Latest Odisha News

BREAKING NEWS

ଦିଅରଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଭାଉଜ ଅଟକ

ବ୍ରହ୍ମପୁର:ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ଶୀତଳାପଲ୍ଲୀ ଗ୍ରାମରେ ଦିଅରଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଭାଉଜଙ୍କୁ ଅଟକ ରଖିଛି ପୋଲିସ। ମୃତକ ଜଣକ ହେଲେ ପ୍ରଦୀପ ନାୟକ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପଙ୍କ ଭାଇଙ୍କ ପ୍ରାୟ ୫ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିଲା। ଏହାର କିଛି ବର୍ଷ ପରେ ପ୍ରଦୀପଙ୍କ ପତ୍ନୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏଣୁ ପ୍ରଦୀପ ନିଜ ଭାଉଜଙ୍କ ସହ ରହୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା। ଏନେଇ ଗ୍ରାମରେ ଏକ ବୈଠକ ବସିଥିଲା। ଉଭୟ ବିବାହ କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। କିନ୍ତୁ ଗତ କିଛି ମାସ ପୂର୍ବେ ଭାଉଜ ଆଉ ବିବାହ କରିବାକୁ ଚାହୁଁନଥିବା ପ୍ରଦୀପଙ୍କୁ କହିଥିଲେ। ଏହି ବିଷୟକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼଼ା ଲାଗି ରହିଥିଲା। ଶୁକ୍ରବାର ରାତିରେ ମଧ୍ୟ ଉଭୟଙ୍କ ଭିତରେ ପାଟିତୁଣ୍ଡ ଲାଗିଥିବା ପଡ଼ୋଶୀ ଶୁଣିଥିଲେ। ଶନିବାର ସକାଳୁ ପ୍ରଦୀପଙ୍କ ଶବ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ପାଟିରୁ ଫେଣ ବାହାରୁଥିବା ବେଳେ କାନରୁ ରକ୍ତ ବୋହୁଥିଲା। ଖବର ପାଇ ଗୋପାଳପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଥାନା ଅଧିକାରୀ ଶ୍ରୀକାନତ ଖମାରୀ କହିଛନ୍ତି, ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ କାରଣ ଜଣାପଡ଼ିବ। ଭାଉଜଙ୍କୁ ଅଟକ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

BjdElectrycity
Leave A Reply

Your email address will not be published.