ସୌମ୍ୟାଶ୍ରୀ ସମସ୍ତଙ୍କୁ ଛାଡି ଆରପାରିକୁ ଯିବାପରେ ଏବେ କାନ୍ଦୁଛନ୍ତି ସମସ୍ତେ । ତାଙ୍କର ଶେଷକୃତ୍ୟ ସମାପନ ହୋଇଛି । ଏତେସବୁ ଘଟଣା ପରେ ଏବେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସିଛି । ସୌମ୍ୟାଶ୍ରୀ ରାଜନେତା ମାନଙ୍କୁ ନିଜର ଅସୁବିଧା ସମ୍ପର୍କରେ ଜଣାଇଥିଲେ । ତାଙ୍କ କଥା କେହି ଶୁଣିଲେନି ବୋଲି ସେ କହିଥିଲେ । ହେଲେ ସବୁଠାରୁ ବଡ ପ୍ରଶ୍ନ କିଏ ତାଙ୍କୁ ପେଟ୍ରୋଲ ଦେଇଥିଲା । ଆଉ ସେ ପୋଡିହେବା ବେଳେ କିଏ ଭିଡିଓ କରିଥିଲା । ସୋସିଆଲ ମିଡିଆରେ ତାଙ୍କ ପୋଡିହେବା ଭିଡିଓ ଭାଇରାଲ ହେଉଛି । ସେ ସମୟରେ ଯିଏ ବି ଭିଡିଓ କରୁଥିଲା ସେ କଣ ଚାହିଁଥିଲେ ତାଙ୍କୁ ବଂଚାଇପାରିନଥାନ୍ତା । ଜୀବନ ମୃତ୍ୟୁର ଭିଡିଓ କରିବା ଆଗରୁ ତାଙ୍କୁ ଏପରି କରିବାକୁ ମନା କରାଯାଇପାରିଥାନ୍ତା । ହେଲେ ସେମିତି କିଛି ହେଲା ନାହିଁ । ତାଙ୍କ ସାଙ୍ଗମାନେ ଏହି ଘଟଣା ପାଇଁ ଉସକାଇଲେ ନା ଏହା ପଛରେ ଆଉ କିଛି ସତ୍ୟ ଅଛି । ଏସବୁ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଆସୁଛି । ପୋଲିସ ଘଟଣାର ତଦନ୍ତ କରିବ ଆଉ ଦୋଷୀକୁ ଦଣ୍ଡ ଦେବ ବୋଲି କହିଛି । ହେଲେ ପ୍ରକୁତ ଘଟଣାର ମୂଳକୁ ଯିବା ଦରକାର । ସୌମ୍ୟାଶ୍ରୀ ହୁଅନ୍ତୁ କି କେହି ବି ହୁଅନ୍ତୁ ଜାଣି ଶୁଣି କେହି ମୃତ୍ୟୁକୁ ଡାକିବେ ନାହିଁ । ଯଦି ସୌମ୍ୟାଶ୍ରୀ ଏପରି କରିବା ପାଇଁ ନିଷ୍ପତି ନେଲେ ତାଙ୍କ ପଛରେ କାହାର ହାତ ଅଛି । ତାଙ୍କ ସାଙ୍ଗମାନେ ଯଦି ଏକଥା ଜାଣିଥିଲେ ତେବେ କାହିଁକି ରୋକିଲେ ନାହିଁ । ସେପଟେ ଘଟଣାର ତଦନ୍ତ ହେବ ଆଉ ଯିଏ ଦୋଷୀ ଥିବ ତାକୁ ଦଣ୍ଡ ମିଳିବ ବୋଲି କୁହାଯାଇଛି । ସେ ରାଜନେତା ହୁଅନ୍ତୁ କି କୌଣସି ସାଙ୍ଗ ହୁଅନ୍ତୁ ଆଇନ ନିଶ୍ଚୟ ଦୋଷୀକୁ ଦଣ୍ଡ ଦେବ ବୋଲି କୁହାଯାଇଛି ।
BREAKING NEWS
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
- କରୀନାଙ୍କ ପ୍ରେମରେ ପଡିଛନ୍ତି କି କାର୍ତିକ
- Government new rules ସାବଧାନ!ରାସ୍ତାରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା
Comments are closed.