Latest Odisha News

BREAKING NEWS

ଯେବେ ଗାନ୍ଧିଜୀ ଓ ଚାର୍ଲି ଚାପଲିନ୍‌ଙ୍କ ହୋଇଥିଲା ଭେଟଘାଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧି । ନିଜ ଅହିଂସା ବଳରେ ଭାରତକୁ ଦେଇଥିଲେ ସ୍ୱାଧୀନତା । ତେବେ ଗାନ୍ଧିଜୀଙ୍କ ଏଭଳି ଅନେକ କିଛି ମୁହୁର୍ତ୍ତ ରହିଛି ଯାହାକୁ ବହୁତ କମ୍ ଲୋକ ଜାଣନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଗାନ୍ଧିଜୀ ଓ ପ୍ରସିଦ୍ଧ ହଲିଉଡ୍ କମେଡିଆନ୍ ଚାର୍ଲି ଚାପଲିନ୍‌ଙ୍କ ଭେଟଘାଟ ।

୨୨ ସେପ୍ଟେମ୍ବର ୧୯୩୧ । ଭାରତ ଇତିହାସର ଏକ ଅବିସ୍ମରଣୀୟ ଦିନ । ଲଣ୍ଡନରେ ଚାଲିଥିଲା ଗୋଲ ଟେବୁଲ ବୈଠକ । ଏହି ବୈଠକରେ ସାମିଲ ହୋଇଥିଲେ ମହାତ୍ମା ଗାନ୍ଧି । ସେହିଦିନ ଚାର୍ଲି ଚାପଲିନ୍ ମଧ୍ୟ ନିଜ ଫିଲ୍ମ ‘ସିଟି ଲାଇଟ’ର ପ୍ରମୋସନ ପାଇଁ ଲଣ୍ଡନରେ ପହଂଚିଥିଲେ । ଲଣ୍ଡନ ଗଣମାଧ୍ୟମରେ ଗାନ୍ଧିଜୀ ସେତେବେଳେ ପୁରା ପ୍ରଂଟ ଲାଇନ୍‌ରେ ଥିଲେ । ଏଥିସହ ଚାର୍ଲି ମଧ୍ୟ ଗାନ୍ଧିଜୀଙ୍କ ବିଷୟରେ ଅନେକ ଶୁଣିଥିଲେ । ତେଣୁ ତାଙ୍କୁ ଭେଟିବା ପାଇଁ ସେ ବେଶ୍ ଉତ୍ସୁକ ଥିଲେ । ତେବେ ଗାନ୍ଧିଜୀ ଓ ଚାର୍ଲି ଚାପଲିନ୍‌ଙ୍କ ମଧ୍ୟରେ ଭେଟ୍‌ଘାଟ ହେଲା, କିନ୍ତୁ ମଝିରେ ଆସିଗଲା ‘ଅତ୍ମନିର୍ଭରତା’ ।

ଗାନ୍ଧିଜୀଙ୍କ ବିଷୟରେ ଲଣ୍ଡନର କିଛି ଗଣମାଧ୍ୟମରେ ରାଜଭୋଜର ଖବର ପ୍ରକାଶିତ ହୋଇଥିଲା । ଏହି ଖବର ପଢ଼ିବା ପରେ ଚାର୍ଲି ଚାପଲିନ୍ ତାଙ୍କୁ ‘ନଗ୍ନ ଭିକାରୀ’ ବୋଲି କହିଥିଲେ । ଯାହା ଗାନ୍ଧିଜୀଙ୍କୁ ବାଧିଥିଲା । ଏହାପରେ ମହାତ୍ମା ଗାନ୍ଧିଙ୍କୁ ଭେଟିବା ପାଇଁ ଚାର୍ଲି ଚାପଲିନ୍ ଖବର ପଠାଇଥିଲେ । ଏହାର ଉତ୍ତରରେ ଗାନ୍ଧଜୀ କହିଥିଲେ, କଏ ଏହି ମହାଶୟ ଏବଂ କ’ଣ କରୁଛନ୍ତି? ପ୍ରକୃତରେ ଗାନ୍ଧିଜୀ ଫିଲ୍ମ ଦେଖୁନଥିଲେ । ତେଣୁ ସେ ଚାର୍ଲିଙ୍କୁ ଜାଣିନଥିଲେ । ପରେ ତାଙ୍କୁ ତାଙ୍କର ଜଣେ ସହଯୋଗୀ କହିଲେ ଯେ, ଚାର୍ଲି ହେଉଛନ୍ତି ସାଧାରଣ ଲୋକଙ୍କ ଭଳି । ସେ ବିଶ୍ୱର କୋଟି କୋଟି ଲୋକଙ୍କୁ ହସାନ୍ତି । ଏହାପରେ ଗାନ୍ଧିଜୀ ଚାର୍ଲି ଚାପଲିନ୍‌ଙ୍କ ସହ ସାକ୍ଷାତ କରିବା ପାଇଁ ରାଜି ହୋଇଯାଇଥିଲେ ।

ଶେଷରେ ଗାନ୍ଧିଜୀ ଓ ଚାର୍ଲି ଚାପଲିନଙ୍କ ଭେଟ ହୋଇଥିଲା । ତାଙ୍କୁ ଭେଟିବା ପାଇଁ ଚାର୍ଲି ଆସିଥିଲେ ଏକ ବସ୍ତିକୁ । ଯେଉଁଠି ଗାନ୍ଧିଜୀ ରହୁଥିଲେ। ଏହି ଭେଟଘାଟ ସମୟରେ ଗାନ୍ଧିଜୀଙ୍କୁ ଚାର୍ଲି କେତେଟା ପ୍ରଶ୍ନ ପଚାରିଥିଲେ । ଚାର୍ଲିଙ୍କ ପ୍ରଶ୍ନର ଉତ୍ତର ଦେଇ ସେଠାରୁ ବାପୁ ଆରମ୍ଭ କରିଥିଲେ ଚକ ଓ ଖଦି ତଥା ‘ଆତ୍ମନିଭର ଭାରତ’ର ଅଭିଯାନ ।

ସର୍ବଦା ଆତ୍ମନିର୍ଭର ହେବା ଉଚିତ । ଅନ୍ୟ ଉପରେ କିମ୍ବା ଅନ୍ୟ ଦେଶ ଉପରେ ନିର୍ଭର କରିବା ଉଚିତ ନୁହେଁ । ଗାନ୍ଧିଜୀଙ୍କ ଆତ୍ମନିର୍ଭର କଥା ଶୁଣି ଚାର୍ଲି ଚାପଲିନ୍ ମଧ୍ୟ ସହମତି ଦେଇଥିଲେ ଏବଂ ତାଙ୍କୁ ସମର୍ଥନ କରିଥିଲେ । ପରେ ଚାର୍ଲି ନିଜ ଅଟୋବାୟୋଗ୍ରାଫିରେ ଗାନ୍ଧିଜୀଙ୍କୁ ବେଶ୍ ପ୍ରଶଂସା କରିଥିଲେ । କେବଳ ସେତିକି ନୁହେଁ ଗାନ୍ଧିଜୀଙ୍କ ଠାରୁ ପାଇଥିବା ଜ୍ଞାନ ଓ ବକ୍ତବ୍ୟ ଶୁଣି ଚାର୍ଲି ଏକ ଫିଲ୍ମ ମଧ୍ୟ ତିଆରି କିରଥିଲେ, ଯାହାର ନାଁ ଥିଲା ‘ମଡର୍ଣ୍ଣ ଟାଇମ୍ସ’ । ଏହି ଫିଲ୍ମ ଜରିଆରେ ସେ ଲୋକଙ୍କୁ ମେସିନ୍ ବଦଳରେ ଆତ୍ମନିର୍ଭର ହେବା ପାଇଁ ବାର୍ତ୍ତା ଦେଇଥିଲେ ।

Leave A Reply

Your email address will not be published.