ସୌମ୍ୟାଶ୍ରୀ ସମସ୍ତଙ୍କୁ ଛାଡି ଆରପାରିକୁ ଯିବାପରେ ଏବେ କାନ୍ଦୁଛନ୍ତି ସମସ୍ତେ । ତାଙ୍କର ଶେଷକୃତ୍ୟ ସମାପନ ହୋଇଛି । ଏତେସବୁ ଘଟଣା ପରେ ଏବେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସିଛି । ସୌମ୍ୟାଶ୍ରୀ ରାଜନେତା ମାନଙ୍କୁ ନିଜର ଅସୁବିଧା ସମ୍ପର୍କରେ ଜଣାଇଥିଲେ । ତାଙ୍କ କଥା କେହି ଶୁଣିଲେନି ବୋଲି ସେ କହିଥିଲେ । ହେଲେ ସବୁଠାରୁ ବଡ ପ୍ରଶ୍ନ କିଏ ତାଙ୍କୁ ପେଟ୍ରୋଲ ଦେଇଥିଲା । ଆଉ ସେ ପୋଡିହେବା ବେଳେ କିଏ ଭିଡିଓ କରିଥିଲା । ସୋସିଆଲ ମିଡିଆରେ ତାଙ୍କ ପୋଡିହେବା ଭିଡିଓ ଭାଇରାଲ ହେଉଛି । ସେ ସମୟରେ ଯିଏ ବି ଭିଡିଓ କରୁଥିଲା ସେ କଣ ଚାହିଁଥିଲେ ତାଙ୍କୁ ବଂଚାଇପାରିନଥାନ୍ତା । ଜୀବନ ମୃତ୍ୟୁର ଭିଡିଓ କରିବା ଆଗରୁ ତାଙ୍କୁ ଏପରି କରିବାକୁ ମନା କରାଯାଇପାରିଥାନ୍ତା । ହେଲେ ସେମିତି କିଛି ହେଲା ନାହିଁ । ତାଙ୍କ ସାଙ୍ଗମାନେ ଏହି ଘଟଣା ପାଇଁ ଉସକାଇଲେ ନା ଏହା ପଛରେ ଆଉ କିଛି ସତ୍ୟ ଅଛି । ଏସବୁ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଆସୁଛି । ପୋଲିସ ଘଟଣାର ତଦନ୍ତ କରିବ ଆଉ ଦୋଷୀକୁ ଦଣ୍ଡ ଦେବ ବୋଲି କହିଛି । ହେଲେ ପ୍ରକୁତ ଘଟଣାର ମୂଳକୁ ଯିବା ଦରକାର । ସୌମ୍ୟାଶ୍ରୀ ହୁଅନ୍ତୁ କି କେହି ବି ହୁଅନ୍ତୁ ଜାଣି ଶୁଣି କେହି ମୃତ୍ୟୁକୁ ଡାକିବେ ନାହିଁ । ଯଦି ସୌମ୍ୟାଶ୍ରୀ ଏପରି କରିବା ପାଇଁ ନିଷ୍ପତି ନେଲେ ତାଙ୍କ ପଛରେ କାହାର ହାତ ଅଛି । ତାଙ୍କ ସାଙ୍ଗମାନେ ଯଦି ଏକଥା ଜାଣିଥିଲେ ତେବେ କାହିଁକି ରୋକିଲେ ନାହିଁ । ସେପଟେ ଘଟଣାର ତଦନ୍ତ ହେବ ଆଉ ଯିଏ ଦୋଷୀ ଥିବ ତାକୁ ଦଣ୍ଡ ମିଳିବ ବୋଲି କୁହାଯାଇଛି । ସେ ରାଜନେତା ହୁଅନ୍ତୁ କି କୌଣସି ସାଙ୍ଗ ହୁଅନ୍ତୁ ଆଇନ ନିଶ୍ଚୟ ଦୋଷୀକୁ ଦଣ୍ଡ ଦେବ ବୋଲି କୁହାଯାଇଛି ।
BREAKING NEWS
- CPET ପରୀକ୍ଷା ଆବେଦନ ପାଇଁ ସମୟ ସୀମା ବୃଦ୍ଧି, ଏହି ତାରିଖ ଯାଏଁ କରିପାରିବେ ଆବେଦନ
- ୪୦ ପ୍ରତିଶତ ଗ୍ରାଜୁଏଟ୍ ବେକାର, ଏଥିପାଇଁ ମିଳୁନି ଚାକିରି
- ଆମେ ମୁଣ୍ଡ ନୁଆଁଇବୁ ନାହିଁ କି ଭୟ କରିବୁ ନାହିଁ: ସାଉଦି ବିଦେଶ ମନ୍ତ୍ରୀଙ୍କ ଚେତାବନୀ
- ଅଶ୍ଳୀଳତାରେ ଭରପୁର ‘ସରକେ ଚୁନର’
- ଇରାନକୁ ଖୋଲାଖୋଲି ଟ୍ରମ୍ପଙ୍କ ଚେତାବନୀ
- ୫.୫୬ କୋଟି ଟଙ୍କା ପେନସନ ଠକେଇ ମାମଲା: ପ୍ରଦୀପ ମହାନ୍ତିଙ୍କ ପରିବାର ଗିରଫ
- Thunderstorm Warning: ରାଜ୍ୟରେ ୫ ଦିନ କାଳବୈଶାଖୀ, ଝଡବର୍ଷା ନେଇ ସତର୍କତା ଜାରି
- ମାଟ୍ରିକ ଖାତା ଦେଖା ଆରମ୍ଭ, ମେ’ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ଫଳ
- ଡିଭାଇଡ଼ରକୁ ପିଟିଲା ଆଳୁ ବୋଝେଇ ଟ୍ରକ: ୨ ମୃତ
- ଓଡ଼ିଶାରେ ଜମି କିସମ ପରିବର୍ତ୍ତନ ନିୟମକୁ ବଦଳେଇବାକୁ ରାଜ୍ୟ ଡେଭଲପର୍ସଙ୍କ ଦାବି
Comments are closed.