Latest Odisha News

BREAKING NEWS

ଦୁନିଆର ସବୁଠାରୁ ଦାମୀ ଅଣ୍ଡା ଦେଉଥିବା କୁକୁଡ଼ା, ଯାହାର ମୂଲ୍ୟ ୪୦ ହଜାର !

ନୂଆଦିଲ୍ଲୀ: ଆପଣ କ’ଣ କେବେ ଭାବିଛନ୍ତି ଯେ ଗୋଟିଏ ଅଣ୍ଡା ଆପଣଙ୍କୁ ଧନୀ କରିପାରିବ? ନା ବୋଧହୁଏ! ଆମେ ଏଠି ବଜାରରେ ୧୦ରୁ ୧୫ ଟଙ୍କାରେ ମିଳୁଥିବା ସାଧାରଣ ଧଳା କିମ୍ବା ବାଦାମି ଅଣ୍ଡାର କଥା କହୁନାହୁଁ। ବିଶ୍ୱରେ ଏକ ଏଭଳି କୁକୁଡ଼ା ରହିଛି, ଯାହାର ଅଣ୍ଡାର ମୂଲ୍ୟ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଏହା କୌଣସି ସାଧାରଣ ଅଣ୍ଡା ନୁହେଁ, ବରଂ ଏହାକୁ କୁହାଯାଏ ‘ଅଣ୍ଡାର ରାଜା’। ଏହି କୁକୁଡ଼ା ଓ ତା’ର ଅଣ୍ଡା କେବଳ ଖାଦ୍ୟ ନୁହେଁ, ଏକ ଷ୍ଟାଟସ୍ ସିମ୍ବଲ୍ ଏବଂ ଜୀବନ୍ତ ନିବେଶ ବି ବୋଲି କୁହାଯାଇ ପାରିବ ।

‘ଐୟମ୍ ସେମାନୀ’ ସହ ଇଣ୍ଡୋନେସିଆର ଏହି କୁକୁଡ଼ା ନିଜର ଅସାଧାରଣ ସୌନ୍ଦର୍ଯ୍ୟ ଓ ରହସ୍ୟମୟ କଳା ରଙ୍ଗ ପାଇଁ ବିଖ୍ୟାତ। ଆଶ୍ଚର୍ଯ୍ୟର କଥା ଏହା ଯେ, ଏହାର କଳା ରଙ୍ଗ କେବଳ ପରର ମଧ୍ୟରେ ସୀମିତ ନୁହେଁ; ହାଡ଼, ମାଂସ ଏବଂ ଆଭ୍ୟନ୍ତରୀଣ ଅଙ୍ଗ ସବୁ କୋଇଲା ଭଳି ଗାଢ଼ କଳା ହୋଇଥାଏ। ଏହି ଦୁର୍ଲଭ ଜେନେଟିକ୍ ଅବସ୍ଥାକୁ ‘ଫାଇବ୍ରୋମେଲାନୋସିସ୍’ (Fibromelanosis) କୁହାଯାଏ। ଏହି ଅନନ୍ୟ ବିଶେଷତା ହିଁ ଏହି କୁକୁଡ଼ା ଏତେ ମୂଲ୍ୟବାନ୍ ।

ଐୟମ୍ ସେମାନୀର ମାଂସ ଓ କୁକୁଡ଼ା ହଜାର ହଜାରରୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଲା ବେଳେ, ତା’ର ଅଣ୍ଡା ତୁଳନାତ୍ମକ ଭାବେ ସସ୍ତା ହେଲା ମଧ୍ୟ ସାଧାରଣ ବଜାର ଅଣ୍ଡାଠାରୁ ବହୁଗୁଣ ମହଙ୍ଗା। ଏହି କୁକୁଡ଼ାର ଗୋଟିଏ ଛୁଆ ୨୦୦ ଡଲାର (ପ୍ରାୟ ୧୬,୫୦୦ ଟଙ୍କା) ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। କିନ୍ତୁ ଏକ ଫର୍ଟାଇଲ୍ (ଛୁଆ ବାହାରିବା ଯୋଗ୍ୟ) ଅଣ୍ଡା ଆମେରିକା ଓ ୟୁରୋପୀୟ ବଜାରରେ ୩୦ରୁ ୫୦ ଡଲାର (ପ୍ରାୟ ୨,୫୦୦ରୁ ୪,୧୦୦ ଟଙ୍କା) ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ମନେରଖନ୍ତୁ, ଏହା କେବଳ ଗୋଟିଏ ଅଣ୍ଡାର ମୂଲ୍ୟ! ଏହାର ଅତ୍ୟନ୍ତ ଦୁର୍ଲଭତା ଓ ଜେନେଟିକ୍ ଶୁଦ୍ଧତା ବଜାୟ ରଖିବା ବହୁତ କଷ୍ଟସାଧ୍ୟ ହେବାରୁ ମୂଲ୍ୟ ଏତେ ଅଧିକ।
ବିଶେଷଜ୍ଞମାନେ କହୁଛନ୍ତି, ଏଭଳି ଦୁର୍ଲଭ କୁକୁଡ଼ାର ଚାହିଦା ଯୋଗାଣଠାରୁ ବହୁତ ଅଧିକ ଥିବାରୁ ଏହାର ମୂଲ୍ୟ ଆକାଶଛୁଆଁ। ଭବିଷ୍ୟତରେ ମଧ୍ୟ ଏହି ‘କଳା ସୌନ୍ଦର୍ଯ୍ୟ’ର ମୂଲ୍ୟ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.