Latest Odisha News

ଆଜି ବିଶ୍ବ ପଶୁ କଲ୍ୟାଣ ଦିବସ; କାହିକିଁ ପାଳନ କରାଯାଏ ଏହି ଦିନ; ଜାଣନ୍ତୁ କଣ ଏହାର ଉଦ୍ଦେଶ୍ୟ

ଆଜି ହେଉଛି ବିଶ୍ବ ପଶୁ କଲ୍ୟାଣ ଦିବସ। ଏହା ପ୍ରତିବର୍ଷ  ଅକ୍ଟୋବରରେ ୪ ତାରିଖରେ ଏକ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଏ। ଏହି ଦିନଟି ଆସିସ୍‌ର ସେଣ୍ଟ ଫ୍ରାନ୍ସିସ୍‌ଙ୍କ ଜନ୍ମଦିବସ ମଧ୍ୟ। ସେ ପଶୁମାନଙ୍କର ଜଣେ ମହାନ ପୃଷ୍ଠପୋଷକ ଥିଲେ।

୧୯୩୧ ମସିହାରେ ଇଟାଲୀର ଫ୍ଲୋରେନ୍ସ ସହରରେ ପରିବେଶବିତ୍‌ ସମ୍ମିଳନୀରେ ଏହି ଦିନଟି ଆୟୋଜିତ ହୋଇଥିଲା। ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ବିଲୁପ୍ତ ପ୍ରାୟ ପ୍ରାଣୀମାନଙ୍କୁ ସୁରକ୍ଷା ଦେବା ଏବଂ ମଣିଷ ସହିତ ସେମାନଙ୍କ ସମ୍ପର୍କକୁ ମଜଭୁତ୍‌ କରିବା।

ଏଥିପାଇଁ ପଶୁମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏହି ଦିନକୁ ବିଶ୍ବ ପଶୁ କଲ୍ୟାଣ ଦିବସ ଭାବେ ଆୟୋଜନ କରାଯାଉଛି।

Leave A Reply

Your email address will not be published.