Latest Odisha News

BREAKING NEWS

କାହିଁକି ‘ସନ୍ ଡେ ଇଜ୍ ଏ ହୋଲି ଡେ’ ? କଣ ରହିଛି ଏହା ପଛର କାରଣ ଜାଣନ୍ତୁ

ନୂଆଦିଲ୍ଲୀ: କାହିଁକି ରବିବାର ଦିନକୁ ଛୁଟିଦିନରେ ଗଣାଯାଏ? ସାଧାରଣତଃ ରବିବାର ଦିନଟିକୁ ଲୋକେ ନିଜ ଘରେ ବସି ଆରାମ କରିବାକୁ ପସନ୍ଦ କରନ୍ତି। ତେବେ ଏହା ସମ୍ଭବ ହୋଇପାରିଛି ଅନେକ ଲୋକଙ୍କ କଠିନ ସଂଘର୍ଷ ଫଳରେ।

ତେବେ ରବିବାର ଦିନକୁ ସାପ୍ତାହିକ ଛୁଟି କରିବାର ସମସ୍ତ ଶ୍ରେୟ ମେଘାଜୀ ଲୋଖଣ୍ଡେଙ୍କୁ ଦିଆଯାଇଛି। ବ୍ରିଟିଶ୍ ଶାସନ କାଳରେ କୌଣସି ଶ୍ରମିକଙ୍କୁ ଛୁଟି ମିଳୁ ନ ଥିଲା। ସପ୍ତାହକ ସାତ ଦିନ କାମ କରିବାକୁ ପଡୁଥିଲା। ସେତେବେଳେ ନାରାୟଣ ମେଘାଜୀ ଲୋଖଣ୍ଡେ ଶ୍ରମିକ ନେତା ଥିଲେ। ଶ୍ରମିକମାନଙ୍କ ଅବସ୍ଥା ଦେଖି ସେ ବ୍ରିଟିଶ୍ ସରକାରଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ପାଇଁ ଅନୁରୋଧ କରିଥିଲେ।

humor nation

ହେଲେ ବ୍ରିଟିଶ୍ ସରକାର ତାଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରିଥିଲେ। ସରକାରଙ୍କ ଏଭଳି କଠୋରତାକୁ ଦୃଢ ବିରୋଧ କରିବା ସହ ଶ୍ରମିକମାନଙ୍କୁ ଏକତ୍ର କରି ଦୀର୍ଘ ସମୟ ଧରି ଆନ୍ଦୋଳନ କରିଥିଲେ। ବମ୍ବେ ହ୍ୟାଣ୍ଡସ୍ ଆସୋସିଏସନ୍ ମାଧ୍ୟମରେ ନାରାୟଣ ଲୋଖଣ୍ଡେ ୧୮୮୧ ମସିହାରେ ପ୍ରଥମ ଥର ପାଇଁ କାରଖାନା ସହ ଜଡ଼ିତ ଆଇନରେ ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ।

ଦୀର୍ଘ ସମୟର ଆନ୍ଦୋଳନ ପରେ ବ୍ରିଟିଶ୍ ସରକାର ୧୦ ଜୁନ୍ ୧୮୯୦ ମସିହାରେ ଏକ ନିର୍ଦ୍ଦେଶ ଜାରି କରିଥିଲେ ଯେଉଁଥିରେ ସପ୍ତାହକୁ ଗୋଟିଏ ଦିନ ଶ୍ରମିକମାନଙ୍କ ପାଇଁ ଛୁଟି ଘୋଷଣା କରାଯାଇଥିଲା ଏବଂ ସେହି ଦିନଟି ଥିଲା ରବିବାର।

Leave A Reply

Your email address will not be published.