Latest Odisha News

BREAKING NEWS

ମହାକାଶରେ ଭାରତ କରିବ କମାଲ , ବର୍ତ୍ତମାନ କେଉଁ ଦେଶର ରହିଛି ନିଜସ୍ୱ ସ୍ପେସ୍ ଷ୍ଟେସନ ?

ଭୁବନେଶ୍ୱର: ବିଶ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର କିଛି ଦେଶ ନିଜସ୍ୱ ସ୍ପେସ୍ ଷ୍ଟେସନ ନିର୍ମାଣ କରିଛନ୍ତି। ଏବଂ ଏହାର ନିର୍ମାଣରେ ଅଂଶଗ୍ରହଣ କରିଛନ୍ତି। ଏହି ମହାକାଶ ଷ୍ଟେସନଗୁଡ଼ିକ ମୁଖ୍ୟତଃ ବୈଜ୍ଞାନିକ ଗବେଷଣା, ପରୀକ୍ଷଣ ଏବଂ ମହାକାଶ ଅନୁସନ୍ଧାନ ପାଇଁ ବ୍ୟବହୃତ ହୋଇଥାଏ। ଆସନ୍ତୁ ଜାଣିବା ପୃଥିବୀ ବାହାରେ ଅଧିକ ଗବେଷଣା କରିବା ପାଇଁ କେଉଁ କେଉଁ ଦେଶ ଏପରି ଉଦ୍ୟମରେ ସଫଳ ହୋଇପାରିଛନ୍ତି। ଏହାସ ଜାଣିବା ମହାକାଶରେ କେଉଁ ଦେଶର ରହିଛି ନିଜସ୍ୱ ସ୍ପେସ୍ ଷ୍ଟେସନ।

ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ISS)  କଣ ? ଏଠାରେ କଣ ହୋଇଥାଏ ?

 

ISS ହେଉଛି ଏକ ମିଳିତ ପ୍ରକଳ୍ପ, ଯାହା ୧୯୯୮ରେ ଆରମ୍ଭ ହୋଇଥିଲା ଏବଂ ଏହା ପୃଥିବୀର ନିମ୍ନ କକ୍ଷପଥରେ ରହିଛି। ଏହା ବିଶ୍ୱର ସବୁଠାରୁ ବଡ଼ ଏବଂ ସବୁଠାରୁ ସଫଳ ସ୍ପେସ୍ ଷ୍ଟେସନ ଭାବେ ପରିଚିତ। ଏଠାରେ ବୈଜ୍ଞାନିକମାନେ ମାଇକ୍ରୋଗ୍ରାଭିଟିରେ ପରୀକ୍ଷଣ କରନ୍ତି ଏବଂ ମହାକାଶରେ ମାନବ ଜୀବନର ସମ୍ଭାବନା ଅନୁସନ୍ଧାନ କରନ୍ତି। ମହାକାଶରେ ଥିବା ସ୍ପେସ ଷ୍ଟେସନର ଦେଶ ଗୁଡିକ ହେଲା- ଯୁକ୍ତରାଷ୍ଟ୍ର (NASA), ରୁଷିଆ (Ros cosmos), ଜାପାନ (JAXA), କାନାଡା (CSA), ଏବଂ ୟୁରୋପୀୟ ଦେଶଗୁଡ଼ିକ (ESA)।

ଚୀନ (CNSA)

ଚୀନ ନିଜର ସ୍ପେସ୍ ଷ୍ଟେସନ ତିୟାଙ୍ଗଙ୍ଗ (ଅର୍ଥ: “ସ୍ୱର୍ଗୀୟ ପ୍ରାସାଦ”) ୨୦୨୧ରେ ଆରମ୍ଭ କରିଥିଲା ଏବଂ ୨୦୨୨ ସୁଦ୍ଧା ଏହା ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ହୋଇଛି। ଏହା ଚୀନର ସ୍ୱାଧୀନ ମହାକାଶ ପ୍ରଯୁକ୍ତିର ଏକ ପ୍ରମାଣ ଏବଂ ଏଠାରେ ଚୀନ ମହାକାଶଚାରୀମାନେ ଦୀର୍ଘ ସମୟ ଧରି ରହି ଗବେଷଣା କରୁଛନ୍ତି।

ରୁଷିଆର ମୀର (Mir) 

ଦେଶ: ସୋଭିଏତ ସଂଘ/ରୁଷିଆ। 

ମୀର ସ୍ପେସ୍ ଷ୍ଟେସନ ୧୯୮୬ରେ ନିର୍ମାଣ ହୋଇଥିଲା ଏବଂ ୨୦୦୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା। ଏହା ପୃଥିବୀର ପ୍ରଥମ ଦୀର୍ଘକାଳୀନ ରହଣୀ ଯୋଗ୍ୟ ମହାକାଶ ଷ୍ଟେସନ ରହିଥଲା। ଏହା ପରେ ରୁଷିଆ ISS ପ୍ରଜେକ୍ଟରେ ଯୋଗ ଦେଇଥିଲା।

ଯୁକ୍ତରାଷ୍ଟ୍ରର ସ୍କାଇଲ୍ୟାବ (Skylab) 

ଦେଶ: ଯୁକ୍ତରାଷ୍ଟ୍ର (NASA)

ସ୍କାଇଲ୍ୟାବ ୧୯୭୩ରେ ଏହା ନିର୍ମାଣ ହୋଇଥିଲା ଏବଂ ଏହା ଆମେରିକାର ପ୍ରଥମ ମହାକାଶ ଷ୍ଟେସନ ରହିଥିଲା। ଏହା ୧୯୭୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା ଏବଂ ଏଠାରେ ସୌର ପର୍ଯ୍ୟବେକ୍ଷଣ ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ଗବେଷଣା କରାଯାଇଥିଲା।

 

ସୋଭିଏତ ସଂଘର ସାଲ୍ୟୁଟ (Salyut) 

ଦେଶ: ସୋଭିଏତ ସଂଘ

ସାଲ୍ୟୁଟ ପ୍ରୋଗ୍ରାମ ଅଧୀନରେ ୧୯୭୧ରୁ ୧୯୮୬ ମଧ୍ୟରେ ଅନେକ ମହାକାଶ ଷ୍ଟେସନ ଉତକ୍ଷେପଣ କରାଯାଇଥିଲା। ଏହା ବିଶ୍ୱର ପ୍ରଥମ ମହାକାଶ ଷ୍ଟେସନ ରହିଥିଲା।

 

ଭାରତର ଯୋଜନା:

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ୨୦୩୫ ସୁଦ୍ଧା ନିଜସ୍ୱ ମହାକାଶ ଷ୍ଟେସନ ନିର୍ମାଣ କରିବାକୁ ଯୋଜନା କରୁଛି। ଏହା ଏକ ଛୋଟ ଷ୍ଟେସନ ହେବ ଯେଉଁଠାରେ ମହାକାଶଚାରୀମାନେ କିଛି ସମୟ ରହି ଗବେଷଣା କରିପାରିବେ। ଏହି ମହାକାଶ ଷ୍ଟେସନଗୁଡ଼ିକ ମହାକାଶ ଗବେଷଣାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ଏବଂ ମାନବ ଜାତିକୁ ମହାକାଶରେ ଅଧିକ ସମୟ ରହିବାର ସୁଯୋଗ ଦେଇଛି।

Comments are closed.