Latest Odisha News

BREAKING NEWS

ରୋଷେଇ ଘରେ ପଶିଗଲା ଭାଲୁ, ଲୋକେ ଆତଙ୍କିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଭାଲୁ ଆତଙ୍କ । ରୋଷେଇ ଘରେ ପଶିଗଲା ଭାଲୁ । ଏନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ତମସା ପଞ୍ଚାୟତ ଅନ୍ତର୍ଗତ ଏମ.ଭି-୭ ଗାଁରେ ଦୁଇଟି ଭାଲୁ ଗତ କିଛି ଦିନ ଧରି ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଦୁଇଟି ଜଙ୍ଗଲୀ ଭାଲୁ ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି ।

ଗାଁରେ ପଶି ଅନେକ ଲୋକଙ୍କ ଘର କାନ୍ଥ ଭାଙ୍ଗିବା ସହ ଘର ଭିତରେ ପଶୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ଗତକାଲି ରାତିରେ ଭାଲୁ ଗାଁର ଜଣଙ୍କ ରୋଷେଇ ଘରେ ପଶିବା ପରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଘର ଲୋକେ । ଭାଲୁଟି ରୋଷେଇ ଘରୁ ସବୁ ଖାଦ୍ୟ ସାମଗ୍ରୀ ଖାଇବା ପରେ ଚାଲିଯାଇଥିଲା ।

ଜଙ୍ଗଲୀ ଭାଲୁ ଯୋଗୁଁ ଗ୍ରାମବାସୀମାନେ ରାତି ହେଲେ ଭୟବୀତ ଅବସ୍ଥାରେ ରହୁଛନ୍ତି । ସନ୍ଧ୍ୟା ହେଲେ ଘରର କବାଟ ଦେଇ ଘରେ ରହୁଛନ୍ତି । ତେବେ କିଛି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ ଏହି ଭାଲୁଟିକୁ କାବୁ କରିବା ଆବଶ୍ୟକ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

Leave A Reply

Your email address will not be published.