Latest Odisha News

BREAKING NEWS

ଭାରତକୁ କିଏ ପଠାଇଲା ଗୁପ୍ତଚର ଶାଗୁଣା ?

ସୀତାପୁର: କିଛିଦିନ ପୂର୍ବରୁ ପାକିସ୍ତାନରୁ ଆସିଥିଲା ଏକ ପାରା, ଆଉ ଏବେ ଗୁପ୍ତଚର ଶାଗୁଣାର ପାଳି! ଉତ୍ତରପ୍ରଦେଶ ସୀତାପୁରର ଗ୍ରାମୀଣ ଅଞ୍ଚଳରେ ଧରା ପଡିଛି ଏକ ଶାଗୁଣା । ଶାଗୁଣାଟିର ପକ୍ଷୀରେ ଲାଗିଛି ଏକ କ୍ୟାମେରା ଓ ବାରକୋର୍ଡ।

ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଏକ ଭିଡ଼ିଓ । ହେଲେ କଥା ଏତିକିରେ ସରିନି । କିଛିଦିନ ତଳେ ପାକିସ୍ତାନରୁ ଏକ ପାରା ଭାରତୀୟ ଯବାନଙ୍କ ହାତରେ ଧରା ପଡିଥିଲା । ବର୍ତ୍ତମାନ ଧରା ପଡିଥିବା ଏହି ଶାଗୁଣାଟି କେଉଁଠି ଆସିଛି ସେ ନେଇ ଛାନଭିନ ଜାରି ରହିଛି।

ରିପୋର୍ଟ ଅନୁଯାୟୀ, ଏହି ଶାଗୁଣାଟି ନେପାଳରୁ ଆସିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ଧରିଥିବା ଏହି ଶାଗୁଣାଟିର ଡେଣାରେ ଲାଗିଛି ଏକ କ୍ୟାମେରା ଓ ବାରକୋର୍ଡ । ଏହି ବାରକୋର୍ଡରେ ଇଂରାଜୀରେ ଲେଖା ଅଛି “If you find this tag please contact with BCN in Nepal of BNHS in India” ।
ଏହାର ଅର୍ଥ “ଯଦି ଆପଣ ଏହି ଟ୍ୟାଗ୍ ପାଇଛନ୍ତି ଦୟାକରି ଭାରତର BNHS ର ନେପାଳର BCN ସହିତ ଯୋଗାଯୋଗ କରନ୍ତୁ “।

ବାରକୋର୍ଡ ଓ କ୍ୟାମେରା ଲାଗିଥିବା ଏହି ଶାଗୁଣା ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇ ପୋଲିସ ଏହି ଗୁପ୍ତଚର ଶାଗୁଣାକୁ ଉଦ୍ଧାର କରି ବନ ବିଭାଗକୁ ସୂଚନା ଦେଇଛନ୍ତି। ପୋଲିସ ଓ ଗୁଇନ୍ଦା ବିଭାଗ ଏହାର ଯାଞ୍ଚ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.