Latest Odisha News

BREAKING NEWS

ବିଶ୍ୱ ପରିବେଶ ଦିବସ: ଜଳବାୟୁରେ ପରିବର୍ତ୍ତନ ଆଗକୁ ଆହୁରି ମହାମାରୀ ସୃଷ୍ଟି କରିପାରେ !

ବିଶ୍ୱ ପରିବେଶ ଦିବସ ୨୦୨୦: କୋଭିଡ ସଙ୍କଟ ସହ ବିଶ୍ୱ ସଂଘର୍ଷ କରୁଥିବାବେଳେ ଜଳବାୟୁ ପରିବର୍ତ୍ତନର ବିପଦ ଏବଂ ମହାମାରୀ ପାଇଁ ଏହାର ଅର୍ଥ କ’ଣ ହୋଇପାରେ ସେ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ୧୯୭୪ ମସିହାରେ ମିଳିତ ଜାତିସଂଘ ଜୁନ୍ ୫ କୁ ବିଶ୍ୱ ପରିବେଶ ଦିବସ ଭାବରେ ଘୋଷଣା କରିଥିଲା ​​। ପରିବେଶ ପ୍ରତି ସକାରାତ୍ମକ ଜନ ଜାଗ୍ରତି ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ।

କଲମ୍ବିଆ ଏବଂ ଜର୍ମାନୀ ପରିବେଶର ଅବନତିର ମୁକାବିଲା ପାଇଁ ସରକାର, ଶିଳ୍ପ ଏବଂ ଗ୍ରାହକଙ୍କୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଜୈବ ବିବିଧତା’ର ବିଷୟବସ୍ତୁ ୨୦୨୦ ବର୍ଷ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଇଛି ।

ଜଳବାୟୁ ପରିବର୍ତ୍ତନ ମାନବ ଜୀବନକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇବାର କ୍ଷମତା ରଖିଛି । ବନ୍ୟା ଏବଂ ମରୁଡ଼ି ପରି ବିପର୍ଯ୍ୟୟ ଜୈବ ବିବିଧତାକୁ କ୍ଷତି ପହଞ୍ଚାଇ ଥାଏ । ଏହି ପ୍ରକାର ବିପର୍ଯ୍ୟୟ ଗଛ କାଟିବା ଭଳି ପ୍ରାକୃତିକ ସମ୍ପଦ ପ୍ରତି ବେପରୁଆ ଭାବ ପ୍ରଦର୍ଶନ କରିବାଦ୍ୱାରା ହୋଇଥାଏ ।

ସମଗ୍ର ବିଶ୍ୱରେ ବିଶେଷଜ୍ଞମାନେ କେତେକ ପ୍ରମୁଖ ପ୍ରଭାବ ଉପରେ ଦୃଷ୍ଟି ନିକ୍ଷେପ କରିଛନ୍ତି ଯାହା ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶର ଅବକ୍ଷୟ ହେତୁ ହୋଇପାରେ । ପ୍ରକୃତରେ, ବୈଜ୍ଞାନିକ ମାନଙ୍କ ଗମ୍ଭୀର ଚିନ୍ତା ରହିଛି ଯେ ଆସନ୍ତା ୫୦ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଇବୋଲାର ବିସ୍ତାର ହାରରେ ବୃଦ୍ଧି ହେବାର କାରଣ ହୋଇପାରେ। ବ୍ରିଟେନ ଏବଂ ଆମେରିକାର ରିସର୍ଚ୍ଚ ଟିମ ମତ ଦେଇଛନ୍ତି ଯେ ପଶ୍ଚିମ ଏବଂ ମଧ୍ୟ ଆଫ୍ରିକାର କିଛି ଅଂଶରେ ଇବୋଲା ଦ୍ୱାରା ପ୍ରଭାବିତ ହୋଇଥିବା କ୍ଷେତ୍ର ୧୫ ପ୍ରତିଶତ ବୃଦ୍ଧି ପାଇପାରେ।

ପରିବେଶର  ହେଉଥିବା କ୍ଷତି ଜଳବାୟୁ ପରିବର୍ତ୍ତନର କାରଣ ଓ ଏହା ଦ୍ଵାରା ପଶୁମାନଙ୍କଠାରୁ ଭୟଙ୍କର ରୋଗ ସବୁ ମଣିଷ ଦେହକୁ ସ୍ଥାନାନ୍ତର ହେଉଛି ।

ଏହାର ଏକ ଉଦାହରଣ ହେଉଛି ବୃକ୍ଷରେ ବାସ କରୁଥିବା ଫ୍ରୁଟ୍ ବ୍ୟାଟ୍ସ ଯାହା ଇବୋଲା ଜୀବାଣୁର ଭେକ୍ଟର । ଜଙ୍ଗଲ ନଷ୍ଟ ହେତୁ ସେମାନେ ବାସସ୍ଥାନ ହରା ହୋଇଗଲେ । ଯାହା ହେତୁ ଫ୍ରୁଟ୍ ବ୍ୟାଟ୍ସ ମାନବ ବସତିରେ ପ୍ରବେଶ କରିଲା । ଏହାପରେ ଏହି ବ୍ୟାଟ୍ସ ମଣିଷ ସଂସ୍ପର୍ଶରେ ଆସିଲା ଓ ପରେ ମଣିଷ ଦେହରେ ଏହି ରୋଗ ପ୍ରବେଶ କଲା ।

ମଣିଷ ଏବଂ ଅନ୍ୟ ପଶୁ ପ୍ରଜାତି ମଧ୍ୟରେ ବୃଦ୍ଧି ହୋଇଥିବା ପାରସ୍ପରିକ କ୍ରିୟା ପରିବେଶର ଅବକ୍ଷୟ ହେତୁ ଆଶ୍ଚର୍ଯ୍ୟଜନକ ହାରରେ ସୃଷ୍ଟି ହେଉଛି, ଯାହାଦ୍ୱାରା ଭାଇରାଲ୍ ଜୁନୋଟିକ୍ ରୋଗ ସ୍ଥାନାନ୍ତର ହୋଇଥିବା କୁହାଯାଇଛି । ଏହି ଜୁନୋଟିକ୍ ରୋଗଗୁଡିକ ଜୀବାଣୁ ସ୍ଥାନାନ୍ତର ଦ୍ୱାରା ଗୋଟିଏ ମଣିଷରୁ ଅନ୍ୟ ମଣିଷକୁ ବ୍ୟାପିଥାଏ ।

ବିଶ୍ଵବ୍ୟାପୀ ରିପୋର୍ଟ ଅନୁସାରେ, ପରିବେଶ ଅବନତିର ପରିଣାମ ମଧ୍ୟରୁ COVID-19 ମହାମାରୀ କିପରି ବ୍ୟାପିଲା ତାହା ମଧ୍ୟ ଦର୍ଶାଯାଇଛି । ଚାଇନାର ଉହାନର ୱେଟ୍ ମାର୍କେଟରେ ବିକ୍ରି ହେଉଥିବା ବଣୁଆ ପାଙ୍ଗୋଲିନ୍ ମଧ୍ୟରେ ଏହି ଜୀବାଣୁ ପ୍ରଥମେ ଉତ୍ପନ୍ନ ହୋଇଥିବା କୁହାଯାଉଛି। ଏହା ପୂର୍ବର SARS-CoV-2 , SARS (୨୦୦୩), ସ୍ୱାଇନ୍ ଫ୍ଲୁ (୨୦୦୯) ଏବଂ MERS (୨୦୧୨) ପରି ଅଟେ ଯାହା ଏକ ବନ୍ୟ ପ୍ରଜାତି ଠାରୁ ମଣିଷକୁ ବ୍ୟାପିଛି ​​।

Comments are closed.