ବ୍ରହ୍ମପୁର:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ ଗ୍ରାମରେ ଦିଅରଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଭାଉଜଙ୍କୁ ଅଟକ ରଖିଛି ପୋଲିସ। ମୃତକ ଜଣକ ହେଲେ ପ୍ରଦୀପ ନାୟକ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପଙ୍କ ଭାଇଙ୍କ ପ୍ରାୟ ୫ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ଏହାର କିଛି ବର୍ଷ ପରେ ପ୍ରଦୀପଙ୍କ ପତ୍ନୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏଣୁ ପ୍ରଦୀପ ନିଜ ଭାଉଜଙ୍କ ସହ ରହୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଏନେଇ ଗ୍ରାମରେ ଏକ ବୈଠକ ବସିଥିଲା। ଉଭୟ ବିବାହ କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। କିନ୍ତୁ ଗତ କିଛି ମାସ ପୂର୍ବେ ଭାଉଜ ଆଉ ବିବାହ କରିବାକୁ ଚାହୁଁନଥିବା ପ୍ରଦୀପଙ୍କୁ କହିଥିଲେ। ଏହି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼଼ା ଲାଗି ରହିଥିଲା। ଶୁକ୍ରବାର ରାତିରେ ମଧ୍ୟ ଉଭୟଙ୍କ ଭିତରେ ପାଟିତୁଣ୍ଡ ଲାଗିଥିବା ପଡ଼ୋଶୀ ଶୁଣିଥିଲେ। ଶନିବାର ସକାଳୁ ପ୍ରଦୀପଙ୍କ ଶବ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ପାଟିରୁ ଫେଣ ବାହାରୁଥିବା ବେଳେ କାନରୁ ରକ୍ତ ବୋହୁଥିଲା। ଖବର ପାଇ ଗୋପାଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଥାନା ଅଧିକାରୀ ଶ୍ରୀକାନତ ଖମାରୀ କହିଛନ୍ତି, ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କାରଣ ଜଣାପଡ଼ିବ। ଭାଉଜଙ୍କୁ ଅଟକ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।
BREAKING NEWS
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
Comments are closed.