Latest Odisha News

BREAKING NEWS

୧୯୦ ତମ ଜନ୍ମଦିନ ପାଳିଲା ଜୋନଥନ

ନୂଆଦିଲ୍ଲୀ: ୧୯୦ ତମ ଜନ୍ମଦିନ ପାଳନ କଲା ଜୋନଥନ । ଦୀର୍ଘ ଜୀବନ ପାଇଁ ଏଇ ଜୋନଥନର ନାଁ ଗିନିଜ ବୁକରେ ସାମିଲ ହୋଇଛି । ଆପଣ ବି ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଥିବେ, ଭାବୁଥିବେ ଏତେ ବୟସ୍କ ବ୍ୟକ୍ତି କେଉଁଠି ଅଛନ୍ତି ?  ନାଁ ଆଜ୍ଞା, ଆମେ କୌଣସି ବୟସ୍କ ମଣିଷଙ୍କ କଥା କହୁନାହୁଁ । ଆମେ ଏଠି କହୁଛୁ ଏକ ବୟସ୍କ କଇଁଚର କଥା । କଇଁଚ ନିଜର ବୟସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଏ । ଦୁନିଆରେ ଅନେକ ବୟସ୍କ କଇଁଛ ଅଛନ୍ତି । ସେମାନଙ୍କ ମଧ୍ୟରୁ  ଜୋନଥନ ସବୁ ରେକର୍ଡ ଭାଙ୍ଗିଛି । ସେ ଏବେ ତାର  । ୧୯୦ ତମ ଜନ୍ମଦିନ ପାଳିଛି ।

ସାଉଥ ଆଟଲାଣ୍ଟିକ ଆଇଲାଣ୍ଡରେ ଜୋନଥନ ନିଜ ଜନ୍ମଦିନ ପାଳୁଛି । ଯଦିଓ ରେକର୍ଡ ଅନୁସାରେ ଜୋନଥନର ବୟସ ୧୯୦ ବର୍ଷ ତେବେ ତାର ପ୍ରକୃତ ବୟସ କାହାରିକୁ ଜଣା ନାହିଁ । ତେବେ େସ ୧୮୩୨ ମସିହାରେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି । ୧୯୮୨ରେ  ସେଲେଲ୍ସରୁ ସେଣ୍ଟ ହେଲେନା ଆସିଥିଲା ଜୋନଥୋନ । ଏହି କଇଁଛକୁ ସର ୱିଲିୟମ ଗ୍ରେ ୱିଲସନଙ୍କୁ ଉପହାର ଆକାରରେ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ୱିଲିୟମ ଗ୍ରେ ଗଭର୍ଣ୍ଣର ହୋଇଥିଲେ । ସେଣ୍ଟ ହେଲେନାର ହେଡ ଅଫ ଟୁରିଜିମ ମେଟ ଜୋଶୁଆଙ୍କ କହିବା ଅନୁଯାୟୀ, ଜୋନଥନର ବୟସ ୨୦୦ ବର୍ଷ ହୋଇପାରେ । ଗିନିଜ ବୁକ ରେକର୍ଡ ଏହାକୁ ସବୁଠାରୁ ବୟସ୍କ କଇଁଛର ମାନ୍ୟତା ଦେଇଛି ।

ଜୋନଥନର ଆଉ ଏକ ବିଶେଷତ୍ୱ ହେଉଛି, ଏହା ଟର୍ଟଲ, କଇଁଛ ଏବଂ ଟେରାପିନ୍ସ ସମ୍ମିଶ୍ରଣ ପ୍ରଜାତିର ଏକ କଇଁଛ । ପ୍ରଥରେ ବିଶ୍ୱର ସବୁଠାରୁ ବୟସ୍କ କଇଁଛର ମାନ୍ୟତା ମିଳିଥିଲା ଟୁ-ଇ-ମାଲିଲାକୁ । ମାଲିଲାର ବୟସ ଥିଲା ୧୮୮ ବର୍ଷ । ୧୯୬୫ରେ ଏହାର ମୃତ୍ୟୁ ହେବା ପରେ ଜୋନଥନ ଏହାର ରେକର୍ଡ ଭାଙ୍ଗିଛି । ତେବେ ପ୍ରଶ୍ନ ଉଠେ, କଇଁଛମାନଙ୍କର ଆୟୁ ଏତେ ଲମ୍ବା କାହିଁକି ହୋଇଥାଏ ? ଏକ ଗବେଷଣାରୁ ଜଣାଯାଇଛି, ବଡ ବଡ କଇଁଛର ଡିଏନଏରେ ଏକାଧିକ ଭାରିଏଣ୍ଟସ ଥାଏ  ଯାହା ଡିଏନଏକୁ ରିପେୟାର କରିବାରେ ସାହାଯ୍ୟ କରିଥାଏ । ତା ଛଡା ଇମ୍ୟୁନ ସିଷ୍ଟମ ଶକ୍ତ କରିଥାଏ ଏବଂ କ୍ୟାନ୍ସର ପରି ବ୍ୟାଧିକୁ ପ୍ରତିହତ କରିବାରେ ସଫଳ ହୋଇଥାଏ  ।

Comments are closed.