ୍ରାଉଜର ମାଧ୍ୟମରେ ପହଞ୍ଚିପାରେ। ଅପରାଧୀମାନେ ଏହାକୁ ଅଜ୍ଞାତ ରହିବା ପାଇଁ ବ୍ୟବହାର କରନ୍ତି।

ଡାର୍କ ୱେବ କାହିଁକି ଏତେ ବିପଜ୍ଜନକ?
ଡାର୍କ ୱେବ ବିପଦପୂର୍ଣ୍ଣ ବୋଲି ବିଚାର କରିବାର ଅନେକ କାରଣ ଅଛି। ଏହିଠାରେ ଅନେକ ଅବୈଧ କାର୍ଯ୍ୟକଳାପ ଘଟେ। ଏଥିମଧ୍ୟରୁ କିଛି ଅନ୍ତର୍ଭୁକ୍ତ:

କ୍ରେଡିଟ କାର୍ଡ ସୂଚନା, ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଆଧାର ଏବଂ ପାନ କାର୍ଡ ପରି ପରିଚୟ ପତ୍ର, ହ୍ୟାକ ହୋଇଥିବା ତଥ୍ୟ ଏବଂ ଲଗଇନ ପ୍ରମାଣପତ୍ର ମଧ୍ୟ ଡାର୍କଓ୍ବେବରେ ବିକ୍ରି ହୁଏ।୍‌ ଡାର୍କ ୱେବ ଭଡାଟିଆ ହ୍ୟାକରମାନଙ୍କ ପାଇଁ ଏକ ସ୍ବର୍ଗ ପାଲଟିଛି, ଯେଉଁମାନେ ୱେବସାଇଟ ହ୍ୟାକ କରିବା, ସର୍ଭର କ୍ରାସ କରିବା, ତଥ୍ୟ ଚୋରି କରିବା ଏବଂ ରାନସମୱେର୍‌ ପ୍ରସାର କରିବା ଭଳି କାର୍ଯ୍ୟ ପାଇଁ ଅର୍ଡର ନେଉଛନ୍ତି।

Comments are closed.